Advertisment

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ମାନସିକ ସ୍ୱାସ୍ଥ୍ୟ ଉପରେ ନିର୍ଭରଶୀଳ ସାମଗ୍ରିକ ସ୍ୱାସ୍ଥ୍ୟ

କାହିଁକି ପାଳନ କରାଯାଏ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, କେବେଠାରୁ ଏହି ଦିବସ ପାଳନ କରାଯାଉଛି, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଏକ ବଡ଼ ଆହ୍ୱାନ। କାରଣ ବର୍ତ୍ତମାନ ସମୟରେ ଚାପ, ଚିନ୍ତା ଏବଂ ଉଦାସୀନତା ଗମ୍ଭୀର ସମସ୍ୟା ଭାବେ ଉଭାହୋଇଛି। ତଥାପି ଲୋକମାନେ ମାନସିକ ରୋଗକୁ ଗୁରୁତର ରୂପେ ନିଅନ୍ତି ନାହିଁ। ବିଶେଷ କରି ଏହି ସମସ୍ୟାକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ସମୟରେ ଲଜ୍ଜାକର ମନେକରନ୍ତି। ଫଳରେ ମାନସିକ ରୋଗ ଧୀରେ ଧୀରେ ଗମ୍ଭୀର ହୋଇଯାଏ, ଆଉ ଜୀବନକୁ ବିପଦରେ ପକାଏ।

Advertisment

ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନିସକ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ। ତେବେ କେବେଠାରୁ ଏହିପରି ଏକ ଦିନ ପାଳନ ଆରମ୍ଭ ହୋଇଛି, ଏହାର ଗୁରୁତ୍ୱ ଏବଂ ଚଳିତ ବର୍ଷର ଥିମ୍ କଣ ରହିଛି, ଜାଣନ୍ତୁ...

  • ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଇତିହାସ

ପ୍ରଥମେ ୧୦ ଅକ୍ଟୋବର ୧୯୯୨ରେ ବିଶ୍ୱ ଫେଡେରେଶନ ଏହି ଦିବସ ଆରମ୍ଭ କରିଥିଲା। ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବିନା କୌଣସି ବିଷୟବସ୍ତୁ ବା ଥିମରେ ପାଳନ କରାଯାଉଥିଲା। ଲୋକମାନଙ୍କୁ ମାନସିକ ସ୍ୱସ୍ଥ୍ୟର ପ୍ରାସଙ୍ଗିକତାକୁ ବୁଝାଇବା ପାଇଁ ମାନସିକ ସ୍ୱାସ୍ଥ୍ୟ ଦିବସ ଆରମ୍ଭ ହୋଇଥିଲା। ଏହି ଅଭିଯାନର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୧୯୯୪ରେ ପ୍ରଥମ ଥର ପାଇଁ ଏକ ଥିମ୍(ବିଷୟବସ୍ତୁ) ଚୟନ କରାଯାଇଥିଲା। ପ୍ରଥମ ବିଷୟବସ୍ତୁ ଥିଲା ସମଗ୍ର 'ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସେବାର ଉନ୍ନତି ଆଣିବା।'

Advertisment
  • ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଗୁରୁତ୍ୱ

ଆଜି ବି ଲୋକମାନେ ଉଦାସୀନତା ଏବଂ ଚାପକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭାବରେ ଗ୍ରହଣ କରନ୍ତି ନାହିଁ ଏବଂ ଏହାକୁ ଅଣଦେଖା କରନ୍ତି। କିନ୍ତୁ ଏହି ସମସ୍ୟା ଭବିଷ୍ୟତରେ ଗମ୍ଭୀର ପରିଣାମ ଆଣିପାରେ। ଲୋକମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ବୁଝାଇବା ପାଇଁ ଏହି ଦିନ ଆରମ୍ଭ ହୋଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେମିନାର ମାଧ୍ୟମରେ ଲୋକମାନଙ୍କୁ ଏନେଇ ସଚେତନ କରାଯାଏ। 

ଏହି କାର୍ଯ୍ୟକ୍ରମଗୁଡ଼ିକରେ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଟିପ୍ସ ଦିଆଯାଏ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଦୂର ପାଇବା ପାଇଁ ପଦକ୍ଷେପ ମଧ୍ୟ ଦିଆଯାଏ।

  • ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୩ ଥିମ୍

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୩ର ବିଷୟବସ୍ତୁ ହେଉଛି, 'ବିଶ୍ୱସ୍ତରରେ ମାନସିକ ସ୍ୱାସ୍ଥ୍ୟ ଏକ ମାନବିକ ଅଧିକାର'(Mental health is a universal human right) । ଏହି ଥିମ୍ ଆଧାରରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ସମସ୍ତଙ୍କ ମାନସିକ ସ୍ୱାସ୍ଥ୍ୟକୁ ଏକ ମାନବିକ ଅଧିକାର ଭାବରେ ପ୍ରୋତ୍ସାହନ ଏବଂ ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରାଯାଉଛି।

World Mental Health Day Theme Mental Health Day World Mental Health Day