Advertisment

ଭାକୁର ମାଛ ବେସର

ମାଛ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି। ଯଦି ଭାକୁର ମାଛ କଥା ଆସେ ଆପେ ଆପେ ପାଟିରେ ଲାଳ ଆସିଯାଇଥାଏ। ମାଛ ପ୍ରିୟ ଲୋକଙ୍କ ପାଇଁ ଆମେ ଆଜି ଆଣିଛୁ ଭାକୁର ମାଛ ବେସରର ପ୍ରସ୍ତୁତ ପ୍ରଣାଳୀ। ଏହାକୁ ନିଜେ ଘରେ ପ୍ରସ୍ତୁତ କରନ୍ତୁ ଓ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ଏକାଠି ଖାଇବାର ମଜା ନିଅନ୍ତୁ। ସାମଗ୍ରୀ: ଅଧାକିଲୋ ମାଛ, ଶୁଖିଲା ଲଙ୍କା ୪ଟା, ସୋରିଷ ଅଳ୍ପ, ଭୃସୁଙ୍ଗ ପତ୍ର, ଜିରା ଅଳ୍ପ, ଲୁଣ, […]

ଅଦ୍ୟତନ ହୋଇଛି
ଭାକୁର ମାଛ ବେସର

Fish_Besara

Advertisment

ମାଛ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି। ଯଦି ଭାକୁର ମାଛ କଥା ଆସେ ଆପେ ଆପେ ପାଟିରେ ଲାଳ ଆସିଯାଇଥାଏ। ମାଛ ପ୍ରିୟ ଲୋକଙ୍କ ପାଇଁ ଆମେ ଆଜି ଆଣିଛୁ ଭାକୁର ମାଛ ବେସରର ପ୍ରସ୍ତୁତ ପ୍ରଣାଳୀ। ଏହାକୁ ନିଜେ ଘରେ ପ୍ରସ୍ତୁତ କରନ୍ତୁ ଓ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ଏକାଠି ଖାଇବାର ମଜା ନିଅନ୍ତୁ।

Advertisment

foodସାମଗ୍ରୀ: ଅଧାକିଲୋ ମାଛ, ଶୁଖିଲା ଲଙ୍କା ୪ଟା, ସୋରିଷ ଅଳ୍ପ, ଭୃସୁଙ୍ଗ ପତ୍ର, ଜିରା ଅଳ୍ପ, ଲୁଣ, ହଳଦି, ରସୁଣ ୭ କୋଲା, ବଡ଼ପିଆଜ ୧, ରିଫାଇନ୍‌ ତେଲ, ହେଙ୍ଗୁ ଅଳ୍ପ, କଞ୍ଚା ଲଙ୍କା ୪ଟା, ଆମ୍ୱୁଲ।

ପ୍ରଣାଳୀ: ମାଛରେ ଲୁଣ, ହଳଦି, ଗୋଳେଇ ରଖନ୍ତୁ। କଡେଇରେ ରିଫାଇନ୍‌ ତେଲ ଦେଇ ମାଛକୁ ଅଳ୍ପ ଭାଜି ରଖନ୍ତୁ। ତା’ପରେ କଡେଇରେ ତେଲ ଦେଇ ଶୁଖିଲା ଲଙ୍କା, ଫୁଟଣ, ଭୃସୁଙ୍ଗ ପତ୍ର ପକାନ୍ତୁ। ତା’ପରେ କଟା ପିଆଜ ପକାଇ ଅଳ୍ପ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ ସୋରିଷ, ରସୁଣ, ଜିରା, ବଟା ପକାଇ ଟିକେ କଷି ଦିଅନ୍ତୁ କଷି ହେଲା ପରେ ପାଣି ଦିଅନ୍ତୁ। ସୋରିଷ ବଟା ଫୁଟିଲା ପରେ ଭଜା ମାଛ ପକାନ୍ତୁ। ଲୁଣ, ହଳଦି, ଆମ୍ୱୁଲ ୧, କଞ୍ଚାଲଙ୍କା କାଟି ପକାନ୍ତୁ।

Advertisment

ସୋରିଷ ପୁରା ଫୁଟି ମାଛ ସାଙ୍ଗେ ଯେପରି ଲାଗିଥାଏ। ତା’ପରେ ଅଳ୍ପ ହେଙ୍ଗୁ ପକାଇ ମାଛକୁ ୨ ମିନିଟ୍‌ ଫୁଟିବାକୁ ଛାଡ଼ିଦିଅନ୍ତୁ। ତା’ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହାକୁ ଗରମ ଭାତ ସାଙ୍ଗେ ଖାଇଲେ ଭଲ ଲାଗେ।

ଶଶୀପ୍ରଭା ଦାସ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe