Advertisment

ରାଜଧାନୀରେ ତନ୍ଦୁରୀ ଚା’: ଆସୁଛି ତନ୍ଦୁରୀ କଫି

ଭୁବନେଶ୍ୱର (ବିଶ୍ୱବନ୍ଦିତା/ପ୍ରଦୀପ): ଦିନର ଆରମ୍ଭ ହୁଏ କପେ ଚା’ରୁ। ଏହା କେବେ ଖାଲି ସମୟର ସାଥୀ, ତ ଆଉକେବେ ଥକ୍କା ମେଣ୍ଟାଇବାର ଔଷଧ। କେହି କେହି ଏହାକୁ ସୁସ୍ଥ ଜୀବନର ସାଥୀ ବୋଲି ବି କୁହନ୍ତି। ଚା’ ବି ଆପଣ ପିଇଥିବେ ଭିନ୍ନ ଭିନ୍ନ ସ୍ୱାଦର। ଏହା ଭିତରେ ଏବେ ଗୋଟିଏ ପ୍ରକାର ଚା’ର ନାଁ ଶୁଣିବାକୁ ମିଳୁଛି। ତାହା ହେଲା ‘ତନ୍ଦୁରୀ ଚା’। ଆଜ୍ଞା ହଁ, ଆପଣ ତନ୍ଦୁରୀ ରୁଟି, ଚନ୍ଦୁରୀ , ଚିକେନ୍‌ ଏବଂ […]

ଅଦ୍ୟତନ ହୋଇଛି
ରାଜଧାନୀରେ ତନ୍ଦୁରୀ ଚା’: ଆସୁଛି ତନ୍ଦୁରୀ କଫି

t

Advertisment

ଭୁବନେଶ୍ୱର (ବିଶ୍ୱବନ୍ଦିତା/ପ୍ରଦୀପ): ଦିନର ଆରମ୍ଭ ହୁଏ କପେ ଚା’ରୁ। ଏହା କେବେ ଖାଲି ସମୟର ସାଥୀ, ତ ଆଉକେବେ ଥକ୍କା ମେଣ୍ଟାଇବାର ଔଷଧ। କେହି କେହି ଏହାକୁ ସୁସ୍ଥ ଜୀବନର ସାଥୀ ବୋଲି ବି କୁହନ୍ତି। ଚା’ ବି ଆପଣ ପିଇଥିବେ ଭିନ୍ନ ଭିନ୍ନ ସ୍ୱାଦର। ଏହା ଭିତରେ ଏବେ ଗୋଟିଏ ପ୍ରକାର ଚା’ର ନାଁ ଶୁଣିବାକୁ ମିଳୁଛି। ତାହା ହେଲା ‘ତନ୍ଦୁରୀ ଚା’।

Advertisment

ଆଜ୍ଞା ହଁ, ଆପଣ ତନ୍ଦୁରୀ ରୁଟି, ଚନ୍ଦୁରୀ , ଚିକେନ୍‌ ଏବଂ ତନ୍ଦୁରୀ ମୋମୋ ମଧ୍ୟ ଖାଇଥିବେ କିନ୍ତୁ କେବେ ତନ୍ଦୁରୀ ଚା’ ପିଇଛନ୍ତି କି, ପୁଣେରୁ ଆରମ୍ଭ ହୋଇଥିବା ଏହି ତନ୍ଦୁରୀ ଚା’ ଏବେ ରାଜଧୀନୀ ଭୁବନେଶ୍ୱରରେ। ରସୁଲ୍‌ଗଡରେ ମିଳୁଛି ଏହି ସ୍ପେଶାଲ୍‌ ଚା’।

ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ଚାର ମଜା ନେଉଛନ୍ତି ଲୋକମାନେ।

ପ୍ରସ୍ତୁତି ପ୍ରଣାଳା-ଏହି ଚା’ ପ୍ରସ୍ତୁତ କରିବା ପାଇଁ ତନ୍ଦୁର ଭିତରେ ପ୍ରଥମେ ରଡ ନିଆଁରେ ମଟକା ବା ଛୋଟ ମାଠିଆ ତତା ଯାଏ। ତା’ପରେ ଏହି ମାଠିଆକୁ ଏକ ପିତଳ ପାତ୍ରରେ ରଖାଯାଏ। ପସ୍ତୁତ ରହିଥିବା ଚା’କୁ ସେହି ଗରମ ମଟକା ଭିତରେ ଢଳାଯାଏ। ଚା’ ମଟ୍‌କାରୁ ବାହାରି ପିତଳ ବାସନକୁ ଆସିଯିବା ପରେ ପ୍ରସ୍ତୁତ ହୋଇଯାଏ ତନ୍ଦୁରୀ ଚା’।

Advertisment

ଦାମ୍‌- ପ୍ରତି କପ୍‌ର ମୂଲ୍ୟ ୨୦ଟଙ୍କା ରହିଛି।
ଏଥିସହ ଆଗକୁ ତନ୍ଦୁରୀ ଚା’ ସହ, ତନ୍ଦୁରୀ କଫି ମଧ୍ୟ ପ୍ରସ୍ତୁତ କରିବାର ଯୋଜନା ରଖାଯାଇଥିବାର କହିଛନ୍ତି ଚା’ ଦୋକାନ ପ୍ରତିଷ୍ଠାତା କୁମାର ରଞ୍ଜନ ଦାସ।
ତେବେ ଏହି ନିଆରା ତନ୍ଦୁରୀ ଚା’ର ସ୍ୱାଦ ଚାଖି ଲୋକମାନେ ବେଶ୍‌ ଖୁସି ଅଛନ୍ତି। ଦୂର ଦୁରାନ୍ତରରୁ ଲୋକମାନେ କେବଳ ଏହି ଚା’ ପିଇବାକୁ ଆସିବା ସହ ତନ୍ଦୁରୀ ଚା’ର ସେମାନ ଫ୍ୟାନ୍‌ ହେଇଯାଇଥିବାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe