Advertisment

ବିଶ୍ୱ ପୋଲିଓ ଦିବସ: ସଚେତନତା ଦୂର କରେ ରୋଗ ବିପଦ

ପୋଲିଓ କଣ, କାହିଁକି ପୋଲିଓ ହୁଏ ଏବଂ ଏପରି ଏକ ଦିବସ ପାଳନର କେତେ ଆବଶ୍ୟକତା ରହିଛି, ଜାଣନ୍ତୁ...

World Polio Day

World Polio Day

Advertisment

ପ୍ରତିବର୍ଷ ୨୪ ଅକ୍ଟୋବରକୁ ବିଶ୍ୱ ପୋଲିଓ ଦିବସ ରୂପେ ପାଳନ କରାଯାଏ। ପୋଲିଓ ଏବଂ ଏହି ରୋଗକୁ ମାତ୍ ଦେବା ପାଇଁ ଟୀକାକରଣର ମହତ୍ତ୍ୱ ବିଷୟରେ ଅବଗତ କରାଇବା ପୋଲିଓ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ରୋଗ କଣ, କାହିଁକି ପୋଲିଓ ହୁଏ ଏବଂ ଏପରି ଏକ ଦିବସ ପାଳନର କେତେ ଆବଶ୍ୟକତା ରହିଛି, ଜାଣନ୍ତୁ...

Advertisment

ବିଶ୍ୱ ପୋଲିଓ ଦିବସର ଇତିହାସ
ରୋଟାରୀ ଇଣ୍ଟରନ୍ୟାସନାଲ ପ୍ରଥମେ ବିଶ୍ୱ ପୋଲିଓ ଦିବସ ପାଳନ ଆରମ୍ଭ କରିଥିଲା। ଜୋନାସ ସାଲ୍କଙ୍କ ଜନ୍ମଦିନ ଅବସରରେ ଏହି ଦିନ ପାଳନ କରାଯାଏ। ଜୋନାସ୍ ପୋଲିଓ ଟିକା ଆବିଷ୍କାର କରିଥିବା ପ୍ରଥମ ଟିମର ନେତୃତ୍ୱ ନେଇଥିଲେ। ତେଣୁ ତାଙ୍କ ଜନ୍ମଦିନ ଅବସରକୁ ବିଶ୍ୱ ପୋଲିଓ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୯୮୮ରେ, ବିଶ୍ୱର ସମସ୍ତ ଦେଶରୁ ପୋଲିଓ ହଟାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଭା ଏକ ମିଶନ ଆରମ୍ଭ କରିଥିଲା। ଏହି ମିଶନ ମାଧ୍ୟମରେ ସମସ୍ତ ଶିଶୁଙ୍କୁ ଏହି ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। 

ବିଶ୍ୱ ପୋଲିଓ ଦିବସର ଗୁରୁତ୍ୱ
ପୋଲିଓ ଏକ ଭୟଙ୍କର ରୋଗ, ଯାହା ସଂକ୍ରମିତ ହେଲେ ପକ୍ଷାଘାତ ଭଳି ସମସ୍ୟା ହୋଇପାରେ, ଫଳରେ ଜଣେ ବ୍ୟକ୍ତି ଚିରକାଳ ଭିନ୍ନକ୍ଷମ ହୋଇଯାଏ। ଏହା ପ୍ରାୟତଃ ୫ ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ଦେଖାଯାଏ। ତେଣୁ ପିଲାମାନଙ୍କୁ ଟିକାର ସବୁ ଡୋଜ୍ କିପରି ଠିକ୍ ସମୟରେ ଦିଆଯିବ ସେଥିପାଇଁ ଗୁରୁତ୍ୱ ଦିଆଯାଏ।

Advertisment

ସ୍ୱାସ୍ଥ୍ୟ କର୍ମୀଙ୍କ ମାଧ୍ୟମରେ ହେଉ କିମ୍ବା ବିଜ୍ଞାପନ ଜରିଆରେ ଲୋକଙ୍କୁ ଦୁଇ ବୁନ୍ଦା ପୋଲିଓର ଗୁରୁତ୍ୱ ବାବଦରେ ଅବଗତ କରାଯାଏ। ଧୀରେ ଧୀରେ ଏହି ପ୍ରୟାସ ଭାରତକୁ ପୋଲିଓ ମୁକ୍ତ ମଧ୍ୟ କରିପାରିଛି। ୨୦୧୪ ମସିହାରେ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ଭାବେ ଘୋଷଣା କରାଯାଇଥିଲା। ଭାରତ ପୋଲିଓ ମୁକ୍ତ ହୋଇଥିଲେ ବି ବିଶ୍ୱରୁ ଏହି ଜୀବାଣୁର ମୂଳୋତ୍ପଟନ ହୋଇନାହିଁ। ତେଣୁ ବିପଦ ମୁକ୍ତ ପାଇଁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପୋଲିଓ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଏ। ଯେପରି କୌଣସି ପିଲା ଏହି ଭୟଙ୍କର ରୋଗର ଶିକାର ନ ହୁଏ ସେଥିପାଇଁ ବିଶ୍ୱ ପୋଲିଓ ଦିବସ ପାଳନ ଗୁରୁତ୍ୱ ବହନ କରେ।

ପୋଲିଓ କ’ଣ?
ପୋଲିଆକୁ ପୋଲିଓମାଇଲାଇଟିସ୍ ମଧ୍ୟ କୁହାଯାଏ। ଏହା ଏକ ଜୀବାଣୁ ବାହିତ ରୋଗ। ଏହି ରୋଗ ମେରୁଦଣ୍ଡର ସ୍ନାୟୁକୁ ପ୍ରଭାବିତ କରିଥାଏ। ଏହା ପକ୍ଷାଘାତ କିମ୍ବା ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ସୂଚନା ଅନୁଯାୟୀ, ପୋଲିଓ ଜୀବାଣୁ ପ୍ରଥମେ ଗଳା ଏବଂ ପରେ ଅନ୍ତନଳୀକୁ ସଂକ୍ରମିତ କରିଥାଏ। ଏହି କାରଣରୁ ଫ୍ଲୁ(ଥଣ୍ଡା-ଜ୍ୱର) ଭଳି ଲକ୍ଷଣ ଦେଖାଯାଏ। ଧୀରେ ଧୀରେ ସଂକ୍ରମଣ ମସ୍ତିଷ୍କ ଏବଂ ମେରୁଦଣ୍ଡ ଉପରେ ପ୍ରଭାବ ପକାଇଥାଏ। ଏହା ଏକ ସଂକ୍ରାମକ ରୋଗ, ଯାହା ସହଜରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିପାରେ। 

Polio Symptoms What Is Polio Polio World Polio Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe