Advertisment

ବିଶ୍ୱ ସୁନାମି ସଚେତନତା ଦିବସ: ଜାଣନ୍ତୁ କାହିଁକି ସୃଷ୍ଟି ହୁଏ ସୁନାମି

ସୁନାମି କଣ, କାହିଁକି ସୁନାମି ସୃଷ୍ଟି ହୁଏ, ଏପରି ଏକ ଦିବସ ପାଳନ କରିବାର ଆବଶ୍ୟକତା କେତେ ରହିଛି ଜାଣନ୍ତୁ ଏହି ଆଲେଖ୍ୟରୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆମେ ଜାଣିଛେ, ପ୍ରାକୃତିକ ବିପର୍ଯ୍ୟୟ ଏକ ଏଭଳି ବିପଦ ଯାହା ମଣିଷର ଆୟତ୍ତରେ ନଥାଏ। ତେଣୁ ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ସଚେତନତା ନିହାତି ଆବଶ୍ୟକ। ଏଥିପାଇଁ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ନଭେମ୍ବର ୫କୁ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ।

Advertisment

ତେବେ ସୁନାମି କଣ, କାହିଁକି ସୁନାମି ସୃଷ୍ଟି ହୁଏ, ଏପରି ଏକ ଦିବସ ପାଳନ କରିବାର ଆବଶ୍ୟକତା କେତେ ରହିଛି ଜାଣନ୍ତୁ ଏହି ଆଲେଖ୍ୟରୁ...

ସୁନାମି କ'ଣ
ସୁନାମି ହେଉଛି ସମୁଦ୍ର ତରଙ୍ଗର ଏକ ସମଷ୍ଟି ବା ପୋତାଶ୍ରୟରେ ଉଠୁଥିବା ଢେଉ। ହ୍ରଦ କିମ୍ବା ସମୁଦ୍ରର ବିଶାଳ ଜଳରାଶି ମଧ୍ୟରେ ଭୂ-କମ୍ପ, ଆଗ୍ନେୟଗିରି ଉଦଗିରଣ, ପାଣି ମଧ୍ୟରେ ବିସ୍ଫୋରଣ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା କାରଣରୁ ସୁନାମି ସୃଷ୍ଟି ହୁଏ। ସୁନାମି ହେଲେ ସମୁଦ୍ରର ବିଶାଳ ଜଳରାଶି କ୍ଷିପ୍ର ବେଗରେ ସ୍ଥଳ ଭାଗକୁ ମାଡିଆସେ, ଏହା ହଠାତ୍ ଘଟିଥାଏ।

Advertisment

ଫଳରେ ଅସଚେତନ ଥିବା ଲୋକେ ଏହି କୋପର ସମ୍ମୁଖୀନ ହୁଅନ୍ତି। ମାନବ ଇତିହାସରେ ୨୦୦୪ରେ ଭାରତ ମହାସାଗରରେ ସବୁଠାରୁ ଧ୍ୱଂସକାରୀ ପ୍ରାକୃତିକ ବିପର୍ଯ୍ୟୟ ସୁନାମି ସୃଷ୍ଟି ହୋଇଥିଲା। ଏଥିରେ ୧୪ଟି ଦେଶର ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିଲା। 

ସୁନାମି ଦିବସ ଉଦ୍ଦେଶ୍ୟ
ସୁନାମି ବିପଦକୁ ହ୍ରାସ କରିବା ଏବଂ ଏଥିପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଶ୍ୱ ସୁନାମି ଦିବସ ପାଳନ କରାଯାଏ। ଏହି ବିପଦ ସମୟରେ ଲୋକମାନେ କିପରି ସୁରକ୍ଷିତ ରହିପାରିବେ ସେଥିପାଇଁ ମଧ୍ୟ ଆଗୁଆ ପଦକ୍ଷେପ ନେବାକୁ ପ୍ରତ୍ସାହିତ କରିବା ପାଇଁ ସୁନାମି ଦିବସ ପାଳନ କରାଯାଏ।

ବିଶ୍ୱ ସୁନାମି ସଚେତନତା ଦିବସ ଇତିହାସ
ମିଳିତ ଜାତିସଂଘର ସାଧାରଣ ସଭାରେ ୨୨ ଡିସେମ୍ବର ୨୦୧୫ ରେ ଘୋଷଣା ପରେ ବିଶ୍ୱ ସୁନାମି ଦିବସ ପ୍ରଥମେ ୫ ନଭେମ୍ବର ୨୦୧୬ରେ ପାଳନ କରାଯାଇଥିଲା। ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ମିଳିତ ଜାତିସଂଘ କାର୍ଯ୍ୟାଳୟ ସହଯୋଗରେ ଏହି ସଚେତନତା ଦିବସ ଆୟୋଜିତ ହୋଇଥିଲା। ବାରମ୍ବାର ସୁନାମିର ସମ୍ମୁଖୀନ ହୋଇଥିବା ଜାପାନ ଏଥିପାଇଁ ଏକ ସଚେତନତା ଦିବସ ପାଳନ କରାଯାଉ ବୋଲି ପ୍ରଥମେ ପରାମର୍ଶ ଦେଇଥିଲା।

World Tsunami Awareness Day Tsunami Why Tsunami Causes