Advertisment

କାହିଁକି ପାଳନ ହୁଏ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ?

ଶିଶୁ ଏବଂ ମହିଳାମାନଙ୍କ ମଧ୍ୟରେ ବୈଷୟିକ କୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳିତ ହୁଏ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ପ୍ରତିବର୍ଷ ଡିସେମ୍ବର ୨ରେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଏ। ପ୍ରତିଟି ବ୍ୟକ୍ତିଙ୍କର କମ୍ପୁଟର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଏ। ବିଶେଷ କରି ଭାରତର ଶିଶୁ ଏବଂ ମହିଳାମାନଙ୍କ ମଧ୍ୟରେ ବୈଷୟିକ କୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳିତ ହୁଏ। 

Advertisment

କେବେ ଏବଂ କିଏ ଆରମ୍ଭ କରିଥିଲେ  
ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପ୍ରଥମେ ୨୦୦୧ ଡିସେମ୍ବର ୨ରେ ଏକ ଭାରତୀୟ କମ୍ପାନୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (NIIT) ଆରମ୍ଭ କରିଥିଲା। NIIT ନିଜର ୨୦ତମ ବାର୍ଷିକୀ ପାଳନ ଅବସରରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରିଥିଲା। କମ୍ପ୍ୟୁଟର ଅଧ୍ୟୟନକୁ ଗୁରୁତ୍ୱ ଦିଆଯାଇ ଏହି ଦିନ ଆରମ୍ଭ ହୋଇଥିଲା।

ଏହି ଅବସରରେ କୁହାଯାଇଥିଲା ଯେ, ବିଶ୍ୱରେ ଅଧିକାଂଶ କମ୍ପ୍ୟୁଟର ବ୍ୟବହାରକାରୀ ପୁରୁଷ ଅଟନ୍ତି। ତେଣୁ ମହିଳା ଏବଂ ଛାତ୍ରଛାତ୍ରୀ କିପରି କମ୍ପ୍ୟୁଟର ଶିକ୍ଷା ଅର୍ଜନ କରିପାରିବେ ଏବଂ ଏହି ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଆଗ୍ରହ ସୃଷ୍ଟି କରାଯାଇ ପାରିବ, ସେଥିପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ତେଣୁ ଡିସେମ୍ବର ୨କୁ ଜନ ସଚେତନତା ଉଦ୍ଦେଶ୍ୟରେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଏ।

Advertisment

ଏହାପରେ ୨୦୦୧ରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପସ୍ଥିତିରେ ସଂସଦର ସଦସ୍ୟମାନଙ୍କୁ କମ୍ପ୍ୟୁଟର ଉପରେ ତାଲିମ ଦିଆଯାଇଥିଲା ଏବଂ ଦେଶରେ କମ୍ପ୍ୟୁଟର ସାକ୍ଷରତାର ପ୍ରସାର ଦିଗରେ ପଦକ୍ଷେପ ନିଆଯାଇଥିଲା। 

Computer Literacy Computer World Computer Literacy Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe