Advertisment

ବିଶ୍ୱ ଆଥ୍ରାଇଟିସ୍ ଦିବସ: ଗଣ୍ଠି ଯନ୍ତ୍ରଣାର ଅବହେଳା ଆଣିଦିଏ ଏହି ବିପଦ

ଗ୍ଲୋବାଲ୍ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ନେଟୱାର୍କ 2021ରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ୱରେ 35 କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ ରୋଗର ଶିକାର ହୋଇଛନ୍ତି।

author-image
Debibandita Barick
Representative Image

Representative Image

ବର୍ତ୍ତମାନର ସମୟ ଏପରି ହୋଇଗଲାଣି ସବୁ ବୟସର ଲୋକଙ୍କୁ ସବୁ ପ୍ରକାରର ରୋଗ ହେଉଛି। ପୂର୍ବରୁ ଯେଉଁ ସବୁ ରୋଗ ବୟସ୍କଙ୍କ କ୍ଷେତ୍ରରେ ଦେଖା ଯାଉଥିଲା ଏବେ ଯୁବାବସ୍ଥାରେ ବି ସେହି ସବୁ ରୋଗ ଭୋଗିବାକୁ ପଡୁଛି। ସେଥିମଧ୍ୟରୁ ଆଥ୍ରାଇଟିସ୍ ରୋଗ ଅନ୍ୟତମ। ଏହା ଏକ ପ୍ରକାର ଅଟୋଇମ୍ୟୁନ ରୋଗ। ଏହି ରୋଗ ହେଲେ ରୋଗୀଙ୍କର ଆଣ୍ଠୁ ସମେତ ଅନ୍ୟାନ୍ୟ ଗଣ୍ଠି ଯନ୍ତ୍ରଣା କିମ୍ବା ଫୁଲା ଦେଖାଯାଏ।

Advertisment

ଗ୍ଲୋବାଲ୍ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ନେଟୱାର୍କ 2021ରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ୱରେ 35 କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ ରୋଗର ଶିକାର ହୋଇଛନ୍ତି। ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଆଥ୍ରାଇଟିସ୍ ଦିବସ ରୂପ ପାଳନ କରାଯାଏ। କେବେଠାରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି ଏବଂ ରୋଗ ବାବଦରେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ଇତିହାସ 
ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ 1996 ମସିହାରେ ଆରମ୍ଭ ହୋଇଥିଲା। ପ୍ରକୃତରେ, ଏହି ଦିନ ଆର୍ଥ୍ରାଇଟିସ୍ ଏବଂ ରିଉମାଟିଜିମ୍ ଇଣ୍ଟରନ୍ୟାସନାଲ୍ (ARI) ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ ଆର୍ଥ୍ରାଇଟିସରେ ପୀଡିତ ରୋଗୀଙ୍କ ପାଇଁ ଏହି ଦିନ ସମଗ୍ର ବିଶ୍ୱରେ ପାଳନ କରାଯାଏ। ପ୍ରଥମେ ଖ୍ରୀଷ୍ଟପୂର୍ବ 4500 ମସିହାରେ ଆର୍ଥ୍ରାଇଟିସ୍ ରୋଗ ଆବିଷ୍କୃତ ହୋଇଥିବା ଧାରଣା ରହିଛି।

Advertisment

ଆର୍ଥ୍ରାଇଟିସ୍ ଦିବସର ଗୁରୁତ୍ୱ 
ଆଜିକାଲି ଲୋକଙ୍କ ମଧ୍ୟରେ ଆର୍ଥ୍ରାଇଟିସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଦିନ ପାଳନ କରିବା ପଛର ଉଦ୍ଦେଶ୍ୟ ହେଉଛି ରୋଗ ବାବଦରେ ଲୋକଙ୍କୁ ସଚେତନ କରାଇବା। ଲୋକମାନେ ଆଣ୍ଠୁ କିମ୍ବା ଗଣ୍ଠିରେ ଫୁଲା କିମ୍ବା ଯନ୍ତ୍ରଣାକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି, ଯାହା ପରେ ଆର୍ଥ୍ରାଇଟିସର ରୂପ ନେଇପାରେ। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ପ୍ରତିବର୍ଷ ଅକ୍ଟୋବର 12ରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଂଗଠନ ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଆର୍ଥ୍ରାଇଟିସ୍ ରୋକିବା ଏବଂ ପରିଚାଳନା କରିବାର ଉପାୟ ବିଷୟରେ ଲୋକଙ୍କୁ ସଚେତନ କରାନ୍ତି। ଏପରି କରାଇବା ଦ୍ୱାରା ରୋଗର ଶିକାର ହେଉଥିବା ରୋଗୀଙ୍କ ମନୋବଳ ବୃଦ୍ଧି ପାଇଥାଏ।

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ବିଷୟବସ୍ତୁ
ଚଳିତ ବର୍ଷ ଏହି ଦିବସର ଥିମ୍, ଏହା ଆପଣଙ୍କ ହାତରେ ଅଛି(It's in your hands) ରଖାଯାଇଛି। ଏହି ଥିମ୍ ମାଧ୍ୟମରେ କିପରି ଆଥ୍ରାଇଟିସ୍ ହେବ ନାହିଁ, ତାହା ଆମ ହାତରେ ଅଛି ବୋଲି ସଚେତନ କରାଯାଏ। ରୋଗକୁ ଏଡାଇବା ପାଇଁ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ କିଛି ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ବୁଝାଯାଏ। 

ଆର୍ଥ୍ରାଇଟିସ୍ ରୋକିବାର ଟିପ୍ସ

  • ଶାରୀରିକ ଭାବରେ ସକ୍ରିୟ ରୁହନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ।
  • ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ। ଏଥିପାଇଁ ଥଣ୍ଡା ଏବଂ ଖଟା ଜିନିଷରୁ ସମ୍ପୂର୍ଣ୍ଣ ଦୂରେଇ ରହନ୍ତୁ।
  • ଋତୁକାଳୀନ ଫଳ, ରସୁଣ, ହଳଦୀ ଇତ୍ୟାଦି ଖାଇପାରିବେ। 
  • ଉଷୁମ ପାଣିରେ ଆଣ୍ଠୁକୁ ମାଲିସ୍ କରିପାରିବେ।
Health Odia Health Tips World Arthritis Day 2023 Arthritis Arthritis Awareness Arthritis Symptoms World Arthritis Day Theme