Advertisment

ଆତ୍ମହତ୍ୟା ନିରୋଧ ଦିବସ: ମନକୁ କିପରି ଫୁର୍ତ୍ତି ରଖିବେ, ଜାଣନ୍ତୁ

ଆତ୍ମହତ୍ୟା କେବଳ ଜଣେ ବ୍ୟକ୍ତିର ଜୀବନ ନେଇଯାଏନି କି ପରିବାରକୁ ଶୋକସନ୍ତପ୍ତ କରିଦିଏନି, ବରଂ ଏକ ସୁସ୍ଥ ସମାଜ ଉପରେ କୁପ୍ରଭାବ ପକାଏ।

ଅଦ୍ୟତନ ହୋଇଛି
Depression

Depression

Advertisment

ଆତ୍ମହତ୍ୟା ଜୀବନର ଏକ ଅନ୍ତିମ ଘୃଣ୍ୟ ନିଷ୍ପତ୍ତି। କାହା ପ୍ରରୋଚନାରେ ହେଉ କିମ୍ବା କୌଣସି ଦୋଷ-ଦୁର୍ବଳତା କାରଣରୁ ନିଜକୁ ନିଜେ ମାରିଦେବା ଏକ ଅପରାଧ। ଏହା ଭୁଲ୍, ଘୃଣ୍ୟ ଆଉ ହିଂସ୍ର ବୋଲି ଜାଣି ମଧ୍ୟ ଅନେକ ଏପରି ଚରମ ନିଷ୍ପତ୍ତି ନିଅନ୍ତି। ଏହା କେବଳ ଜଣେ ବ୍ୟକ୍ତିର ଜୀବନ ନେଇଯାଏନି କି ପରିବାରକୁ ଶୋକସନ୍ତପ୍ତ କରିଦିଏନି, ବରଂ ଏକ ସୁସ୍ଥ ସମାଜ ଉପରେ କୁପ୍ରଭାବ ପକାଏ।

Advertisment

ତେଣୁ ସମାଜରେ ସୁସ୍ଥ ବାତାବରଣ ବଜାୟ ରଖିବା ଏବଂ ଆତ୍ମହତ୍ୟାକୁ ରୋକିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଏ। 

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ରିପୋର୍ଟ କହୁଛି, ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ। ଓଡ଼ିଶାରେ ୫ ହଜାର ୬ ଶହ  ୫୧ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ଏଥିରେ ୪ ହଜାର ୪୧୨ ଜଣ ପୁରୁଷ ଥିବାବେଳେ ୧,୨୩୯ ମହିଳା ଅଛନ୍ତି । 

Advertisment

ରିପୋର୍ଟକୁ ବିଚାର କଲେ ରାଜ୍ୟରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଏହାର କାରଣ ଯାହା ବି ହେଉ, ଆତ୍ମହତ୍ୟାକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ। ତେଣୁ ମନ ଭାରାକ୍ରାନ୍ତ ହେଲେ କିମ୍ବା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଲେ, ନିଜକୁ କିପରି ନିୟନ୍ତ୍ରଣରେ ରଖିବେ, ଜାଣନ୍ତୁ... 

ମନ ବଦଳାନ୍ତୁ- ଯଦି କେବେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ମନକୁ ଆନ୍ଦୋଳିତ କରେ, ତେବେ ସର୍ବ ପ୍ରଥମେ ଏହି ଚିନ୍ତନକୁ ମନରୁ ବାହାର କରିବାକୁ ଚେଷ୍ଟା କରନ୍ତୁ। ଯେକୌଣସି କାର୍ଯ୍ୟ ପାଇଁ ନିଷ୍ପତ୍ତି ନେଇଥାଆନ୍ତୁ ନା କାହିଁକି, ସେସବୁକୁ ସ୍ଥଗିତ ରଖନ୍ତୁ ଏବଂ ଯେଉଁ ରୁମରେ ରହୁଛନ୍ତି, ସେଠାରୁ ଅନ୍ୟ ଏକ ସ୍ଥାନକୁ ଚାଲିଯାଆନ୍ତୁ। ବିଶେଷ କରି ଖୋଲା ପରିବେଶକୁ ଯାଆନ୍ତୁ। ଦୀର୍ଘ ନିଃଶ୍ୱାସଟିଏ ନିଅନ୍ତୁ ଆଉ ଖୋଲା ପରିବେଶକୁ ମନଭରି ଉପଭୋଗ କରିବାକୁ ଚେଷ୍ଟା କରନ୍ତୁ। 

ଯଦି ଏତିକିରେ ମନ ହାଲୁକା ନ ହୁଏ, ତେବେ ମନରେ ଯେଉଁ କଥା ଆନ୍ଦୋଳିତ କରୁଛି, ସେ ବିଷୟରେ ପ୍ରିୟର ମଣିଷ ସହ ଆଲୋଚନା କରନ୍ତୁ। ଯଦି ପ୍ରିୟର ମଣିଷ ନାହାନ୍ତି, ତେବେ ଭଗବାନଙ୍କ ସହ କଥା ହୋଇପାରିବେ। ଯଦି ଏପରି କରିବାରେ କୁଣ୍ଠାବୋଧ ହେଉଛି, ତେବେ ଡାଏରୀରରେ ମନ କଥା ଲେଖିଦିଅନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚିତ ରୂପେ ମନରେ ପରିବର୍ତ୍ତନ ଆସିପାରିବ। 

ଲୋକଙ୍କ ସହ କଥାବାର୍ତ୍ତା- ଉଦାସୀନତା ଏବଂ ଚାପ କାରଣରୁ ଲୋକମାନେ ବେଳେବେଳେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖନ୍ତି। ଫଳରେ ଭାବନାକୁ ଆନ୍ଦୋଳିତ କରୁଥିବା କଥା ହିଁ ଅଧିକ ଆସେ। ତେଣୁ ସର୍ବଦା ସାଙ୍ଗ-ସାଥୀ କିମ୍ବା ପରିବାର ବର୍ଗଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତୁ। ଯେକୌଣସି ପ୍ରକାରେ ଦୁଃଖଦ ଭାବନାରୁ ମୁକୁଳିବାର ପ୍ରୟାସ କରନ୍ତୁ। 

ଧ୍ୟାନ କିମ୍ବା ଯୋଗ- ଧ୍ୟାନ ହେଉଛି ମନକୁ ଶାନ୍ତ ରଖିବାର ସର୍ବୋତ୍ତମ ଉପାୟ। ଧ୍ୟାନରେ ବସିଲେ ପଞ୍ଚ ଇନ୍ଦ୍ରିୟ ନିୟନ୍ତ୍ରଣରେ ରହେ, ଇନ୍ଦ୍ରିୟ ନିୟନ୍ତ୍ରଣରେ ରହିଲେ ମନକୁ ନକାରାତ୍ମକ ଭାବନା ଗ୍ରାସ କରେ ନାହିଁ। ତେଣୁ ଧ୍ୟାନ କିମ୍ବା ଯୋଗ ଅଭ୍ୟାସ କରନ୍ତୁ। ଏହା ଦ୍ୱାରା କର୍ଟିସୋଲ ସ୍ତର ହ୍ରାସ ହୋଇଥାଏ ଫଳରେ ରକ୍ତଚାପ ବୃଦ୍ଧି ପାଏନାହିଁ ଏବଂ ମସ୍ତିଷ୍କରେ ଖୁସି ହରମୋନ୍ ସେରୋଟୋନିନ, ଡୋପାମାଇନ, ଏଣ୍ଡ୍ରୋଫିନ୍ସ ଏବଂ ଅକ୍ସିଟୋନିକ ବୃଦ୍ଧି ପାଇଥାଏ। ଫଳରେ ଚାପ ଏବଂ ନକାରାତ୍ମକ ଚିନ୍ତାଧାରାରୁ ମୁକ୍ତି ମିଳେ।

ରୁଟିନ ବଜାୟ ରଖନ୍ତୁ- ଜୀବନରୁ ଅନାବନା ଭାବନାରୁ ମୁକୁଳାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଏକ ନିୟମିତ ରୁଟିନ୍ ବଜାୟ ରଖିବା। ଠିକ୍ ସମୟରେ ଖାଇବା, ଠିକ୍ ସମୟରେ ଶୋଇବା-ଉଠିବା, କାମ କରିବା ଦ୍ୱାରା ମନ ଫୁର୍ତ୍ତି ରହିଥାଏ। ଫଳରେ ମନ ଭାରାକ୍ତାନ୍ତ ହୁଏ ନାହିଁ। ଏଥିସହ ଆତ୍ମହତ୍ୟା ଭଳି ନକାରାତ୍ମକ ଭାବନାକୁ ଦୂର କରିବା ପାଇଁ ଜୀବନରେ ଏକ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ। ଆଉ ସେହି ଲକ୍ଷ୍ୟ ଅନୁସାରେ ହିଁ, ଜୀବନକୁ ଆଗେଇ ନେବାକୁ ହେବ। ଏପରି କରିବା ଦ୍ୱାରା ଆତ୍ମହତ୍ୟାର ଚିନ୍ତା ମନକୁ ଆସିବ ନାହିଁ। ସବୁଠୁ ବଡ଼ କଥା ହେଉଛି, ପରିଶ୍ରମୀ। ପରିଶ୍ରମୀ ହେବା ଦ୍ୱାରା ଛୋଟ ଛୋଟ ବାଧା-ବିଘ୍ନ ମନକୁ ବିଚଳିତ କରିପାରେ ନାହିଁ। ସହଜରେ କିଛି ମିଳେନା, ଧର୍ଯ୍ୟର ସହ ନିରନ୍ତର ଉଦ୍ୟମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ, ଏ ମନୋଭାବ ରହିବା ଜରୁରୀ। ତେବେ ଯାଇ ଆତ୍ମହତ୍ୟାର ପ୍ରବଣତାକୁ ଅନେକାଂଶରେ ରୋକାଯାଇ ପାରିବ। 

World Suicide Prevention Day Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe