Advertisment

ବିଶ୍ୱ ବିଦ୍ୟାର୍ଥୀ ଦିବସ: କାହିଁକି ଅକ୍ଟୋବର ୧୫ରେ ପାଳନ ହୁଏ ବିଦ୍ୟାର୍ଥୀ ଦିବସ?

ମିଳିତ ଜାତିସଂଘ ୨୦୧୦ ରେ ଅକ୍ଟୋବର ୧୫କୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା।

ଅଦ୍ୟତନ ହୋଇଛି
 Representative Image

Representative Image

Advertisment

ଆଜି ବିଶ୍ୱ ବିଦ୍ୟାର୍ଥୀ ଦିବସ। ପ୍ରତିବର୍ଷ ଅକ୍ଟୋବର ୧୫କୁ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସମ୍ମାନାର୍ଥେ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳନ କରାଯାଏ। କାରଣ ଏହି ଦିନ ମିସାଇଲ ମ୍ୟାନ୍ କଲାମଜୀ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ଏବଂ ବିଦ୍ୟାର୍ଥୀଙ୍କ ପ୍ରତି କଲାମଙ୍କ ଅବଦାନକୁ ମନେପକାଇବା ଏବଂ ବିଦ୍ୟାର୍ଥୀମାନଙ୍କୁ ସମାଜରେ କଲ୍ୟାଣ ଦିଗରେ ଅଗ୍ରସର କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। 

Advertisment

ବିଶ୍ୱ ବିଦ୍ୟାର୍ଥୀ ଦିବସର ଇତିହାସ
ମିଳିତ ଜାତିସଂଘ ୨୦୧୦ ରେ ଅକ୍ଟୋବର ୧୫କୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏହି ବିଶେଷ ଦିନ ପାଳନ କରାଯାଏ। ତେବେ ଏପରି ଏକ ଦିବସ ପାଳନର ମହତ୍ତ୍ୱ କଣ, ଜାଣନ୍ତୁ... 

ବିଶ୍ୱ ବିଦ୍ୟାର୍ଥୀ ଦିବସ କାହିଁକି ପାଳନ କରାଯାଏ?
ଏକ ସଭ୍ୟ ସମାଜ ପାଇଁ ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ବିନା ମଣିଷ ଭୁଲ୍-ଠିକର ବିଚାର କରିବାରେ ଅସମର୍ଥ! ତେଣୁ ଶିକ୍ଷାର ଗୁରୁତ୍ୱକୁ ଆଲୋକିତ କରିବା, ଶିକ୍ଷାର ମୌଳିକ ଅଧିକାର ଉପରେ ଗୁରୁତ୍ୱ ଦେବା ଏବଂ ବିଦ୍ୟାର୍ଥୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏଥିସହ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ଭାରତର ପୂର୍ବତନ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଅବଦୁଲ କଲାମଙ୍କ ଅବଦାନକୁ ମନେ ପକାଇବା ପାଇଁ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳନ କରାଯାଏ।

Advertisment

ବିଶ୍ୱ ବିଦ୍ୟାର୍ଥୀ ଦିବସ ଥିମ୍
ପ୍ରତି ବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍, ଯଦି ଆପଣ ବିଫଳ ବା ଫେଲ୍ ହେଉଛନ୍ତି ତେବେ ହାରି ଯାଆନ୍ତୁ ନାହିଁ, କାରଣ F.A.I.L. ଅର୍ଥ 'First Attempt In Learning' ।

ମିସାଇଲ୍ ମ୍ୟାନଙ୍କ ଜୀବନୀ 
ତାମିଲନାଡୁର ରମେଶ୍ୱରମରେ ଅକ୍ଟୋବର ୧୫, ୧୯୩୧ରେ ଜନ୍ମଗ୍ରହଣ କରିଥିଲେ କଲାମ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ରେ ବଡ଼ ପଦବୀରେ ଅବସ୍ଥାପିତ ହୋଇଥିଲେ। ୨୦୦୨ରେ ଦେଶର ଏକାଦଶ ରାଷ୍ଟ୍ରପତି ହୋଇଥିଲେ କଲାମ।

କଲାମ ୨୦୦୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବା ପରେ ନିଜ ଜୀବନକୁ ଶିକ୍ଷାଦାନ ପାଇଁ ଉତ୍ସର୍ଗ କରିଥିଲେ। ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ଶିଲଙ୍ଗ, ଆଇଆଇଏମ୍-ଅହମ୍ମଦାବାଦ ଏବଂ ଆଇଆଇଏମ୍-ଇନ୍ଦୋରରେ ପରିଦର୍ଶକ ପ୍ରଫେସର ଭାବେ ପିଲାମାନଙ୍କୁ ପାଠ ପଢାଇଥିଲେ। ଶିକ୍ଷାକୁ ଜୀବନର ଶ୍ରେଷ୍ଠ ସଂପଦ ବୋଲି ବୋଲି ସେ ମଣୁଥିଲେ। ଜୀବନର ଶେଷ ପର୍ଯ୍ୟାୟ ସେ ପିଲାମାନଙ୍କ ସହ ବିତାଇଥିଲେ। ଏପରିକି କଲାମଙ୍କ ମୃତ୍ୟୁ ମଧ୍ୟ ଏକ କଲେଜରେ ଅଭିଭାଷଣ ଦେବା ସମୟରେ ହୋଇଥିଲା। ଶିକ୍ଷା ଏବଂ ବିଦ୍ୟାର୍ଥୀଙ୍କ ପ୍ରତି ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିବସକୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରାଯାଏ। 

OR Special Special Story World Students Day Students Day APJ Kalam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe