Advertisment

ବିଶ୍ୱ ଦୂରଦର୍ଶନ ଦିବସ: ସୂଚନା ପ୍ରସାରଣ କ୍ଷେତ୍ରରେ ବିପ୍ଳବ ଆଣିଥିଲା TV

ଭାରତରେ ପ୍ରଥମ କଲର୍ ଟିଭି ଟେଲିକାଷ୍ଟ 15 ଅଗଷ୍ଟ 1982ରେ ଇନ୍ଦିରା ଗାନ୍ଧିଙ୍କ ସ୍ୱାଧୀନତା ଦିବସ ଭାଷଣ ସହ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସୂଚନା ପ୍ରସାରଣ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା ଟିଭି। ଯେତେବେଳେ ଟିଭି ଉଦ୍ଭାବନ ହୋଇଥିଲା, ସେତେବେଳେ ସମଗ୍ର ବିଶ୍ୱବାସୀଙ୍କ ମନରେ ଏକ ଉନ୍ମାଦନା ସୃଷ୍ଟି ହୋଇଥିଲା। ଟିଭିର ଉଦ୍ଭାବନ ଏବଂ ସମାଜ ଉପରେ ଏହାର ପ୍ରଭାବକୁ ମନେ ରଖିବା ପାଇଁ ପ୍ରତିବର୍ଷ 21 ନଭେମ୍ବରକୁ ବିଶ୍ୱ ଟେଲିଭିଜନ ବା ଦୂରଦର୍ଶନ ଦିବସ ରୂପେ ପାଳନ କରାଯାଉଛି। 

Advertisment

ବିଶ୍ୱ ଟେଲିଭିଜନ ଦିବସର ଇତିହାସ 
ନଭେମ୍ବର 1996ରେ, ମିଳିତ ଜାତିସଂଘ ପ୍ରଥମ ବିଶ୍ୱ ଟେଲିଭିଜନ ଫୋରମ୍ ଆୟୋଜନ କରିଥିଲା। ବହୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ମଧ୍ୟ ଏଥିରେ ଭାଗ ନେଇଥିଲେ। ଏଠାରେ ଟେଲିଭିଜନର ବଢୁଥିବା ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟ ମଧ୍ୟରେ ମିଳିତ ଜାତିସଂଘ 21 ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରିବାକୁ ଘୋଷଣା କରିଥିଲା।

ଟେଲିଭିଜନର ଇତିହାସ 
ସ୍କଟଲ୍ୟାଣ୍ଡର ଇଞ୍ଜିନିୟର ଜନ୍ ବେୟର୍ଡ ଟେଲିଭିଜନ ଉଦ୍ଭାବନ କରିଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର 21 ବର୍ଷ ଥିଲା। 1924 ମସିହାରେ ସେ ବିଶ୍ୱବାସୀଙ୍କୁ ଟେଲିଭିଜନ ଭେଟି ଦେଇଥିଲେ। ଏହା ପରେ, 1927 ମସିହାରେ, ପ୍ରଥମ କାର୍ଯ୍ୟ କରୁଥିବା ଟେଲିଭିଜନ୍ ନିର୍ମାଣ କରିଥିଲେ ଫିଲୋ ଟେଲର୍ ଫାର୍ନସୱର୍ଥ। ପ୍ରଥମ କରି ସେପ୍ଟେମ୍ବର 1, 1928ରେ ଜନସାଧାରଣଙ୍କ ପାଇଁ ଟିଭି ଉପଲବ୍ଧ ହୋଇଥିଲା। 1928 ମସିହାରେ, ଜନ୍ ବେୟର୍ଡ କଲର୍ ଟିଭି ଉଦ୍ଭାବନ କରିଥିଲେ। 1940 ମସିହାରେ ଲୋକଙ୍କ ପାଇଁ କଲର୍ ଟିଭି ଉପଲବ୍ଧ ହୋଇଥିଲା।

Advertisment

ଭାରତରେ ଟିଭିର ଇତିହାସ 
ଟିଭି ଉଦ୍ଭାବନର ପ୍ରାୟ ତିନି ଦଶନ୍ଧି ପରେ ଭାରତକୁ ଆସିଥିଲା। ୟୁନେସ୍କୋ ସହାୟତାରେ 15 ସେପ୍ଟେମ୍ବର 1959ରେ ନୂଆଦିଲ୍ଲୀରେ ଟେଲିଭିଜନ ଆରମ୍ଭ ହୋଇଥିଲା। ଅଲ ଇଣ୍ଡିଆ ରେଡିଓ ଅଧୀନରେ ଟିଭି ଆରମ୍ଭ ହୋଇଥିଲା। ଟିଭିର ପ୍ରଥମ ଅଡିଟୋରିୟମ୍ ଆକାଶବାଣୀ ଭବନରେ ନିର୍ମିତ ହୋଇଥିଲା। ଏହାକୁ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଉଦଘାଟନ କରିଥିଲେ। ଭାରତରେ ପ୍ରଥମ କଲର୍ ଟିଭି ଟେଲିକାଷ୍ଟ 15 ଅଗଷ୍ଟ 1982ରେ ଇନ୍ଦିରା ଗାନ୍ଧିଙ୍କ ସ୍ୱାଧୀନତା ଦିବସ ଭାଷଣ ସହ ଆରମ୍ଭ ହୋଇଥିଲା। ଏହା ପରେ ରାମାୟଣ ଏବଂ ମହାଭାରତ ଭଳି ସିରିଏଲ ନବେ ଦଶକରେ ଆରମ୍ଭ ହୋଇଥିଲା।

ଟିଭିର ଗୁରୁତ୍ୱ
OTT ପ୍ଲାଟଫର୍ମ ଯୁଗରେ ଟିଭି ପ୍ରତି ଲୋକଙ୍କ ଭଲପାଇବା ଆଜି ବି ରହିଛି। ମାନବ ଜୀବନରେ ଟିଭିର ଉପସ୍ଥିତି ସ୍ୱତନ୍ତ୍ର। ଏହା କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ, ସୂଚନା ପ୍ରସାରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏକ ସମୟରେ, ଖବର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିବା ପାଇଁ ମାସେ ସମୟ ଲାଗୁଥିଲା, ଯେତେବେଳେ ଟିଭି ଆସିଲା ଏହି ଅବଧି ଏକ ମିନଟକୁ ହ୍ରାସ ପାଇଲା। ଟେକ୍ନୋଲୋଜି ଯୁଗରେ ଟିଭିର ଅବଦାନ ପୂରାତନ ଆଉ ସ୍ମରଣୀୟ ମଧ୍ୟ। 

World Television Day Television Day TV
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe