କାହିଁକି ଅକ୍ଟୋବର ୪ରେ ପାଳନ ହୁଏ ପ୍ରାଣୀ କଲ୍ୟାଣ ଦିବସ, ଜାଣନ୍ତୁ

ସେଣ୍ଟ ଫ୍ରାନ୍ସିସ ଅଫ୍‌ ଆସିସିଙ୍କ ଜନ୍ମଦିନ ଅବସରରେ ପାଳନ ହୁଏ ପ୍ରାଣୀ କଲ୍ୟାଣ ଦିବସ। ସେ କିଏ, ଜାଣନ୍ତୁ...

ପ୍ରତିକାତ୍ମକ ଚିତ୍ର

  • Published: Wednesday, 04 October 2023
  • , Updated: 04 October 2023, 01:38 PM IST

ଆଜି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ପ୍ରିତବର୍ଷ ଆଜିର ଦିନକୁ ଅର୍ଥାତ୍ ଅକ୍ଟୋବର ୪କୁ ବିଶ୍ୱବ୍ୟାପୀ ଏହି ଦିବସ ରୂପେ ପାଳନ କରାଯାଏ। ପ୍ରାଣୀମାନଙ୍କ ସୁରକ୍ଷା ଏବଂ ମାନବ ଜାତି ସହ ସେମାନଙ୍କର ସମ୍ପର୍କକୁ ମଜବୁତ କରିବା ଏହି ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ। କିଏ ଏହି ଦିନ ପାଳନ ଆରମ୍ଭ କରିଥିଲେ ଏବଂ କେବେଠାରୁ ପାଳନ କରାଯାଉଛି, ଜାଣନ୍ତୁ...

କେବେଠୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ

ଏହି ଦିନ ସେଣ୍ଟ ଫ୍ରାନ୍ସିସ ଅଫ୍‌ ଆସିସିଙ୍କ ଜନ୍ମଦିନ। ସେ ପ୍ରାଣୀମାନଙ୍କର ଜଣେ ମହାନ ସଂରକ୍ଷକ ଥିଲେ। ପ୍ରାଣୀଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉଥିଲେ। ତାଙ୍କ ଜନ୍ମଦିନକୁ ପ୍ରାଣୀ କଲ୍ୟାଣ ଦିବସ ରୂପେ ପାଳନ କରାଯାଉଛି। ପ୍ରଥମେ ୧୯୩୧ ମସିହାରେ ଇଟାଲୀର ଫ୍ଲୋରେନ୍ସ ସହରରେ ପରିବେଶବିତଙ୍କ ସମ୍ମିଳନୀରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା।

ଉଦ୍ଦେଶ୍ୟ

ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ଥିଲା ବିଲୁପ୍ତ ପ୍ରାଣୀମାନଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ କରିବା ସହିତ ଲୋକମାନଙ୍କ ସହ ସମ୍ପର୍କକୁ ମଜବୁତ କରିବା। ପ୍ରାଣୀମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏହି ଦିନର ସ୍ୱତନ୍ତ୍ର ଆୟୋଜନ ହୁଏ। ଏହା ଫଳରେ ଲୋକମାନଙ୍କର ପଶୁଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସହାନଭୂତି ଜାତ ହେବ, ଫଳରେ ପଶୁମାନଙ୍କ ଜୀବନ ସୁରକ୍ଷିତ ଏବଂ ଉନ୍ନତ ହୋଇପାରିବ।

ପ୍ରାଣୀ କଲ୍ୟାଣ ଦିବସକୁ ପଶୁପ୍ରେମୀ ଦିବସ ଭାବରେ ମଧ୍ୟ ଜଣାଯାଏ। ପ୍ରାଣୀମାନଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିବା ପାଇଁ ଏହି ଦିନଟି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କିନ୍ତୁ ଏହି ଦିନ ପାଳନ କରିବାର ଅନେକ କାରଣ ଅଛି ଯେପରିକି ପ୍ରାଣୀମାନଙ୍କ ପ୍ରତି ଦେଖାଯାଉଥିବା ଘୃଣ୍ୟ ଅମାନୁଷିକ ଆଚରଣ, ପ୍ରାଣୀଙ୍କୁ ନେଇ ବେଆଇନ ବ୍ୟବସାୟ, ବୁଲା କୁକୁର ଏବଂ ବିଲେଇଙ୍କ ପ୍ରତି ଅତ୍ୟାଚାର। ଏହା ବ୍ୟତୀତ ପ୍ରାଣୀଙ୍କ ସୁରକ୍ଷା ପାଇଁ ଅନ୍ୟାନ୍ୟ ନିୟମାବଳୀ ମଧ୍ୟ ରହିଛି। ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ପ୍ରାଣୀ କ୍ରୁରତା ଅଧିନିୟମ ୧୮୩୫। ପଶୁମାନଙ୍କ ସୁରକ୍ଷା ପାଇଁ ନିୟମ ଆଣିବାରେ ଏହା ବିଶ୍ୱରେ ପ୍ରଥମ, ଯାହା ବ୍ରିଟେନରେ ଲାଗୁ ହୋଇଥିଲା। 
  • ଭାରତରେ ପଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ପଶୁ କ୍ରୁରତା ପ୍ରତିରୋଧ ଅଧିନିୟମ ୧୯୬୬ ପ୍ରଣୟନ କରାଯାଇଥିଲା।
  • ପ୍ରାଣୀ ସୁରକ୍ଷା ଆଇନ ୧୯୧୧ ପଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ତିଆରି କରାଯାଇଥିଲା।
  • ପଶୁ କଲ୍ୟାଣ ଅଧିନିୟମ ୧୯୬୬ ଆମେରିକା ରାଷ୍ଟ୍ରୀୟ ଆଇନ ପ୍ରଣୟନ ହୋଇଛି
  • ୧୯୬୭ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ପଶୁ କଲ୍ୟାଣ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା, ପରେ ଏହି କମିଟି ଫାର୍ମ ପଶୁ କଲ୍ୟାଣ ପରିଷଦରେ ପରିଣତ ହୋଇଥିଲା।
  • ବ୍ରିଟେନରେ ପଶୁ କଲ୍ୟାଣ ଆଇନ୨୦୦୬ ପ୍ରଣୟନ କରାଯାଇଥିଲା। 

Related story