halwa1
ଆବଶ୍ୟକ ସାମଗ୍ରୀ: ବ୍ରେଡ୍ ସ୍ଲାଇସ୍, ଘିଅ, କଟା ଆଲମଣ୍ଡ, କଟା କାଜୁ, କିସମିସ, ଡାଲଚିନି ପାଉଡର, ଚିନି, ଖୁଆ, କ୍ଷୀର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଢ଼େଇରେ ଘିଅ ନେଇ ଗରମ କରନ୍ତୁ। ବ୍ରେଡ୍ ସ୍ଲାଇସକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହାର ଧାର ଗୁଡିକୁ କାଢ଼ି ଦିଅନ୍ତୁ। ଘିଅ ଗରମ ହେଲା ପରେ ସେଥିରେ ବ୍ରେଡ, କଟା ବାଦାମ, କାଜୁ ଓ କିସ୍ମିସ୍ ପକାଇ ଭାଜନ୍ତୁ। ଚିନି ଓ ଡାଲଚିନି ପାଉଡର ମଧ୍ୟ ପକାଇ ଦିଅନ୍ତୁ। ଏହାପରେ ଖୁଆ ଓ କ୍ଷୀର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ୨ ମିନିଟ୍ ହାଲକା ଆଞ୍ଚରେ ଫୁଟାନ୍ତୁ। ଟିକେ ସୁଖିଲା ହୋଇ ଆସିଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ନିଅନ୍ତୁ ପ୍ରସ୍ତୁତ ହୋଇଗଲା ସୁଆଦିଆ ବ୍ରେଡ୍ ହାଲୱା। ବର୍ତ୍ତମାନ ଏହାକୁ ପ୍ଲେଟରେ କାଢ଼ି ଉପରେ ଡ୍ରାଏ ଫ୍ରୁଟ୍ସ୍ ସଜାଇ ପରସନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/11/halwa1.jpg)