Advertisment

ବିଶ୍ୱ ହେପାଟାଇଟିସ୍ ଦିବସ: ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଶାରୀରିକ ସମ୍ପର୍କ ସ୍ଥାପନରୁ ହୋଇପାରେ ହେପାଟାଇଟିସ୍।

ଅଦ୍ୟତନ ହୋଇଛି
Liver

Liver

Advertisment

ଲିଭର୍ ବା ଯକୃତ ସହ ଜଡ଼ିତ ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ହେପାଟାଇଟିସ୍। ଏହା ମୁଖ୍ୟତଃ ଭାଇରାଲ୍ ସଂକ୍ରମଣ କାରଣରୁ ହୋଇଥାଏ। ଭାରତରେ ଦିନକୁ ଦିନ ହେପାଟାଇଟିସ୍ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି। WHOର 'ଗ୍ଲୋବାଲ୍ ହେପାଟାଇଟିସ୍ ରିପୋର୍ଟ 2024' ଅନୁଯାୟୀ, ଚୀନ୍ ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। 

Advertisment

ଯକୃତ ସଂକ୍ରମଣ କାରଣରୁ ପ୍ରତିବର୍ଷ ବିଶ୍ୱର 13 ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଫ୍ୟାଟି ଲିଭର, ଲିଭର ସିରୋସିସ୍ ଏବଂ ଯକୃତ କର୍କଟ ଭଳି ବିପଜ୍ଜନକ ରୋଗ ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି। ତେଣୁ ଲୋକଙ୍କୁ ଲିଭର ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ପ୍ରତିବର୍ଷ ଜୁଲାଇ 28କୁ ବିଶ୍ୱ ହେପାଟାଇଟିସ୍ ଦିବସ ରୂପେ ପାଳନ କରାଯାଉଛି। ତେବେ ହେପାଟାଇଟିସ୍ ରୋଗ କ'ଣ, ଏହା କାହିଁକି ହୁଏ ଏବଂ ଏଥିରୁ କିପରି ରକ୍ଷା ପାଇବେ, ଜାଣନ୍ତୁ...

ହେପାଟାଇଟିସ୍ କ'ଣ?
ଭାଇରାଲ୍ ସଂକ୍ରମଣ କାରଣରୁ ହେପାଟାଇଟିସ୍ ହୁଏ। ଏହି ରୋଗ ହେଲେ ରୋଗୀର ଯକୃତ ଫୁଲିଯାଏ। ଅନେକ ପ୍ରକାରର ହେପାଟାଇଟିସ୍ ଅଛି। ସେଥି ମଧ୍ୟରୁ ସବୁଠାରୁ ସାଧାରଣ ପ୍ରକାର ହେଉଛି ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ। ହେପାଟାଇଟିସ୍ ବି ଏବଂ ସି ଅଧିକ ଗୁରୁତର। ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ, ତେବେ ଯକୃତ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ହୋଇପାରେ।

Advertisment

ହେପାଟାଇଟିସର ଲକ୍ଷଣ:

  • ଥକ୍କା, ଶରୀର ଫୁଲିଯିବା ଏବଂ ଯନ୍ତ୍ରଣା।
  • କ୍ରମାଗତ ଓଜନ ହ୍ରାସ।
  • ମଳ ରଙ୍ଗରେ ପରିବର୍ତ୍ତନ। 
  • ଅତ୍ୟଧିକ ଦୁର୍ବଳତା।

ହେପାଟାଇଟିସ୍ କାରଣ
ହେପାଟାଇଟିସ୍ ଭୂତାଣୁ ସଂକ୍ରମଣ ଦ୍ୱାରା ଏହି ରୋଗ ହୋଇଥାଏ। କିନ୍ତୁ ସବୁଠାରୁ ସାଧାରଣ କାରଣ ହେଉଛି, ରୋଗୀ ସଂସ୍ପର୍ଶରେ ଆସିବା। ରୋଗୀଙ୍କ ସହ ଶାରୀରିକ ସମ୍ପର୍କ ହେପାଟାଇଟିସ୍ କରିପାରେ। ଯଦି ଜଣେ ବ୍ୟକ୍ତିଙ୍କୁ ଏହି ଭୂତାଣୁ ସଂକ୍ରମିତ କରିଥାଏ, ତେବେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଦ୍ୱାରା ହେପାଟାଇଟିସ୍ ହୋଇପାରେ। 

ହେପାଟାଇଟିସ୍ ଚିକିତ୍ସା
ହେପାଟାଇଟିସକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର। ଏହା ଭାଇରସରୁ ପ୍ରତିହତ କରିପାରେ। ହେପାଟାଇଟିସ୍-ବି ଟିକା ଶରୀର ଉପରେ ଶ୍ରୀଘ୍ର ପ୍ରଭାବ ପକାଇଥାଏ। କମ୍ ବୟସର ପିଲା ଓ ବୟସ୍କମାନେ ମଧ୍ୟ ଟିକା ନେଇପାରିବେ। ସଠିକ୍ ସମୟରେ ଡାକ୍ତରୀ ପରୀକ୍ଷା କରି ଟିକା ନେବା ଦ୍ୱାରା ହେପାଟାଇଟିସ୍ ଭଲ ହୋଇପାରିବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe