Representative Image
କଥାରେ ଅଛି, 'ସାତ ସୁରେ ବନ୍ଧା ଏ ଜୀବନ...।' ବାସ୍ତବରେ ସଂଗୀତ ବିନା ଜୀବନ ରଙ୍ଗହୀନ। ସଂଗୀତ ଜୀବନରେ ଭରେ ପ୍ରାଣ। ଅନେକ ସମୟରେ ଗୀତ ଗାଇ ଗାଇ କିମ୍ବା ଶୁଣି ଶୁଣି ରୋଗୀର ଅସ୍ତ୍ରୋପଚାର ହେଉଥିବାର ଖବର ସାମ୍ନାକୁ ଆସେ। ଏହାର ଅର୍ଥ ସଂଗୀତ ମଧ୍ୟ ଜୀବନରୁ ଯନ୍ତ୍ରଣା ହରିନିଏ। ତେଣୁ ମଣିଷ ଜୀବନରେ ସଂଗୀତର ମହତ୍ୱକୁ ସମ୍ମାନାର୍ଥେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧କୁ ବିଶ୍ୱ ସଂଗୀତ ଦିବସ (World Music Day) ରୂପେ ପାଳନ କରାଯାଏ।
ବିଶ୍ୱ ସଙ୍ଗୀତ ଦିବସର ଇତିହାସ
ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ମରିସ ଫ୍ଲୁରେଟ୍ ୧୯୮୧ ମସିହାରେ 'ବିଶ୍ୱ ସଂଗୀତ ଦିବସ' ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ୧୯୮୨ ଜୁନ୍ ୨୧ରେ ପ୍ରଥମ ଥର ପାଇଁ ଫ୍ରାନ୍ସରେ ସଂଗୀତ ଦିବସ ପାଳନ କରାଯାଇଥିଲା।
ଏହି ଦିନ କାହିଁକି ପାଳନ କରାଯାଏ?
ଜୀବନରେ ସଂଗୀତର ଅବଦାନ ଓ ମହତ୍ତ୍ୱ ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ 'ବିଶ୍ୱ ସଂଗୀତ ଦିବସ' ପାଳନ କରାଯାଏ। ଏହି ଦିନ ଭାରତୀୟ ସଂସ୍କୃତିରେ ସଂଗୀତର ଅବଦାନ ବାବଦରେ ମଧ୍ୟ ଆଲୋଚନା କରାଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us