Advertisment

ଜାଣନ୍ତୁ କେମିତି ତିଆରି ହୁଏ ଶୁଖୁଆ ପାମ୍ପଡ଼ ଭଜା

ଆବଶ୍ୟକ ସାମଗ୍ରୀ: ପାମ୍ପଡ଼, ଚିଙ୍ଗୁଡ଼ି ଶୁଖୁଆ, ହଳଦୀ, ବାଦାମ ଭଜା, ଚିନି, ପିଆଜ, ଟମାଟୋ ବଟା, ତେଲ, ସୋରିଷ ବଟା, ଗାଜର, ଲୁଣ, ଧନିଆ ପତ୍ର, କ୍ୟାପ୍‌ସିକମ୍‌, ମଟର , କଞ୍ଚା ଲଙ୍କା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ସେଥିରେ ଚିଙ୍ଗୁଡ଼ି ଶୁଖୁଆକୁ ଧୋଇ ଲୁଣ ହଳଦୀ ଗୋଳାଇ ଭାଜନ୍ତୁ। ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେମିତି ତିଆରି ହୁଏ ଶୁଖୁଆ ପାମ୍ପଡ଼ ଭଜା

food1

Advertisment

ଆବଶ୍ୟକ ସାମଗ୍ରୀ: ପାମ୍ପଡ଼, ଚିଙ୍ଗୁଡ଼ି ଶୁଖୁଆ, ହଳଦୀ, ବାଦାମ ଭଜା, ଚିନି, ପିଆଜ, ଟମାଟୋ ବଟା, ତେଲ, ସୋରିଷ ବଟା, ଗାଜର, ଲୁଣ, ଧନିଆ ପତ୍ର, କ୍ୟାପ୍‌ସିକମ୍‌, ମଟର , କଞ୍ଚା ଲଙ୍କା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ସେଥିରେ ଚିଙ୍ଗୁଡ଼ି ଶୁଖୁଆକୁ ଧୋଇ ଲୁଣ ହଳଦୀ ଗୋଳାଇ ଭାଜନ୍ତୁ। ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ହଳଦୀ ଗୁଣ୍ଡ, ପିଆଜ, କଞ୍ଚାଲଙ୍କା କଟା, ଗାଜର, ବାଦାମ୍‌ ମଞ୍ଜି, ମଟର, କ୍ୟାପ୍‌ସିକମ୍‌ ଭାଜି ଦିଅନ୍ତୁ। ତା’ପରେ ସେଥିରେ  ଟମାଟୋ ବଟା,  ସୋରିଷ ବଟା ଓ ଲୁଣ ପକାନ୍ତୁ।  ଏହା ଗରମ ହୋଇ ପାଣି ମରିଗଲେ ଚିଙ୍ଗୁଡ଼ି ଶୁଖୁଆ ପକାନ୍ତୁ। ତା’ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମସଲା।

ବିରି ପାମ୍ପଡ଼ରେ ଏହି ମସଲାଦେଇ ତାକୁ ରୋଲ୍‌ ଭଳି ମୋଡ଼ି ଦେଇ ଏକ ସୁତାରେ ବାନ୍ଧି ଦିଅନ୍ତୁ। ତାପରେ ତାକୁ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଶୁଖୁଆ ପାମ୍ପଡ଼ ଭଜା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe