Advertisment

ବିଶ୍ୱ ଆସ୍ଥମା ଦିବସରେ ଜାଣନ୍ତୁ ରୋଗର କାରଣ ଓ ଲକ୍ଷଣ

ଆସ୍ଥମା କଣ, କାହିଁକି ହୁଏ ଜାଣନ୍ତୁ ଏହି ଦିବସର ଇତିହାସ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ତଥ୍ୟ ଅନୁସାରେ ଭାରତରେ ପ୍ରାୟ ୨ କୋଟି ଲୋକ ଆସ୍ଥମା ରୋଗରେ ପୀଡିତ। ପ୍ରଦୂଷଣ ଓ ଚାପ କାରଣରୁ ଦିନକୁ ଦିନ ରୋଗ ସମସ୍ୟା ଗମ୍ଭୀର ହେଉଛି। ଏପରି ସ୍ଥିତିରେ ଲୋକଙ୍କୁ ଆସ୍ଥମା ବାବଦରେ ସଚେତନତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଆସ୍ଥମା ଦିବସ ପାଳନ କରାଯାଉଛି। 

Advertisment

ତେବେ ଆସ୍ଥମା କଣ, କାହିଁକି ହୁଏ ଏବଂ ଏହି ଦିବସର ଇତିହାସ ବାବଦରେ ଜାଣନ୍ତୁ...

ଆସ୍ଥମା ଦିବସ ଇତିହାସ
ପ୍ରଥମେ ଗ୍ଲୋବାଲ ଇନିସିଏଟିଭ ଫର ଆସ୍ଥମା(GINA) ଏହି ଦିବସ ପାଳନ ଆରମ୍ଭ କରିଥିଲା। ୧୯୯୮ ମସିହାରେ ପ୍ରଥମେ ବିଶ୍ୱ ଆସ୍ଥମା ଦିବସ ପାଳନ ହୋଇଥିଲା। ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରରେ ଏହି ଦିବସ ପାଳନ କରାଯାଏ।

ଆସ୍ଥମା କ'ଣ:- ଆସ୍ଥମା ହେଉଛି ଏକ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ, ଯାହାକୁ ସାଧାରଣ ଭାଷାରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ବୋଲି କୁହାଯାଏ। ପ୍ରକୃତରେ ଫୁସଫୁସ ସହିତ ଜଡିତ ଏକ ରୋଗ ହେଉଛି ଆସ୍ଥମା, ଯେଉଁଥିରେ ବାୟୁପଥ ଫୁଲିଯାଏ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଆରମ୍ଭ ହୁଏ। ଫଳସ୍ୱରୂପ ରୋଗୀମାନେ ଠିକରେ ନିଶ୍ୱାସ ନେଇପାରନ୍ତି ନାହିଁ। 

Advertisment

କାହିଁକି ହୁଏ ଆସ୍ଥମା:- ଆସ୍ଥମାକୁ ବିଶେଷ ଭାବେ ବଂଶଗତ ରୋଗ ଭାବେ ବିବେଚନା କରାଯାଏ। ଯଦି ଏକ ଶିଶୁର ଉଭୟ ପିତାମାତାଙ୍କର ଶ୍ୱାସରୋଗ ଥାଏ, ତେବେ ତାକୁ ଆସ୍ଥମା ହେବାର ସମ୍ଭାବନା ଅଧିକ। ଏହା ବ୍ୟତୀତ କେତେକ ଶାରୀରିକ, ଅବସ୍ଥା ଏବଂ ପରିବେଶ କାରଣରୁ ଆସ୍ଥମା ହୋଇପାରେ। ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସିବା, ଆଲର୍ଜି, ସଂକ୍ରମଣ ଏବଂ କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ଆସ୍ଥମା ହେବାର ଆଶଙ୍କା ଥାଏ।। ପ୍ରଦୂଷଣ ମଧ୍ୟ ଆସ୍ଥମାର ମୁଖ୍ୟ କାରଣ। 

ଆସ୍ଥମା ଲକ୍ଷଣ:- 

  • କାଶ ଲାଗି ରହିବା।
  • ଫୁସଫୁସରେ ଯନ୍ତ୍ରଣା।
  • ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଯନ୍ତ୍ରଣା।
  • ବାରମ୍ବାର ଥଣ୍ଡା ହେବା।
  • ଚାଲିବା ସମୟରେ ଧଇଁଶଇଁ ଲାଗିବା। 
Asthma Symptoms Asthma World Asthma Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe