Advertisment

ଘରେ କେମିତି ପ୍ରସ୍ତୁତ କରିବେ ଅଣ୍ଡା ଚାଓମିନ୍‌

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡ୍‌ ପ୍ରିୟ। ସମସ୍ତେ ପ୍ରାୟ ଚାଓମିନ୍‌ ଓ ରୋଲ୍‌ ବଜାରରୁ କିଣି ଖାଇଥାନ୍ତି। ଲୋକେ ଭାବିଥାନ୍ତି ଏହାକୁ  ଘରେ ତିଆରି କରିବା ଭାରି କଷ୍ଟକର। ଆଉ କେତେଜଣ ଭାବିଥାନ୍ତି ଏସବୁ ଘରେ ତିଆରି କଲେ ରେଷ୍ଟୁରାଣ୍ଟ ଭଳି ଟେଷ୍ଟ ହେବନି। ଏହା ଭୁଲ ଧାରଣା।  ଘରେ ତିଆରି କଲେ ବି ଏ ଗୁଡ଼ିକ ରେଷ୍ଟୁରାଣ୍ଟ ପରି ଟେଷ୍ଟି ହୋଇ ପାରିବ। ତାହାହେଲେ ଆଜି ଆସନ୍ତୁ ଜାଣି ଘରେ କିପରି ତିଆରି କରିବା […]

ଅଦ୍ୟତନ ହୋଇଛି
ଘରେ କେମିତି ପ୍ରସ୍ତୁତ କରିବେ ଅଣ୍ଡା ଚାଓମିନ୍‌

egg-chowmein..

Advertisment

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡ୍‌ ପ୍ରିୟ। ସମସ୍ତେ ପ୍ରାୟ ଚାଓମିନ୍‌ ଓ ରୋଲ୍‌ ବଜାରରୁ କିଣି ଖାଇଥାନ୍ତି। ଲୋକେ ଭାବିଥାନ୍ତି ଏହାକୁ  ଘରେ ତିଆରି କରିବା ଭାରି କଷ୍ଟକର। ଆଉ କେତେଜଣ ଭାବିଥାନ୍ତି ଏସବୁ ଘରେ ତିଆରି କଲେ ରେଷ୍ଟୁରାଣ୍ଟ ଭଳି ଟେଷ୍ଟ ହେବନି। ଏହା ଭୁଲ ଧାରଣା।  ଘରେ ତିଆରି କଲେ ବି ଏ ଗୁଡ଼ିକ ରେଷ୍ଟୁରାଣ୍ଟ ପରି ଟେଷ୍ଟି ହୋଇ ପାରିବ। ତାହାହେଲେ ଆଜି ଆସନ୍ତୁ ଜାଣି ଘରେ କିପରି ତିଆରି କରିବା ଅଣ୍ଡା ଚାଓମିନ୍‌।

Advertisment

ଆବଶ୍ୟକ ସାମଗ୍ରୀ: ଚାଓମିନ୍‌, ଅଣ୍ଡା, ଗାଜର, କଞ୍ଚା ଲଙ୍କା,ଚାଇନିଜ୍‌ ସଲ୍ଟ, ସୋୟା ସସ୍‌, ଚିଲି ସସ୍‌, ଟମାଟୋ ସସ୍‌, ଲୁଣ, ଚାୱମିନ୍‌ ମସଲା, କଟା ପିଆଜ, ଅଣ୍ଡା, ବନ୍ଧାକୋବି, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଟମାଟୋ, ରସୁଣ କଟା

publive-imageପ୍ରସ୍ତୁତି ପ୍ରଣାଳୀ: ବଜାରରୁ ଏକ ପ୍ୟାକେଟ୍‌ ଚାଓମିନ୍‌ ଆଣନ୍ତୁ। କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଚାଓମିନ୍‌ ପକାନ୍ତୁ। ଚାଓମିନ୍‌ ସିଝି ଗଲା ପରେ ତାକୁ ପାଣିରୁ ଛାଣି ଆଣନ୍ତୁ ଓ ଏକ ପ୍ଲେଟରେ ରଖନ୍ତୁ।

Advertisment

କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାନ୍ତୁ। ସେଥିରେ କଟା ହୋଇଥିବା ଗାଜର ପକାଇ ଭାଜନ୍ତୁ। ଗାଜର ଭାଜି ହୋଇଯିବା ପରେ କଟା ଯାଇଥିବା ବନ୍ଧା କୋବି ପକାନ୍ତୁ। ଅଳ୍ପ ଲୁଣ ପକାଇ ଭାଜନ୍ତୁ। ଗାଜର ଓ କୋବି ଫ୍ରାଏ ହୋଇଯିବା ପରେ କଟା ଯାଇଥିବା ରସୁଣ ପକାନ୍ତୁ। ଅଣ୍ଡା ଫଟାଇ ପକାନ୍ତୁ ଏବଂ ଭଲ ଭାବେ ଚଲାନ୍ତୁ। ସେଥିରେ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାନ୍ତୁ।  ତା’ପରେ ଚାଇନିଜ୍‌ ସଲ୍ଟ ପକାନ୍ତୁ। କଟା ଯାଇଥିବା କଞ୍ଚା ଲଙ୍କା ପକାନ୍ତୁ। ମସଲାକୁ ଭଲଭାବରେ ଗୋଳାନ୍ତୁ। ପରେ ସେଥିରେ ସୋୟା ସସ୍‌, ଚିଲି ସସ୍‌, ଟମାଟୋ ସସ୍‌ ପକାଇ ଭଲରେ ଏହାକୁ ଗୋଳାନ୍ତୁ। ଏହା ପରେ ସିଝା ହୋଇ ରଖିଥିବା ଚାଓମିନ୍‌କୁ ପକାନ୍ତୁ। ଏହାକୁ ମସଲାରେ ଭଲ ଭାବରେ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ସେଥିରେ ଚାଓମିନ୍‌ ମସଲା ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଆଉ ଟିକେ ଲୁଣ ପକାନ୍ତୁ। ଚାଓମିନ୍ ମସଲା ସହ ଭାଜି ହୋଇଗଲା ପରେ ତାକୁ ପ୍ଲେଟକୁ କାଢ଼ିଆଣନ୍ତୁ। ପ୍ରସ୍ତୁତ ହୋଇ ଗଲା ଅଣ୍ଡା ଚାଓମିନ୍ ।

ପ୍ଲେଟରେ ଏହାକୁ ସଜାଇବାକୁ ଚାହୁଁଥିଲେ ଟମାଟୋକୁ ଛୋଟ ଛୋଟ ପିସ୍‌ କରି ଏହା ଚାରିପାଖେ ରଖନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe