Advertisment

ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଜୀବନ ସୁଖମୟ କରିବାକୁ ନେବାକୁ ପଡ଼ିବ ସ୍ୱାସ୍ଥ୍ୟର ଯତ୍ନ

ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଆରମ୍ଭ କରିଥିଲା ସ୍ୱାସ୍ଥ୍ୟ ଦିବସ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କଥାରେ ଅଛି 'ସ୍ୱାସ୍ଥ୍ୟ ହିଁ ସମ୍ପଦ'। ସୁସ୍ୱାସ୍ଥ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ସମ୍ପଦ ତୁଲ୍ୟ। ଏଥିପାଇଁ ସର୍ବଦା ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବାର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ହୃଦୟଙ୍ଗମ କରି WHO (ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ୍) ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛି।

Advertisment

ଏହି ଦିନ, ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକ ଲୋକଙ୍କୁ ସେମିନାର ଏବଂ ବିଜ୍ଞାପନ ଜରିଆରେ ନିରୋଗ ଜୀବନ ପାଇଁ ସୁସ୍ଥ ରହିବାର ମହତ୍ତ୍ୱ ବାବଦରେ ବୁଝାଇଥାନ୍ତି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ନୂତନ ଟିକା ଏବଂ ଔଷଧର ଉଦ୍ଭାବନ ବିଷୟରେ ସୂଚନା ଦେଇଥାଏ। 

ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଇତିହାସ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସହ ୧୯୪୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ମୂଳଦୁଆ ପଡିଥିଲା। ବିଶ୍ୱର ଅନେକ ଦେଶ ମିଳିତ ଭାବରେ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କୁ ଗୁରୁତର ରୋଗରୁ ସୁରକ୍ଷିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପ୍ରତିଷ୍ଠା ହେବାର ଦୁଇ ବର୍ଷ ପରେ ୧୯୫୦ରେ ପ୍ରଥମ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥିଲା।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ବିଷୟବସ୍ତୁ
ପ୍ରତିବର୍ଷ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ଚଳିତ ବର୍ଷର ବିଷୟବସ୍ତୁ 'My Health, My Right'  ରଖାଯାଇଛି। ଏହାର ଅର୍ଥ 'ମୋ ସ୍ୱାସ୍ଥ୍ୟ, ମୋ ଅଧିକାର'। ଏହି ଥିମ୍ ମାଧ୍ୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପାଇବାର ମୌଳିକ ଅଧିକାର ବାବଦରେ ଅବଗତ କରାଇବ। ପ୍ରତିଟି ବ୍ୟକ୍ତି କିପରି କୌଣସି ଆର୍ଥିକ ପ୍ରତିବନ୍ଧକ ବିନା ସ୍ୱାସ୍ଥ୍ୟ ସେବା ପାଇବାକୁ ସକ୍ଷମ ହେବେ ତାହା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। 

Health Health Awareness World Health Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe