Advertisment

ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ  ସ୍ୱାଦିଷ୍ଟ ‘ଢୋକଲା’

ଢୋକଲା ଏକ ଗୁଜରାଟୀ ରେସିପି। ଏହା ଖୁବ୍‌ ସ୍ୱାଦିଷ୍ଟ। ତେଲ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁ ନଥିଲେ, ଆପଣ ଏହାକୁ ଘରେ ପ୍ରସ୍ତୁତ କରି ଖାଇପାରିବେ। ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଢୋକଲା।  ଆବଶ୍ୟକ ସାମଗ୍ରୀ: ବେସନ, ହଳଦୀ, ଲୁଣ, କଞ୍ଚା ଲଙ୍କା, ଲେମ୍ବୁ ରସ, ସୋରିଷ, ଫୁଟଣ , ଚିନି, ଭୃସଙ୍ଗ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ବେସନରେ  ହଳଦୀ, ଲେମ୍ବୁରସ ଓ ଲୁଣ ଦେଇ […]

author-image
Rakesh Mallick
ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ  ସ୍ୱାଦିଷ୍ଟ ‘ଢୋକଲା’

dhokla

ଢୋକଲା ଏକ ଗୁଜରାଟୀ ରେସିପି। ଏହା ଖୁବ୍‌ ସ୍ୱାଦିଷ୍ଟ। ତେଲ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁ ନଥିଲେ, ଆପଣ ଏହାକୁ ଘରେ ପ୍ରସ୍ତୁତ କରି ଖାଇପାରିବେ। ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଢୋକଲା।

Advertisment

 ଆବଶ୍ୟକ ସାମଗ୍ରୀ: ବେସନ, ହଳଦୀ, ଲୁଣ, କଞ୍ଚା ଲଙ୍କା, ଲେମ୍ବୁ ରସ, ସୋରିଷ, ଫୁଟଣ , ଚିନି, ଭୃସଙ୍ଗ ପତ୍ର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ବେସନରେ  ହଳଦୀ, ଲେମ୍ବୁରସ ଓ ଲୁଣ ଦେଇ ଗୋଳାଇ ମିଶ୍ରଣ ବା ଆଣ ପ୍ରସ୍ତୁତ କରନ୍ତୁ। ଏହାକୁ ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ ଏହା ପରେ ଷ୍ଟିମର ଅବା ପ୍ରେସର କୁକରରେ ଷ୍ଟିମ୍‌ କରିବାକୁ ପାଣି ଗରମ କରନ୍ତୁ। ଏକ ପାତ୍ର ବା ଟ୍ରେରେ ଅଳ୍ପ ତେଲ ମାରି ରଖନ୍ତୁ ଯେପରି ଢୋକଲା ଲାଗିବ ନାହିଁ। ପୂର୍ବରୁ ପ୍ରସ୍ତୁତ କରିଥିବା ମିଶ୍ରଣରେ ବେକିଂ ସୋଢା ଗୋଳାଇ ଟ୍ରେରେ ଢାଳନ୍ତୁ। ଏହା ପରେ ଷ୍ଟିମର କିମ୍ୱା ପ୍ରେସର କୁକରେ ଷ୍ଟିମ୍‌ କରିବାକୁ ଭିତରେ ରଖି ପ୍ରେସର ବନ୍ଦ କରିଦିଅନ୍ତୁ।  ୨୦ ମିନିଟ ପରେ ଢୋକଲା ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏକ ଛୁରୀ ମାରି ଦେଖନ୍ତୁ। ଯଦି ଛୁରୀରେ କିଛି ଲାଗେ ନାହିଁ, ତେବେ ଜାଣିବେ ଢୋକଲା ପ୍ରସ୍ତୁତ ହୋଇସାରିଛି। ଆଉ ଯଦି ଛୁରୀରେ ବେସନ ଲାଗେ, ତେବେ ଆଉ କିଛି ସମୟ ଷ୍ଟିମ୍‌ ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏକ ପ୍ଲେଟ୍‌କୁ କାଢି ଆଣି ପିସ୍‌ ପିସ୍‌ କରି କାଟି ଦିଅନ୍ତୁ।

Advertisment

କଡ଼େଇରେ ତେଲ ଗରମ କରି ସୋରିଷ, ଫୁଟଣ, କଞ୍ଚା ଲଙ୍କା ଭୃସଙ୍ଗ ପତ୍ର ପକାଇ ଭାଜନ୍ତୁ। ଏହା ପରେ ପାଣି ଓ ଚିନି ଦେଇ ସିରା ପ୍ରସ୍ତୁତ କରନ୍ତୁ। ଏହି ସିରାକୁ ଢୋକଲା ଉପରେ ସଜେଇବା ପାଇଁ ଢାଳି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଢୋକଲା।