Advertisment

ଡିଆଁ ରୋଗ ନୁହେଁ କୁଷ୍ଠ; ସଚେତନ ହୁଅନ୍ତୁ, ସୁସ୍ଥ ସମାଜ ଗଢନ୍ତୁ

ପାପ କଲେ କି ଈଶ୍ୱର ଦଣ୍ଡ ଦେଲେ କୁଷ୍ଠ ହୋଇନଥାଏ, ଏହା ଏକ ଭ୍ରାନ୍ତ ଧାରଣା। କାରଣ ମାଇକୋବ୍ୟାକ୍ଟେରିୟମ୍ ଲେପ୍ରେ ଜୀବାଣୁ ଦ୍ୱାରା କୁଷ୍ଠ ରୋଗ ହୋଇଥାଏ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କୁଷ୍ଠ ରୋଗକୁ ନେଇ ଅନେକଙ୍କ ମନରେ ଏବେ ବି ଭ୍ରାନ୍ତ ଧାରଣା ରହିଛି। ବିଶ୍ୱସ୍ତରରେ କୁଷ୍ଠରୋଗ ବିଷୟରେ ସଚେତନତା ସୃଷ୍ଟି କରିବା, ରୋଗୀଙ୍କୁ ଚିକିତ୍ସା ପାଇଁ ଉତ୍ସାହିତ କରିବା ଏବଂ କୁଷ୍ଠରୋଗକୁ ନେଇ ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ମାସ ଶେଷ ରବିବାରକୁ ବିଶ୍ୱ କୁଷ୍ଠ ଦିବସ ବା ୱାର୍ଲ୍ଡ ଲେପ୍ରୋସି ଡେ ପାଳନ କରାଯାଉଛି।

Advertisment

ଚିକିତ୍ସାର ଅଗ୍ରଗତି ଫଳରେ କୁଷ୍ଠକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇ ପାରିଛି, କିନ୍ତୁ ଆଫ୍ରିକା ଏବଂ ଏସିଆର ଅନେକ ଦେଶରେ ଲକ୍ଷ ଲକ୍ଷ କୁଷ୍ଠ ରୋଗୀ ଅଛନ୍ତି। କୁଷ୍ଠକୁ ଅନେକ ଲୋକ ଡିଆଁ ରୋଗ ଭାବି ରୋଗୀଙ୍କୁ ଛୁଇଁନଥାନ୍ତି। ବାସ୍ତବରେ କୁଷ୍ଠ ଏକ କେଉଁ ପ୍ରକାର ରୋଗ, ଏହି ରୋଗ କାହିଁକି ହୋଇଥାଏ, ଏବଂ କିପରି ଚିକିତ୍ସା କରିବେ, ଜାଣନ୍ତୁ ସବିଶେଷ ତଥ୍ୟ...

କୁଷ୍ଠ ରୋଗ କଣ
ପ୍ରଥମେ ଜାଣି ରଖନ୍ତୁ, କୁଷ୍ଠରୋଗ ମାଇକୋବ୍ୟାକ୍ଟେରିୟମ୍ ଲେପ୍ରେ ଜୀବାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ଏହା କୌଣସି ଅଭିଶାପରୁ କିମ୍ବା ଈଶ୍ୱର ଦେଉଥିବା ଦଣ୍ଡରୁ ଆକ୍ରାନ୍ତ ହୁଏନୁହେଁ। କୁଷ୍ଠ ଏକ କ୍ରନିକ୍ ସଂକ୍ରମଣ, ଯାହା ମାଂସପେଶୀ ଦୁର୍ବଳତା, ଚର୍ମର କ୍ଷତ ଓ ହାତ, ପାଦ, ଗୋଡ ଏବଂ ବାହୁରେ ଦାଗ ଭଳି ଲକ୍ଷଣ ସୃଷ୍ଟି କରେ। ସବୁଠୁ ବଡ କଥା ହେଉଛି କି, କୁଷ୍ଠରୋଗ ସୃଷ୍ଟିକାରକ ଜୀବାଣୁ ଶୁରୀରରେ ଖୁବ୍ ଧୀରେ ଧୀରେ ବଢିଥାଏ, ଯାହା ଫଳରେ ରୋଗ ଚିହ୍ନଟ ହେବା ପାଇଁ ଅନେକ ବର୍ଷ ଲାଗିଯାଏ। 

Advertisment

କୁଷ୍ଠରୋଗର କୌଣସି ଉପଶମ ନାହିଁ?
କୁଷ୍ଠରୋଗକୁ ଦୂରାରୋଗ୍ୟ କିମ୍ବା ଏହାର କୌଣସି ଉପଶମ ନାହିଁ ବୋଲି ଭାବିବା ଏକ ଭୁଲ୍ ଧାରଣା। ଏହି ରୋଗକୁ ମାତ୍ ଦେବା ପାଇଁ ଅନେକ ପ୍ରଭାବଶାଳୀ ଆଣ୍ଟିବାୟୋଟିକ୍ ପ୍ରସ୍ତୁତ କରାଯାଇଛି। 1995ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ପ୍ରକାରର କୁଷ୍ଠରୋଗର ଚିକିତ୍ସା ପାଇଁ ମଲ୍ଟିଡ୍ରଗ୍ ଥେରାପି ବିକଶିତ କରିଥିଲା। ଏହି ଔଷଧଗୁଡିକ ଜୀବାଣୁକୁ ସମୂଳେ ନାଶ କରିବା ସହ କେଶ ଝଡିବା, ଅକ୍ଷମତା, ଦୃଷ୍ଟିହୀନତା ଭଳି ରୋଗର ଜଟିଳତାକୁ ମଧ୍ୟ ରୋକିପାରେ।

କୁଷ୍ଠରୋଗ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଏ
କୁଷ୍ଠରୋଗ ବୟସ ଉପରେ ନିର୍ଭର କରେ ନାହିଁ। ଏହା ଯେକୌଣସି ସମୟରେ କାହାକୁ ବି ପ୍ରଭାବିତ କରିପାରେ। କୁଷ୍ଠରୋଗ ସୃଷ୍ଟି କରୁଥିବା ଜୀବାଣୁଙ୍କର ଏକ ଦୀର୍ଘ ଇନକ୍ୟୁବେସନ ଅବଧି ଥାଏ (ସଂକ୍ରମଣ ପରେ ଲକ୍ଷଣ ଦେଖାଯିବା ପାଇଁ ସମୟ ଲାଗେ), ଯେଉଁ କାରଣରୁ ଲକ୍ଷଣଗୁଡ଼ିକ ବିଳମ୍ବରେ ବିକଶିତ ହୁଏ। ଅନେକ ଲୋକଙ୍କ କ୍ଷେତ୍ରରେ ପୂର୍ବରୁ କୁଷ୍ଠ ରୋଗ ଥିଲେ ବୃଦ୍ଧାବସ୍ଥାରେ ଏହି ଲକ୍ଷଣ ଦେଖାଯିବାର ଉଦାହରଣ ରହିଛି। 

ସଂକ୍ରାମକ ବା ଡିଆଁରୋଗ କି କୁଷ୍ଠ?
କୁଷ୍ଠରୋଗ ଆଦୌ ସଂକ୍ରାମକ ରୋଗ ନୁହେଁ। ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ଥିଲେ ଏହି ରୋଗ ହେବାର ସମ୍ଭାବନା ଥାଏ। ରୋଗୀଙ୍କୁ ଛୁଇଁବା ଦ୍ୱାରା କୁଷ୍ଠ ବ୍ୟାପିନଥାଏ। ମଦର ଟେରେସାଙ୍କୁ ଉଦାହରଣ ସ୍ୱରୂପ ନେଇପାରିବେ। କାରଣ ସେ ବର୍ଷ ବର୍ଷ ଧରି କୁଷ୍ଠ ରୋଗରେ ପୀଡିତ ଲୋକଙ୍କର ସେବା କରୁଥିଲେ, କିନ୍ତୁ ସେ କେବେ ସଂକ୍ରମିତ ହୋଇନଥିଲେ। ତେଣୁ ଘୃଣା କିମ୍ବା ରୋଗକୁ ଡିଆଁରୋଗ ଭାବି ରୋଗୀଙ୍କୁ ଅଣଦେଖା କରନ୍ତୁ ନାହିଁ। ସଚେତନ ହୁଅନ୍ତୁ, ସୁସ୍ଥ ସମାଜ ଗଢନ୍ତୁ। 

Health News World Leprosy Day Leprosy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe