Advertisment

ଦହି ମାଛ ତରକାରୀ

ମାଛ ତରକାରୀ ସମସ୍ତଙ୍କ ଭାରି ପ୍ରିୟ। ମାଛ କଥା ଶୁଣିବା ମାତ୍ରେ ପାଟିରୁ ଲାଳ ଆସିଯାଏ। ଆପଣ ମାଛ ପ୍ରେମୀ ହୋଇଥିଲେ ଆସନ୍ତୁ ଜାଣିବା ଦହିମାଛ ପ୍ରସ୍ତୁତ ପ୍ରଣାଳୀ। ସାମଗ୍ରୀ: ବଡ ମାଛ ଖଣ୍ଡ, ଦହି, ପିଆଜ, ଅଦା, ଲଙ୍କା, ଭୃସଙ୍ଗପତ୍ର, ହଳଦୀ ଗୁଣ୍ଡ, ଫୁଟଣ, ସୁଖିଲା ଲଙ୍କା, ଗରମ ମସଲା ଗୁଣ୍ଡ, ସୋରିଷ ତେଲ, ଲୁଣ। ପ୍ରସ୍ତୁତ ପ୍ରଣାଳୀ: ମାଛକୁ ଭଲ ଭାବେ ଧୋଇ ପରିଷ୍କାର କରି ଲୁଣ ହଳଦୀ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ। […]

ଅଦ୍ୟତନ ହୋଇଛି
ଦହି ମାଛ ତରକାରୀ

dahi-machha

Advertisment

ମାଛ ତରକାରୀ ସମସ୍ତଙ୍କ ଭାରି ପ୍ରିୟ। ମାଛ କଥା ଶୁଣିବା ମାତ୍ରେ ପାଟିରୁ ଲାଳ ଆସିଯାଏ। ଆପଣ ମାଛ ପ୍ରେମୀ ହୋଇଥିଲେ ଆସନ୍ତୁ ଜାଣିବା ଦହିମାଛ ପ୍ରସ୍ତୁତ ପ୍ରଣାଳୀ।

Advertisment

ସାମଗ୍ରୀ: ବଡ ମାଛ ଖଣ୍ଡ, ଦହି, ପିଆଜ, ଅଦା, ଲଙ୍କା, ଭୃସଙ୍ଗପତ୍ର, ହଳଦୀ ଗୁଣ୍ଡ, ଫୁଟଣ, ସୁଖିଲା ଲଙ୍କା, ଗରମ ମସଲା ଗୁଣ୍ଡ, ସୋରିଷ ତେଲ, ଲୁଣ।

ପ୍ରସ୍ତୁତ ପ୍ରଣାଳୀ: ମାଛକୁ ଭଲ ଭାବେ ଧୋଇ ପରିଷ୍କାର କରି ଲୁଣ ହଳଦୀ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ। ବେଶୀ କଡା କରି ଭାଜିବେ ନାହିଁ। ଦହିରେ କଟା ପିଆଜ, ଅଦା, କଞ୍ଚାଲଙ୍କା ଓ ପିଆଜ ବଟା, ଲୁଣ ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ। ଏହି ମିଶ୍ରଣରେ ଭଜା ମାଛ ପକାନ୍ତୁ।

Advertisment

ଅନ୍ୟ ଏକ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ଶୁଖିଲା ଲଙ୍କା ପକାଇ ଦହିମାଛକୁ ପକାଇ ଦିଅନ୍ତୁ। କମ୍ ଆଞ୍ଚରେ ମାଛକୁ କିଛି ସମୟ ଫୁଟାନ୍ତୁ। ପାଣି ବେଶୀ ଦେବେ ନାହିଁ। ଦହିମାଛ ଅଳ୍ପ ଫୁଟି ଆସିଲେ ସେଥିରେ ଗରମ ମସଲା ପକାଇ ଆଞ୍ଚରୁ କରେଇକୁ ଓହ୍ଲେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହିମାଛ ତରକାରୀ। ଏବେ ନିଜେ ଖାଆନ୍ତୁ ଓ ବନ୍ଧୁ ପରିଜନଙ୍କୁ ଖାଇବାକୁ ଦିଅନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ଚିକେନ୍‌ ତରକାରି ରାନ୍ଧିବାକୁ ଇଚ୍ଛା ଅଛି କି? ପଢ଼ନ୍ତୁ ତିଆରି କରିବାର ଉପାୟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe