Advertisment

ବିଶ୍ୱ ହୃଦୟ ଦିବସ: କାହିଁକି ହୁଏ ହୃଦଘାତ, ଜାଣନ୍ତୁ କାରଣ, ନିରାକରଣ

ବିଶ୍ୱ ହୃଦୟ ଦିବସରେ ଜାଣନ୍ତୁ କେବେଠାରୁ ଏହି ଦିବସ ପାଳନ ଉପରେ ବିଚାର କରାଯାଇଛି ଏବଂ କିପରି ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବେ....

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସମ୍ପ୍ରତି ହୃଦୟ ସ୍ୱାସ୍ଥ୍ୟର ଯତ୍ନ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ପୂର୍ବ ସମୟରେ ବୟସ୍କମାନଙ୍କଠାରେ ଏହି ରୋଗ ଦେଖାଯାଉଥିଲା, କିନ୍ତୁ ପିଲାଠୁ ବୃଦ୍ଧ ଏବେ ସମସ୍ତେ ହୃଦଘାତର ଶିକାର ହେଉଛନ୍ତି। ବିଶେଷ କରି ନାଚୁଥିବା, ଗାଉଥିବା କିମ୍ବା କିଛି ଶାରୀରିକ କାର୍ଯ୍ୟକଳାପ ସମୟରେ ହଠାତ୍ ମାଡ଼ିବସୁଛି ହୃଦଘାତ, ଆଉ ନେଇଯାଉଛି ଜୀବନ।

Advertisment

ବର୍ତ୍ତମାନ ସମୟରେ ଭାଇରାଲ୍ ହେଉଥିବା ଭିଡିଓ ମୁଖ୍ୟ ଚିନ୍ତାର କାରଣ। ତେଣୁ ବର୍ତ୍ତମାନ ସମୟରେ ବିଶ୍ୱ ହୃଦୟ ଦିବସ ପାଳନ ଅଧିକ ଗୁରୁତ୍ୱ ବହନ କରୁଛି। ବିଶ୍ୱ ହୃଦୟ ଦିବସରେ ଜାଣନ୍ତୁ କେବେଠାରୁ ଏହି ଦିବସ ପାଳନ ଉପରେ ବିଚାର କରାଯାଇଛି ଏବଂ କିପରି ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବେ....

କେବେଠୁ ପାଳନ ହେଉଛି ବିଶ୍ୱ ହୃଦୟ ଦିବସ
୨୦୦୦ ମସିହାରେ ବିଶ୍ୱ ହାର୍ଟ ଫେଡେରେସନ୍ (WHF) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମିଳିତ ଭାବେ ବିଶ୍ୱ ହୃଦୟ ଦିବସ ପାଳନ ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହୃଦୟ ସମ୍ବନ୍ଧୀୟ ରୋଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଏହି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବା।

Advertisment

ବିଶ୍ୱ ହୃଦୟ ଦିବସ ୨୦୨୩ ଥିମ୍
ପ୍ରତିବର୍ଷ ବିଶ୍ୱ ହୃଦୟ ଦିବସ ଏକ ଭିନ୍ନ ଥିମ୍ ବା ବିଷୟବସ୍ତୁ ଆଧାରରେ ପାଳନ କରାଯାଏ। ଚଳିତବର୍ଷର ବିଷୟବସ୍ତୁ ହେଉଛି 'Use heart, know heart is open-ended'। ଏହି ବିଷୟବସ୍ତୁ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତି ସଚେତନ କରାଯାଏ।

ହୃଦୟ ଦିବଲ ପାଳନ ପଛର କାରଣ
କାର୍ଡିଓ ଭସ୍କୁଲାର୍ ଡିଜିଜ୍ ବା ହୃଦୟ ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ଏକ ମୁଖ୍ୟ କାରଣ। ଯଦି ଆମ ଦେଶ କଥା କହିବା, ତେବେ ଲୋକମାନେ କର୍କଟ ଅପେକ୍ଷା ତିନି ଗୁଣା ଅଧିକ ହୃଦୟ ରୋଗରେ ପ୍ରାଣ ହରାଉଛନ୍ତି। ଏହି ରୋଗ ହେଲେ ହଠାତ୍ ହୃଦୟର ଧମନୀକୁ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ତୁରନ୍ତ ଚିକିତ୍ସା କରାନଗଲେ ରୋଗୀଙ୍କ ପ୍ରାଣ ଚାଲିଯାଏ। କେମିତି ଏହାର ନିରାକରଣ କରିବେ, ଜାଣନ୍ତୁ...

ଚାପ ହ୍ରାସ କରନ୍ତୁ
ଚାପ, ହୃଦରୋଗର ଏକ ମୁଖ୍ୟ ବିପଦ କାରଣ। ଚାପ ବଢ଼ିବା ସହିତ ହୃଦୟ ସମ୍ବନ୍ଧୀୟ ରୋଗ ଘଟିବା ଆରମ୍ଭ କରେ। ବୃତ୍ତିଗତ ଲୋକଙ୍କର ଚାପ ଅତି ସାଧାରଣ। ଏଭଳି ପରିସ୍ଥିତିରେ ଏହି ଲୋକମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ହୃଦଘାତରୁ ରକ୍ଷା ପାଇବା ପାଇଁ ଚାପରୁ ଦୂରରେ ରହିବା ଉଚିତ୍। ଚାପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ନିଦ୍ରା ଯାଆନ୍ତୁ। ଆହୁରି ମଧ୍ୟ, ଧ୍ୟାନ ଏବଂ ଯୋଗର ସାହାଯ୍ୟ ନିଅନ୍ତୁ।

ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ 
ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ୍ ହୋଇପାରେ। ଯଦି ନିୟମିତ ହାର୍ଟ ଯାଞ୍ଚ କରନ୍ତି, ହୃଦରୋଗ ଶୀଘ୍ର ଚିହ୍ନଟ ହୋଇପାରିବ। ଫଳରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରମାନେ ଚିକିତ୍ସା ପଦ୍ଧତି ଆପଣାଇ ପାରିବେ। କାର୍ଯ୍ୟରତ ଲୋକମାନେ ବର୍ଷକୁ ଥରେ ସେମାନଙ୍କର ହୃଦୟ ଯାଞ୍ଚ କରିବା ଆବଶ୍ୟକ। 

ଧୂମପାନରୁ ଦୂରେଇ ରୁହନ୍ତୁ
କାର୍ଯ୍ୟରତ ଲୋକମାନେ ପ୍ରାୟତଃ ଚାପ କିମ୍ବା ଚିନ୍ତା କମାଇବା ପାଇଁ ସିଗାରେଟ୍ ଖାଇବା ଆରମ୍ଭ କରନ୍ତି। କିନ୍ତୁ ଏହି ଅଭ୍ୟାସ ସାମଗ୍ରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ଧୂମପାନ କେବଳ ଫୁସଫୁସକୁ ପ୍ରଭାବିତ କରେ ନାହିଁ ବରଂ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ। ତେଣୁ ଏ ଅଭ୍ୟାସଠୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସେହିପରି ମଦ୍ୟପାନରୁ ମଧ୍ୟ ଦୂରେଇ ରହିବା ଉଚିତ୍।

ପର୍ଯ୍ୟାପ୍ତ ପାଣି ପିଅନ୍ତୁ
କାର୍ଯ୍ୟ ବ୍ୟସ୍ତତା କାରଣରୁ ଅନେକ ଲୋକ ଠିକ୍ ସମୟରେ ଖାଆନ୍ତି ନାହିଁ କି ପାଣି ପିଅନ୍ତି ନାହିଁ। ଫଳରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦିଏ। ତେଣୁ ପର୍ଯ୍ୟାପ୍ତ ପାଣି ପିଇବାର ଅଭ୍ୟାସ ରଖନ୍ତୁ। ଦିନକୁ ପ୍ରାୟ ୮-୧୦ ଗ୍ଲାସ୍ ପାଣି ପିଇବା ଜରୁରୀ।

ଅଫିସରେ ସକ୍ରିୟ ରୁହନ୍ତୁ
ଅନେକ ଲୋକ ଅଫିସକୁ ଯାଆନ୍ତି ଏବଂ ଦିନସାରା କାମ କରିବାରେ ବ୍ୟସ୍ତ ରୁହନ୍ତି। ଏହି ସମୟ ମଧ୍ୟରେ ସେମାନେ ସକ୍ରିୟ ରହିପାରନ୍ତି ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ହୃଦରୋଗର ଆଶଙ୍କାକୁ କମାଇବା ପାଇଁ ଅଫିସରେ ସକ୍ରିୟ ରହିବା ଆବଶ୍ୟକ। ଏଥିପାଇଁ, କାର୍ଯ୍ୟ ସମୟରେ ପ୍ରତି ଘଣ୍ଟାରେ କିଛି ସମୟ ଚାଲନ୍ତୁ। ବିଶେଷ କରି ଖାଇ ସାରିବା ପରେ ୧୦-୧୨ ମିନିଟ୍ ଚାଲିବାର ଅଭ୍ୟାସ କରୁନ୍ତୁ। ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିପାରିଲେ ହୃଦୟକୁ ସୁସ୍ଥ ରଖାଯାଇ ପାରିବ।

ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ
ଆମ ପରିବର୍ତ୍ତି ଜୀବନଶୈଳୀ ଅଧିକାଂଶ ରୋଗକୁ ନିମନ୍ତ୍ରିତ କରିଛି। ତେଣୁ ଖାଦ୍ୟପେୟରେ ଥିବା କୁଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ। ଫାଷ୍ଟଫୁଡ୍ ହୃଦୟ ସ୍ୱାସ୍ଥ୍ୟକୁ ବିପଦରେ ପକାଇଥାଏ। ସର୍ବଦା ଏକ ସୁସ୍ଥକର ଏବଂ ସନ୍ତୁଳିତ କାର୍ଯ୍ୟ ବଜାୟ ରଖନ୍ତୁ। ଏଥିସହ ଖାଦ୍ୟରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍ ଇତ୍ୟାଦି ଆପଣଙ୍କ ଅନ୍ତର୍ଭୁକ୍ତ କରନ୍ତୁ। 

Heart Attack Symptoms World Heart Day World Heart Day Theme Heart Day History Heart Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe