/odisha-reporter/media/post_attachments/uploads/2018/03/halwa-1.jpg)
halwa
ଆବଶ୍ୟକ ସାମଗ୍ରୀ: ଗାଜର, ଘିଅ, ଚିନି, କାଜୁ, କିସ୍ମିସ୍, ଗୁଜୁରାତି,ଚିନି
ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ଗାଜରର ଚୋପା ଛଡ଼ାଇ ତାକୁ ସରୁ ସରୁ କରି କାଟିଦିଅନ୍ତୁ। ତାର ରସକୁ ଚିପୁଡ଼ି ଗୋଟିଏ ପାତ୍ରରେ ଅଲଗା କରି ରଖନ୍ତୁ। ଏବେ ଗୋଟିଏ କଡ଼େଇ ମଧ୍ୟମ ଆଞ୍ଚରେ ବସାନ୍ତୁ , ସେଥିରେ ଘିଅ , ଗୁଜୁରାତି ପକାଇ ୧ ମିନିଟ ଗରମ କରନ୍ତୁ। ସେଥିରେ ଗାଜର ପକାଇ ୧୦ ମିନିଟ ଭାଜନ୍ତୁ। ତାପରେ ସେଥିରେ ଗାଜରର ରସକୁ ପକାଇ ଦିଅନ୍ତୁ। ଆଉ ଗୋଟିଏ ଜାଗାରେ କ୍ଷୀରକୁ ୧୫ ମିନିଟ ପାଇଁ ଗରମ କରନ୍ତୁ। ପରେ କ୍ଷୀରକୁ ଗାଜର ସହ ମିଶାଇ ଦିଅନ୍ତୁ , ସ୍ଵାଦ ଅନୁସାରେ ଚିନି ପକାଇଦିଅନ୍ତୁ ଏବଂ ଭଲରେ ଗୋଳାଇ ୫ ମିନିଟ ପାଇଁ ସିଝିବା ପାଇଁ ଛାଡ଼ିଦିଅନ୍ତୁ। ଆଉ ଏକ କଡ଼େଇକୁ ମଧ୍ୟମ ଆଞ୍ଚରେ ବସାଇ ୨ ଚାମଚ ଘିଅ ପକାନ୍ତୁ ଓ ସେଥିରେ କାଜୁ ଓ କିସମିସକୁ ପକାଇ ଭଲରେ ୨ ମିନିଟ ପାଇଁ ଭାଜି ଦିଅନ୍ତୁ। ଏବେ କାଜୁ ଓ କିସମିସକୁ ଗାଜରରେ ମିଶାଇ ଗୋଟିଏ ପାତ୍ରରେ ବାହାର କରିଦିଅନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
