ବିଶ୍ୱ ଆଲଜାଇମର ଦିବସ: ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଆଲଜାଇମର କ'ଣ, କାହିଁକି ହୁଏ, ଏହାର ଚିକିତ୍ସା କେମିତି କରାଯାଏ, ସେ ବାବଦରେ ଜାଣନ୍ତୁ...

ପ୍ରତିକାତ୍ମକ ଚିତ୍ର

  • Published: Saturday, 21 September 2024
  • , Updated: 21 September 2024, 11:45 AM IST

ଆଲଜାଇମର ଏକ ଏପରି ରୋଗ, ଯାହା ଦ୍ୱାରା ଅନେକ ଲୋକ ପ୍ରଭାବିତ, କିନ୍ତୁ ଏହା ଆଲଜାଇମର ବୋଲି ଜାଣନ୍ତି ନାହିଁ। ତେଣୁ ରୋଗ ବାବଦରେ ଲୋକେ ନିଶ୍ଚିତ ରୂପେ ଅବଗତ ରହିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରତିବର୍ଷ ସେପ୍ଟେମ୍ବର ୨୧କୁ ବିଶ୍ୱ ଆଲଜାଇମର ଦିବସ ପାଳନ କରାଯାଏ। 

ତେବେ ଆଲଜାଇମର କ'ଣ, କାହିଁକି ହୁଏ, ଏହାର ଚିକିତ୍ସା କେମିତି କରାଯାଏ, ସେ ବାବଦରେ ଜାଣନ୍ତୁ...

ଆଲଜାଇମର କ'ଣ?
ମସ୍ତିଷ୍କରେ କିଛି ପ୍ରୋଟିନ ଜମା ହେବା ଦ୍ୱାରା ମସ୍ତିଷ୍କ ସଙ୍କୁଚିତ ହୋଇଯାଏ। ଫଳରେ ଉପକାରୀ କୋଷଗୁଡ଼ିକ ନଷ୍ଟ ହୁଏ। ଯାହା ଦ୍ୱାରା ଆଲଜାଇମର ରୋଗ ହୁଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଲଜାଇମର ମୁଖ୍ୟତଃ ୬୦ ବର୍ଷ ବୟସ ପରେ ଦେଖାଦିଏ। ଏହା ହେଉଛି ଏକ ମସ୍ତିଷ୍କ ବ୍ୟାଧି। ଏହି ରୋଗ ହେଲେ ଜଣେ ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ କରିବାରେ ଅକ୍ଷମ ହୁଅନ୍ତି। 

ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ସ୍ମୃତିଶକ୍ତି ଦୁର୍ବଳ ହୋଇଯିବା, କୌଣସି କଥା ମନେ ରହିବା, ଆଚରଣରେ ପରିବର୍ତ୍ତନ ଏବଂ ସାମାଜିକ ଦକ୍ଷତା ଦୁର୍ବଳ ହେବା। ଏହି ରୋଗକୁ ଅତି ସରଳ ଭାଷାରେ ଭୁଲା ରୋଗ ବୋଲି ମଧ୍ୟ କୁହାଯାଏ। କାରଣ ଏହି ରୋଗ ହେଲେ ଲୋକେ ଅତି ସାଧାରଣ କଥାକୁ ମନେ ରଖିପାରନ୍ତିନି। ଏପରିକି ସମ୍ପର୍କୀୟଙ୍କୁ ମଧ୍ୟ ଚିହ୍ନି ପାରନ୍ତି ନାହିଁ।

କାହିଁକି ହୁଏ ଆଲଜାଇମର?
ଆଲଜାଇମର ରୋଗର ପ୍ରକୃତ କାରଣ ସମ୍ପୂର୍ଣ୍ଣ ରୂପେ ବୁଝାପଡ଼େ ନାହିଁ। କିନ୍ତୁ ଏକ ମୌଳିକ ସ୍ତରରେ ମସ୍ତିଷ୍କରେ ପ୍ରୋଟିନ୍ ସମ୍ବନ୍ଧୀୟ ବ୍ୟାଧି ଏହାର କାରଣ ବୋଲି ବିବେଚନା କରାଯାଏ। ଏହା ମସ୍ତିଷ୍କ କୋଷ (ନ୍ୟୁରନ୍)ର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆରମ୍ଭ କରେ, ଯେଉଁଥିପାଇଁ ରୋଗୀଙ୍କର ଅନେକ ପ୍ରକାରର ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୁଏ।

ଏଥିସହ ଜେନେଟିକ୍, ଜୀବନଶୈଳୀ ଏବଂ ପରିବେଶ କାରକଗୁଡ଼ିକର ମିଶ୍ରଣ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇବା କାରଣରୁ ଆଲଜାଇମର ହୋଇପାରେ। 

ଆଲଜାଇମର ଚିକିତ୍ସା ଏବଂ ପ୍ରତିରୋଧ
ଆଲଜାଇମର ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବିଷ୍କାର ହୋଇପାରି ନାହିଁ। କିନ୍ତୁ କିଛି ଔଷଧ ଏହାର ଲକ୍ଷଣକୁ ସାମୟିକ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥାଏ ଏବଂ ଡିମେନ୍ସିଆର ବିପଦରୁ ରକ୍ଷା କରିଥାଏ। କାରଣ ଆଲଜାଇମର ଗମ୍ଭୀର ହୋଇଗଲେ ଡିମେନ୍ସିଆ ହୋଇଥାଏ, ଯାହା ଆହୁରି ବିପଜ୍ଜନକ। 

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରିବାରର ସଦସ୍ୟଙ୍କୁ ରୋଗୀର ଲକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି। ଔଷଧ ବ୍ୟତୀତ କିଛି ନିୟମ ଅନୁପାଳନ କଲେ ଆଲଜାଇମରକୁ ଦୂର କରାଯାଇ ପାରିବ। ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି।

  • ନିୟମିତ ବ୍ୟାୟାମ କରନ୍ତୁ।
  • ସୁସ୍ଥ ତେଲ ଏବଂ କମ୍ ସନ୍ତୁଳିତ ଚର୍ବି ଯୁକ୍ତ ଖାଦ୍ୟ ଖାଆନ୍ତୁ।
  • ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖନ୍ତୁ।
  • ଧୂମପାନ ଏବଂ ମଦ୍ୟପାନଠୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ। 

 

Related story