Advertisment

ବିଶ୍ୱ ଶ୍ରବଣ ଦିବସ

ବିଶ୍ୱବ୍ୟାପୀ ୩୬ କୋଟି ଲୋକ ଶ୍ରବଣ ବାଧିତ ସମସ୍ୟା ଦେଇ ଗତି କରୁଛନ୍ତି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଏକ ତଥ୍ୟ ଅନୁସାରେ, ବିଶ୍ୱବ୍ୟାପୀ ୩୬ କୋଟି ଲୋକ ଶ୍ରବଣ ବାଧିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଶ୍ରବଣ ଦିବସ ରୂପେ ପାଳନ କରାଯାଏ। ଏଥିସହ ବଧିର ସମସ୍ୟାର କାରଣ ଏବଂ ପ୍ରତିରୋଧ ବିଷୟରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଲୋକମାନେ କିପରି ସେମାନଙ୍କର କାନର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ ସେ ସମ୍ବନ୍ଧରେ ସଚେତନତାମୂଳକ ବାର୍ତ୍ତା ଦିଆଯାଏ।

Advertisment

ବିଶ୍ୱ ଶ୍ରବଣ ଦିବସର ଇତିହାସ
୨୦୦୭ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରତିବର୍ଷ ମାର୍ଚ୍ଚ ୩କୁ ବିଶ୍ୱ ଶ୍ରବଣ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ପ୍ରାରମ୍ଭରେ ଏହି ଦିନକୁ ଅନ୍ତର୍ଜାତୀୟ କର୍ଣ୍ଣ ଯତ୍ନ ନାମରେ ନାମିତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇ ଶ୍ରବଣ ଦିବସ ରଖାଯାଇଛି।

ବିଶ୍ୱ ଶ୍ରବଣ ଦିବସର ଉଦ୍ଦେଶ୍ୟ
ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଧିରତାର କାରଣ ଏବଂ ଏହାର ପ୍ରତିରୋଧ ବିଷୟରେ ଲୋକଙ୍କୁ ସଚେତନ କରାଇବା, ଯାହା ଦ୍ୱାରା ସେମାନେ ଏହି ବିପଦରୁ ରକ୍ଷା ପାଇପାରିବେ। ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶ ଅନେକ ପ୍ରକାରର କାର୍ଯ୍ୟକ୍ରମ ଏବଂ ଅଭିଯାନର ଆୟୋଜନ କରନ୍ତି। ଜେନେଭାରେ ଥିବା ମୁଖ୍ୟାଳୟରେ WHO ବାର୍ଷିକ ବିଶ୍ୱ ଶ୍ରବଣ ଦିବସ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥାଏ।

Advertisment

ବିଶ୍ୱ ଶ୍ରବଣ ଦିବସ ବିଷୟବସ୍ତୁ
ପ୍ରତିବର୍ଷ ଏକ ବିଷୟବସ୍ତୁ ବା ଥିମ୍ ଅଧାରରେ ବିଶ୍ୱ ଶ୍ରବଣ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି, “Changing mindsets: Let's make ear and hearing care a reality for all”। ଅର୍ଥାତ୍ ଚିନ୍ତାଧାରା ବଦଳାନ୍ତୁ: ସମସ୍ତଙ୍କ ପାଇଁ କାନ ଏବଂ ଶ୍ରବଣ ଯତ୍ନର ସୁଯୋଗ ସୃଷ୍ଟି କରନ୍ତୁ। 

World Hearing Day Hearing Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe