Advertisment

ବିଶ୍ୱ କିଡନୀ ଦିବସ: ଆଜି ନେଲେ ଯତ୍ନ, କାଲିକୁ ନେବାକୁ ପଡିବନି ଔଷଧ

ପ୍ରତିବର୍ଷ ମାର୍ଚ୍ଚର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ ଅନ୍ୟତମ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟକରେ। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ଅନେକ ଲୋକ ଯତ୍ନ ନେଉନଥିବାରୁ ସେମାନଙ୍କ କିଡନୀ ନଷ୍ଟ ହୋଇଯାଉଛି, ଫଳରେ ଅକାଳନରେ ଜୀବନ ଚାଲିଯାଉଛି। ଏଥିପାଇଁ ଲୋକଙ୍କୁ କିଡନୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ। ଏହି ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୪ରେ ବିଶ୍ୱ କିଡନୀ ଦିବସ ପାଳନ ହେଉଛି। 

Advertisment

ବିଶ୍ୱ କିଡନୀ ଦିବସର ଇତିହାସ 
୨୦୦୬ ମସିହାରେ, ୬ଟି ଦେଶ ବିଶ୍ୱ କିଡନୀ ଦିବସ ପାଳନ ଆରମ୍ଭ କରିଥିଲେ। ଦୁଇ ବର୍ଷ ମଧ୍ୟରେ ୬୬ ଦେଶ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିଲା। ଏହି ଦିବସ ପାଳନ ଇଣ୍ଟରନ୍ୟାସନାଲ୍ ସୋସାଇଟି ଅଫ୍ ନେଫ୍ରୋଲୋଜି (ISN) ଏବଂ ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ କିଡନୀ ଫାଉଣ୍ଡେସନ (IFKF)ର ମିଳିତ ପଦକ୍ଷେପ। ଯାହାର ଉଦ୍ଦେଶ୍ୟ ଥିଲା କିଡନୀ ବାବଦରେ ସଚେତନତା ବୃଦ୍ଧି କରିବା।

ବିଶ୍ୱ କିଡନୀ ଦିବସର ଉଦ୍ଦେଶ୍ୟ 
ବିଶ୍ୱ କିଡନୀ ଦିବସରେ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ପଦ୍ଧତି ଓ ଖାଦ୍ୟ ବିଷୟରେ ଅବଗତ କରାଯାଏ। ଏପରି ପ୍ରୟାସ ମାଧ୍ୟମରେ ଦ୍ରୁତ ଗତିରେ ବଢୁଥିବା କିଡନୀ ସମସ୍ୟାକୁ ରୋକିବା ଲକ୍ଷ୍ୟ। ସହରାଞ୍ଚଳରେ ଲୋକମାନେ ଅଳ୍ପ ବହୁତ କିଡନୀ ସ୍ୱାସ୍ଥ୍ୟ ବାବଦରେ ଅବଗତ ଥାଆନ୍ତି, କିନ୍ତୁ ଗାଁ ଗହଳିରେ ଅନେକ ଲୋକ କିଡନୀ ପ୍ରତି ଧ୍ୟାନ ଦେଇନଥାନ୍ତି। ତେଣୁ ଗ୍ରାମାଞ୍ଚଳରେ କିଡନୀ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ। 

Advertisment

ବିଶ୍ୱ କିଡନୀ ଦିବସ ଥିମ୍
ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରଖାଯାଇଛି "Kidney Health for All – Advancing equitable access to care and optimal medication practice।" ଅର୍ଥାତ୍ "ସମସ୍ତଙ୍କ ପାଇଁ କିଡନୀ ସ୍ୱାସ୍ଥ୍ୟ - ଯତ୍ନ ଏବଂ ଉପଯୁକ୍ତ ଔଷଧ ଅଭ୍ୟାସ ଦ୍ୱାରା ଚିକିତ୍ସାକୁ ଅଗ୍ରଗତି କରିବା।"

Health Tips World Kidney Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe