Advertisment

ବିଶ୍ୱ ନଦୀ ଦିବସ: ସିନ୍ଧୁ ନଦୀ ତଟରୁ ଆରମ୍ଭ ହୋଇଥିଲା ସଭ୍ୟତା!

ସମଗ୍ର ବିଶ୍ୱରେ ନଦୀଗୁଡିକର ସୁରକ୍ଷା ପାଇଁ ୨୦୦୫ରେ ନଦୀ ଦିବସ ପାଳନ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
River Day File Image

River Day File Image

Advertisment

ପ୍ରତିବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ସମଗ୍ର ବିଶ୍ୱରେ ନଦୀ ଦିବସ ରୂପେ ପାଳନ କରାଯାଏ। ଏହି ହିସାବରେ ଚଳିତ ବର୍ଷ ଆଜି ଅନ୍ତର୍ଜାତୀୟ ନଦୀ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ନଦୀଗୁଡିକର ସୁରକ୍ଷା ପାଇଁ ୨୦୦୫ରେ ନଦୀ ଦିବସ ପାଳନ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଭାରତ ସମେତ ବିଶ୍ୱର ଅନେକ ଦେଶରେ ବିଶ୍ୱ ନଦୀ ଦିବସ ପାଳନ କରାଯାଏ। 

Advertisment

ଦୁନିଆରେ ଅନେକ ନଦୀ ଅଛି ଏବଂ ପ୍ରତ୍ୟେକ ନଦୀର ନିଜସ୍ୱ ଏକ ଚମତ୍କାର ତଥା ରୋଚକ କାହାଣୀ ରହିଛି। ସାରା ଦେଶରେ ପ୍ରବାହିତ ନଦୀଗୁଡ଼ିକ ସେମାନଙ୍କର ଗୌରବ ଏବଂ ସୌନ୍ଦର୍ଯ୍ୟର କାହାଣୀ ଗାନ କରନ୍ତି।

ଭାରତରେ ନଦୀର ଗୁରୁତ୍ୱ 
ଆମ ଦେଶ ଭାରତକୁ ନଦୀ ଦେଶ ବୋଲି କୁହାଯାଏ। ହିମାଳୟରୁ ନିର୍ଗତ ହୋଇଥିବା ସିନ୍ଧୁ ନଦୀ ତଟରେ ସଭ୍ୟତା ଗଢ଼ି ଉଠିଥିବା କୁହାଯାଏ। ଏଠାରେ ପ୍ରାୟ ଛୋଟ ବଡ଼ ୨୦୦ ମୁଖ୍ୟ ନଦୀ ଅଛି। ଭାରତରେ ମଧ୍ୟ ନଦୀଗୁଡ଼ିକର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ନଦୀଗୁଡିକୁ ପବିତ୍ର ଓ ସମ୍ଭ୍ରାନ୍ତ ଭାବେ ବିବେଚନା କରାଯାଏ। ଏହା ବ୍ୟତୀତ ନଦୀଗୁଡିକୁ ଦେବୀ ଏବଂ ମାଆର ମାନ୍ୟତା ଦିଆଯାଇଛି। ହିନ୍ଦୁ ଧର୍ମରେ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ, ଗୋଦାବରୀ, ନର୍ମଦା, କୃଷ୍ଣା, ମହାନାଦୀ, ରବି, ସତଲେଜ, ତାପ୍ତି, ବିତସ୍ତା, ସରସ୍ୱତୀ, କୁମ୍ବା ଇତ୍ୟାଦି ନଦୀ ବେଶ୍ ଗୁରୁତ୍ୱ ବହନ କରନ୍ତି।

Advertisment

ହିନ୍ଦୁ ଧର୍ମରେ ନଦୀର ମହତ୍ତ୍ୱ
ହିନ୍ଦୁ ଧର୍ମରେ ନଦୀର ବିଶେଷ ଗୁରୁତ୍ୱ ରହିଛି। ତେଣୁ ନଦୀ ପୂଜା ଏବଂ ନଦୀ ସ୍ନାନକୁ ପୂଣ୍ୟ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ, ନଦୀ ସ୍ନାନ କରିବା ଦ୍ୱାରା ମନୁଷ୍ୟର ମନ ଶୁଦ୍ଧ ହୁଏ, ବିବେକ ଶାନ୍ତ ହୁଏ ଏବଂ ସମସ୍ତ ପାପ ଧୋଇଯାଏ। ଏହା ସହିତ, ଆରୋଗ୍ୟତାର ଆଶିଷ ମଧ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। 

ସାତୋଟି ନଦୀ ଗଙ୍ଗା, ଯମୁନା, ସିନ୍ଧୁ, ଗୋଦାବରୀ, ନର୍ମଦା, କୃଷ୍ଣା ଏବଂ କାବେରୀ ବାବଦରେ ଶାସ୍ତ୍ରରେ ବହୁ କଥା ଉଲ୍ଲେଖ ରହିଛି। ବେଦ, ପୁରାଣ ଏବଂ ଧାର୍ମିକ ଶାସ୍ତ୍ରରେ ଗଙ୍ଗା ନଦୀକୁ ସର୍ବୋତ୍ତମ ଏବଂ ଏହିପରି ଅନେକ ନଦୀକୁ ପବିତ୍ର ବୋଲି ବର୍ଣ୍ଣନା କରାଯାଇଛି। ଗଙ୍ଗା ନଦୀ ହିମାଳୟର ଗଙ୍ଗୋତ୍ରିରୁ ପ୍ରବାହିତ ହୋଇଛି। ତେଣୁ ନଦୀର ପବିତ୍ରତା, ପରିଷ୍କାର-ପରିଚ୍ଛନ୍ନତା ବାବଦରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଦୀ ଦିବସ ପାଳନ କରାଯାଏ।

ନଦୀ ଦିବସ ବିଷୟବସ୍ତୁ

ପ୍ରତ୍ୟେକ ବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ନଦୀ ଦିବସର ବିଷୟବସ୍ତୁ 'ନଦୀର ଅଧିକାର' ରହିଛି। ଏହି ବିଷୟବସ୍ତୁ  ଆଧାରରେ ନଦୀଗୁଡ଼ିକୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କରିବାକୁ ଦାବି କରାଯାଉଛି।

World River Day World River Day Theme Why River Day Celebrated Importance Of River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe