/odisha-reporter/media/post_attachments/uploadimage/library/16_9/16_9_0/IMAGE_1698850082.jpg)
World Vegan Day
ଆଜି ବିଶ୍ୱ ଭେଗାନ ଦିବସ। ସବୁଜ ପନିପରିବା ଓ ଶାକାହାରୀ ଭକ୍ଷଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ବିଶ୍ୱ ଭେଗାନ ଦିବସ ପାଳନ କରାଯାଉଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ ଭେଗାନ ଡାଏଟ୍।
Advertisment
୧୯୯୪ ନଭେମ୍ବର ୧ ତାରିଖରେ ବ୍ରିଟେନର ଭେଗାନ ସୋସାଇଟି ଦ୍ୱାରା ବିଶ୍ୱ ଭେଗାନ ଦିବସ ପାଳନ ଆରମ୍ଭ ହୋଇଥିଲା। ଆଜି ଦୁନିଆର ଅନେକ ଲୋକ ଭେଗାନ ଡାଏଟ ଅନୁସରଣ କରୁଛନ୍ତି। ତେବେ ଭେଗାନ ହେଉଛି ଏକ ଶାକାହାରୀ ଖାଦ୍ୟ। ଯେଉଁଥିରେ ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ ସାମିଲ ନଥାଏ। କେବଳ କଞ୍ଚା ପନିପରିବା ଓ ଡାଲି ଜାତୀୟ ଖାଦ୍ୟ ଶସ୍ୟ ହିଁ ଏହାର ଉପାଦେୟ। ଯାହା ପୋଷକ ତତ୍ତ୍ୱରେ ଭରପୂର ଥିବା ବେଳେ ଫାଇବର, ଭିଟାମିନ୍, ମ୍ୟାଗ୍ନେସିୟମ୍ ଓ ଅନେକ ଜରୁରୀ ଉପାଦାନ ଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
