Advertisment

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ: ଏହି ସବୁ କାରଣରୁ ବୃଦ୍ଧିପାଏ BP

ହାଇପରଟେନସନ କଣ, ଏହା କାହିଁକି ହୁଏ ଏବଂ କିପରି ଏଥିରୁ ବର୍ତ୍ତିବେ, ଜାଣନ୍ତୁ।

author-image
Debibandita Barick
Representative Image

Representative Image

ହାଇପରଟେନସନ ବା ଉଚ୍ଚ ରକ୍ତଚାପ ଆଉ ଏକ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହୋଇଛି। ଏହା କାରଣରୁ ଅନେକ ଲୋକଙ୍କ ଅକାଳ ବିୟୋଗ ଘଟୁଛି। ଏଥିପାଇଁ ମୁଖ୍ୟତଃ ଭାବେ ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଦାୟୀ। ଏପରି ସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ମେ' 17କୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ(World Hypertension Day) ପାଳନ କରାଯାଉଛି। ତେବେ ଏହି ଦିବସ ଅବସରରେ ହାଇପରଟେନସନ କଣ, ଏହା କାହିଁକି ହୁଏ ଏବଂ କିପରି ଏଥିରୁ ବର୍ତ୍ତିବେ, ଜାଣନ୍ତୁ... 

Advertisment

କେତେବେଳେ ଉଚ୍ଚ ରକ୍ତଚାପ ହୋଇଛି ବୋଲି ଜାଣିବେ
CDC ଅନୁଯାୟୀ ସାଧାରଣ ରକ୍ତଚାପ 120/80 mmHg ମଧ୍ୟରେ ରହିଥାଏ। ଯଦି ରକ୍ତଚାପ ଏହାଠାରୁ କମ୍, ତେବେ ଏହାକୁ ନିମ୍ନ ରକ୍ତଚାପ ଏବଂ ଯଦି ଏହାଠାରୁ ଅଧିକ ହୁଏ ତେବେ ଉଚ୍ଚ ରକ୍ତଚାପ ଭାବରେ ବିବେଚନା କରାଯାଏ। ଉଚ୍ଚ ରକ୍ତଚାପ ଅନେକ ଗମ୍ଭୀର ବିପଦ ସୃଷ୍ଟି କରିପାରେ।

ଉଚ୍ଚ ରକ୍ତଚାପର କାରଣ କଣ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉଚ୍ଚ ରକ୍ତଚାପର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ। ଅତ୍ୟଧିକ ଧୂମପାନ, ମଦ୍ୟପାନ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଖରାପ ଖାଦ୍ୟ, ଦିନସାରା ମୋବାଇଲ୍-ଲାପଟପ୍ ବ୍ୟବହାର ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ। 

Advertisment

ଉଚ୍ଚ ରକ୍ତଚାପ ଲକ୍ଷଣ
ଉଚ୍ଚ ରକ୍ତଚାପ କାରଣରୁ ମୁଣ୍ଡବିନ୍ଧା, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଏବଂ ନାକରୁ ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଇପାରେ। ସବୁଠୁ ବଡ଼ କଥା ହେଉଛି କି ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଏସବୁ ଲକ୍ଷଣ ରୋଗ ଗମ୍ଭୀର ହୋଇଗଲେ ଦେଖାଯାଏ।  

ଚିକିତ୍ସା
ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଉଚ୍ଚ ରକ୍ତଚାପର ଆଶଙ୍କାକୁ ହ୍ରାସ କରାଯାଇ ପାରିବ। ଯଦି ଉଚ୍ଚ ରକ୍ତଚାପର ଲକ୍ଷଣ ଥାଏ, ତେବେ ପ୍ରଥମେ ଚିକିତ୍ସା କରାଇ ନେବା ଉଚିତ୍। ଏହାପରେ ନିୟମିତ ସ୍ୱାସ୍ଥ୍ୟର ଯତ୍ନ ରୋଗ ବିପଦକୁ ହ୍ରାସ କରିପାରିବ। 18 ବର୍ଷ ବୟସ ପରେ ପ୍ରତିବର୍ଷ ଅତି କମରେ ଦୁଇଥର ରକ୍ତଚାପ ଯାଞ୍ଚ କରିବା ଉଚିତ୍। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Blood Pressure High Blood Pressure Hypertension World Hypertension Day