Advertisment

ସକାଳର ଜଳଖିଆ ଖାଉନାହାନ୍ତି କି? ଓଜନ ବଢ଼ିଯାଇପାରେ

ଆମମାନଙ୍କ ମଧ୍ୟରୁ ଅଧିକାଂଶ ସକାଳ ଜଳଖିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ। କିଏ ସକାଳେ ଜଳଖିଆ ଖାଇବା ପସନ୍ଦ କରୁ ନଥିବା ବେଳେ ଆଉ କିଏ ତରବରିଆ ଭାବେ ଅଳ୍ପ ଟିକେ ଖାଇ ଅଫିସ୍‌ ଚାଲି ଯାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦିନସାରା ଏନର୍ଜେଟିକ୍‌ ରହିବା ପାଇଁ ସକାଳ ଜଳଖିଆ ଅତି ଜରୁରୀ। ଆସନ୍ତୁ ଜାଣିବା ସକାଳ ଜଳଖିଆ ଠିକ୍ ଭାବେ ଖାଇଲେ କି ଫାଇଦା ମିଳେ। ୧: ଭୋକ ଲାଗୁ କି ନଲାଗୁ ସକାଳ ଜଳଖିଆ […]

ଅଦ୍ୟତନ ହୋଇଛି
ସକାଳର ଜଳଖିଆ ଖାଉନାହାନ୍ତି କି? ଓଜନ ବଢ଼ିଯାଇପାରେ
Advertisment

ଆମମାନଙ୍କ ମଧ୍ୟରୁ ଅଧିକାଂଶ ସକାଳ ଜଳଖିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ। କିଏ ସକାଳେ ଜଳଖିଆ ଖାଇବା ପସନ୍ଦ କରୁ ନଥିବା ବେଳେ ଆଉ କିଏ ତରବରିଆ ଭାବେ ଅଳ୍ପ ଟିକେ ଖାଇ ଅଫିସ୍‌ ଚାଲି ଯାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦିନସାରା ଏନର୍ଜେଟିକ୍‌ ରହିବା ପାଇଁ ସକାଳ ଜଳଖିଆ ଅତି ଜରୁରୀ। ଆସନ୍ତୁ ଜାଣିବା ସକାଳ ଜଳଖିଆ ଠିକ୍ ଭାବେ ଖାଇଲେ କି ଫାଇଦା ମିଳେ।

Advertisment

୧: ଭୋକ ଲାଗୁ କି ନଲାଗୁ ସକାଳ ଜଳଖିଆ ଆଦୌ ଛାଡ଼ିବା ଉଚିତ ନୁହେଁ। ସକାଳେ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ଦ୍ୱାରା  ଆପଣ ଦିନସାରା ସତେଜ ଅନୁଭବ କରିବେ।

୨: ପ୍ରତିଦିନ ସକାଳ ଜଳଖିଆ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ। ଏବଂ ଏହି ଅଭ୍ୟାସ ଜାରି ରଖିଲେ ଆପଣ ଦୀର୍ଘାୟୁ ହେବେ।

Advertisment

୩: ଗବେଷଣାରୁ ଜଣାପଡ଼ିଛି ନିୟମିତ ସକାଳ ଜଳଖିଆ ଖାଉ ନଥିବା ଲୋକଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ ଥାଏ। ଆଉ ଆପଣ କେବେବି ଅଧିକ ମୋଟା ହେବାକୁ ନିଶ୍ଚିତ ଚାହିଁବେନି।

୪: ରାତ୍ରିଭୋଜନ ପରେ ସକାଳ ଜଳଖିଆ ଓ  ମଧ୍ୟାହ୍ନ ଭୋଜନ ମଧ୍ୟରେ ଲମ୍ୱା ବ୍ୟବଧାନ ରହିଥାଏ। ତେଣୁ ସକାଳ ଜଳଖିଆ ନିହାତି ଆବଶ୍ୟକ।

୫: ଅତ୍ୟଧିକ ଓଜନ ଏବଂ ସଠିକ ବ୍ୟାୟାମ ଅଭାବରୁ ୯୦ ପ୍ରତିଶତ ଲୋକ ଡାଏବେଟିସରେ ପୀଡ଼ିତ ହୋଇଥାନ୍ତି। ଗବେଷଣାରୁ ଜଣାପଡିଛି ପ୍ରତିଦିନ ଜଳଖିଆ ନକରିବା ଲୋକଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ।

୬: ନିୟମିତ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ଦ୍ୱାରା ହୃଦଘାତ ପରି ସମସ୍ୟାରୁ ରକ୍ଷା ପାଇପାରିବେ।

୭: ସକାଳ ଜଳଖିଆ ନିୟମିତ କରିବା ଦ୍ୱାରା ସ୍ମୃତିଶକ୍ତି ବଢ଼େ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe