Advertisment

ଖାଇଛନ୍ତି କି ପୋଟଳ ସନ୍ଦେଶ୍? ଜାଣନ୍ତୁ କେମିତି ବନେଇବେ ଘରେ

ସାଧାରଣତଃ କିଛି ପର୍ବପର୍ବାଣୀ ଥିଲେ ସମସ୍ତେ ଘରେ ଭିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଭୋଜନ ତିଆରି କରିଥାନ୍ତି। ବିଶେଷ କରି ବିଭିନ୍ନ ପ୍ରକାର ମିଠା ତିଆରି କରିବାକୁ ଭଲପାଆନ୍ତି। କାରଣ ମିଠା ଆପଣଙ୍କର ପର୍ବପର୍ବାଣୀର ମଜାକୁ ଦୁଇଗୁଣ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ଏକ ନିଆରା ମିଠା ତିଆରି କରିବା କୌଶଳ ବତେଇବୁ। ମିଠାଟିର ନାଁ ହେଉଛି ‘ପୋଟଳ ସନ୍ଦେସ୍’। ଏହାକୁ ବନାଇବା ପାଇଁ ବହୁତ କମ୍ ସମୟ ଓ କମ୍ ସାମଗ୍ରୀ ଦରକାର। ଆସନ୍ତୁ ଜାଣିବା ପୋଟଳ […]

ଅଦ୍ୟତନ ହୋଇଛି
ଖାଇଛନ୍ତି କି ପୋଟଳ ସନ୍ଦେଶ୍? ଜାଣନ୍ତୁ କେମିତି ବନେଇବେ ଘରେ
Advertisment

ସାଧାରଣତଃ କିଛି ପର୍ବପର୍ବାଣୀ ଥିଲେ ସମସ୍ତେ ଘରେ ଭିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଭୋଜନ ତିଆରି କରିଥାନ୍ତି। ବିଶେଷ କରି ବିଭିନ୍ନ ପ୍ରକାର ମିଠା ତିଆରି କରିବାକୁ ଭଲପାଆନ୍ତି। କାରଣ ମିଠା ଆପଣଙ୍କର ପର୍ବପର୍ବାଣୀର ମଜାକୁ ଦୁଇଗୁଣ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ଏକ ନିଆରା ମିଠା ତିଆରି କରିବା କୌଶଳ ବତେଇବୁ। ମିଠାଟିର ନାଁ ହେଉଛି ‘ପୋଟଳ ସନ୍ଦେସ୍’। ଏହାକୁ ବନାଇବା ପାଇଁ ବହୁତ କମ୍ ସମୟ ଓ କମ୍ ସାମଗ୍ରୀ ଦରକାର। ଆସନ୍ତୁ ଜାଣିବା ପୋଟଳ ସନ୍ଦେସ୍ ବନାଇବାର ପ୍ରକ୍ରିୟା।

Advertisment

ଆବଶ୍ୟକ ସାମଗ୍ରୀ:

ପୋଟଳ 250 ଗ୍ରାମ, ଖୁଆ 2 କପ୍, ଏକ ଛେଟ ଚାମଚ ଡାଲଚିନି ପାଉଡର, 10 ରୁ 15ଟି କଟା ଆଲମଣ୍ଡ, କଟା ପେସ୍ତା, 3 ଚାମଚ ଅମୂଲ, ବେକିଂ ସୋଢା, ଚିନି 3 କପ୍।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପୋଟଳ ଚୋପାକୁ ଟିକିଏ ଚାଞ୍ଛି ତାକୁ ମଝିରୁ ଚିରି ରଖନ୍ତୁ। ମିଠାର ଷ୍ଟଫିଙ୍ଗ୍ ବନାଇବା ପାଇଁ ଏକ ପ୍ୟାନରେ ଖୁଆକୁ ଗରମ କରନ୍ତୁ ଓ ସେଥିରେ ଅଧା କପ୍ ଚିନି ମିଶାନ୍ତୁ। ବର୍ତ୍ତମାନ ଆଉ ଏକ ପ୍ୟାନରେ ସିରା ବନାନ୍ତୁ। ଏବେ ଗରମ କରିଥିବା ଖୁଆରେ ଅଳେଇଚ ମିଶାନ୍ତୁ। ଏହାପରେ ଖୁଆକୁ ଆଞ୍ଚରୁ ଓହ୍ଲାଇ ସେଥିରେ କଟା ହୋଇଥିବା ଆଲମଣ୍ଡ ଓ ପେସ୍ତା ବାଦାମ ଓ ଅମୂଲ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଏକ ପ୍ଲେଟରେ କାଢି ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ।

Advertisment

ବର୍ତ୍ତମାନ ଏକ ପାତ୍ରରେ ପାଣି ଗରମ କରି ସେଥିରେ ଅଳ୍ପ ବେକିଂ ସୋଢା ମିଶାନ୍ତୁ। ପାଣି ଫୁଟିଲେ ଏଥିରେ ପୋଟଳ ପକାଇ ଦୁଇ ତିନି ମିନିଟ ଯାଏଁ ସିଝାନ୍ତୁ। ପୋଟଳ ସିଝିଗଲା ପରେ ଏହାକୁ ପାଣିରୁ କାଢି ସିରାରେ ପକାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଯେପରି ଏହା ପୁରା ମିଠା ହୋଇଯିବ। ଏପରି କରିବା ଦ୍ୱାରା ପୋଟଳର ରଙ୍ଗ ମଧ୍ୟ ବଦଳିଥାଏ। ଏକ ଘଣ୍ଟା ପରେ ସିରାରୁ ପୋଟଳକୁ ବାହାର କରି ସେଥିରେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଭରି ଉପରେ କେଶର ଓ ଆଲମଣ୍ଡ ଦେଇ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୋଟଳ ସନ୍ଦେସ୍। ଅତିଥିମାନଙ୍କୁ ଏହି ମିଠା ଖୁଆଇ ଦୀପାବଳିର ମଜାକୁ ଦୁଇଗୁଣ କରନ୍ତୁ। ଏହି ସନ୍ଦେସକୁ ଆପଣ ଫ୍ରିଜରେ ଏକ ସପ୍ତାହ ଯାଏଁ ରଖି ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe