Advertisment

ଦଶହରା ଆସୁଛି: ଘରେ ହିଁ ତିଆରି କରନ୍ତୁ ଗୋଲାପଜାମୁ

ଓଡ଼ିଆ ଜାତି ସହ ମିଠା ପରମ୍ପରା ମିଶି କରି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୁଏ। ମିଠା ପ୍ରସ୍ତୁତି ଓଡ଼ିଆ ଜାତିର ଏକ ବଡ଼ ଖାଦ୍ୟ ପରମ୍ପରା। ମିଠା ଭିତରେ ରସଗୋଲା ତ ସବୁଠୁ ଲୋକପ୍ରିୟ। ତା ପରେ ବୋଧେ ଦ୍ବିତୀୟ ଲୋକପ୍ରିୟ ମିଠା ହେଲା ଗୋଲାପଜାମୁ। ଏବେ ଦଶହରା ସମୟ। ମିଠା ବଜାର ଏବେ ଉଠୁଚି ପଡୁଛି। ଲୋକେ ଦୋକାନ ଯାଇ ନିଜ ବନ୍ଧୁ ପରିଜନଙ୍କ ପାଇଁ ମିଠା କିଣି ଆଣୁଛନ୍ତି। ଏହି […]

ଅଦ୍ୟତନ ହୋଇଛି
ଦଶହରା ଆସୁଛି: ଘରେ ହିଁ ତିଆରି କରନ୍ତୁ ଗୋଲାପଜାମୁ
Advertisment

ଓଡ଼ିଆ ଜାତି ସହ ମିଠା ପରମ୍ପରା ମିଶି କରି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୁଏ। ମିଠା ପ୍ରସ୍ତୁତି ଓଡ଼ିଆ ଜାତିର ଏକ ବଡ଼ ଖାଦ୍ୟ ପରମ୍ପରା। ମିଠା ଭିତରେ ରସଗୋଲା ତ ସବୁଠୁ ଲୋକପ୍ରିୟ। ତା ପରେ ବୋଧେ ଦ୍ବିତୀୟ ଲୋକପ୍ରିୟ ମିଠା ହେଲା ଗୋଲାପଜାମୁ। ଏବେ ଦଶହରା ସମୟ। ମିଠା ବଜାର ଏବେ ଉଠୁଚି ପଡୁଛି। ଲୋକେ ଦୋକାନ ଯାଇ ନିଜ ବନ୍ଧୁ ପରିଜନଙ୍କ ପାଇଁ ମିଠା କିଣି ଆଣୁଛନ୍ତି। ଏହି ମୌକାରେ ଆଜି ଆସନ୍ତୁ ଜାଣିବା ଘରେ କେମିତି ତିଆରି କରିବେ ଗୋଲାପଜାମୁ।

Advertisment

ଆବଶ୍ୟକ ସାମଗ୍ରୀ: ତେଲ, ଲୁଣ, ଅଳେଇଚ, ଗୋଲାପଜାମୁ ପାଉଡର, କାଜୁ, ଚିନି, ପାଣି, କଞ୍ଚାକ୍ଷୀର, ଗୁଆଘିଅ, ଖାଇବା ସୋଢ଼ା

gulapjamunପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରେ ମିଳୁଥିବା ଗୋଲାପଜାମୁ ପାଉଡର କିଣି ଆଣନ୍ତୁ। ସେଥିରେ କିଛି କଞ୍ଚା କ୍ଷୀର ପକାଇ ଗୋଳାନ୍ତୁ। ସେଥିରେ ଅଳ୍ପ ଗୁଆଘିଅ ବି ପକାନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ। ତା ସହ ଋଚି ଅନୁଯାୟୀ ଅଳ୍ପ ଲୁଣ ପକାନ୍ତୁ। ପରେ ତାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ। ସେଥିରେ ଖାଇବା ସୋଢ଼ା ପକାନ୍ତୁ। ପରେ ତାକୁ ଭଲ ଭାବରେ ଚକୁଟି ଦିଅନ୍ତୁ ଓ ଆଣ ଟିକିଏ ପାଗ ହୋଇ କାଠୁଆ ହୋଇ ଆସିଲେ ସେଥିରେ ଗୋଲ ଗୋଲ ଗୁଲା ତିଆରି କରନ୍ତୁ। ଯେମିତି ଅଟା ଚକୁଟିଲା ପରେ ରୁଟି ତିଆରି ପାଇଁ ଗୁଳା କରନ୍ତି, ସେହିପରି।

Advertisment

ବ୍ୟଞ୍ଜନ ପ୍ରଣାଳୀ: ଏବେ କଡ଼େଇରେ ରିଫାଇନ୍ ତେଲ ଗରମ କରନ୍ତୁ। ଅଳ୍ପ ନୁହେଁ ଅଧିକ। କାରଣ ସେଥିରେ ଆପଣ କରିଥିବା ଗୋଲାକୁ ଛାଣିବାକୁ ପଡ଼ିବ। ଗୋଳା ଛାଣିଲା ବେଳେ ନିଆ ଅଧିକ କରନ୍ତୁନି, ଅଳ୍ପ ନିଆଁରେ ହିଁ ଏହାକୁ ଛାଣନ୍ତୁ। ନ ହେଲେ ତାହା ପୋଡ଼ି ଯାଇ କଳା ଦେଖାଯାଇ ପାରେ । ଏହା ଲାଲ୍ ହେବା ପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ଏହାପରେ ଶିରା ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରନ୍ତୁ। ଏକ କଡ଼େଇରେ ପାଣି ଗରମ କରି ସେଥିରେ ଚିନି ପକାନ୍ତୁ। କିଛି ସମୟ ତାକୁ ଗୋଳେଇ ଗୋଳେଇ ଶିରା ପ୍ରସ୍ତୁତ କରନ୍ତୁ। ଶିରା ପ୍ରସ୍ତୁତ ହେଲା ପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ। ଶିରା ଯେପରି ଟିକେ ବହଳିଆ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ପରେ ଶିରା ଥଣ୍ଡା ହେଲା ପରେ ସେଥିରେ ଛଣା ଯାଇଥିବା ଗୋଲାପ ଜାମୁ ପକାନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ଶିରାରେ ବୁଡ଼ି ରହିବାକୁ ଦିଅନ୍ତୁ। ତାପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣି ଥଣ୍ଡା କରି ଖାଇବାକୁ ଦିଅନ୍ତୁ।

ପ୍ଲେଟରେ ସଜାଇବାକୁ ଚାହୁଁଛନ୍ତି, ତାହାହେଲେ  ଗୋଲାପ ଜାମୁନ ଉପରେ  କାଜୁ ଦେଇ ସଜାନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe