Advertisment

ଦେଶୀ ପରିବାରେ ସ୍ୱାଦିଷ୍ଟ ଆଇଟମ୍: ଘରେ ହିଁ ତିଆରି କରନ୍ତୁ ‘ଲାଉ ଦହି କୁରୁମା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜାରକୁ ଯେତେ ବିଦେଶୀ ଖାଦ୍ୟ ଆସିଲେ ବି ସବୁବେଳେ ଦେଶୀ ଖାଦ୍ୟ ଉପରେ ଖାଦ୍ୟପ୍ରେମୀଙ୍କର ନଜର ଥାଏ। ସେଥିପାଇଁ ସହରରେ ରହୁଥିବା ଲୋକେ ସୁଯୋଗ ପାଇଲେ ଗାଁ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତି। ଆମେ ସମସ୍ତେ ଜାଣିଛନ୍ତି ଲାଉ ଏକ ସ୍ୱାସ୍ଥ୍ୟକାରୀ ପରିବା। କିଛି ସାଂଘାତିକ ରୋଗ ପାଇଁ ଆୟୁର୍ବେଦ ଡାକ୍ତରମାନେ ଲାଉ ଜୁସ୍ ପିଇବାକୁ କିମ୍ବା ତରକାରୀ କରି ଖାଇବାକୁ ପରାମର୍ଶ ଦେଉଛନ୍ତି। ଏହି ପରିସ୍ଥିତିରେ ଆସନ୍ତୁ ଜାଣିବା ଘରେ କେମିତି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଦେଶୀ ପରିବାରେ ସ୍ୱାଦିଷ୍ଟ ଆଇଟମ୍: ଘରେ ହିଁ ତିଆରି କରନ୍ତୁ ‘ଲାଉ ଦହି କୁରୁମା’

lau-dahee-korma

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜାରକୁ ଯେତେ ବିଦେଶୀ ଖାଦ୍ୟ ଆସିଲେ ବି ସବୁବେଳେ ଦେଶୀ ଖାଦ୍ୟ ଉପରେ ଖାଦ୍ୟପ୍ରେମୀଙ୍କର ନଜର ଥାଏ। ସେଥିପାଇଁ ସହରରେ ରହୁଥିବା ଲୋକେ ସୁଯୋଗ ପାଇଲେ ଗାଁ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତି। ଆମେ ସମସ୍ତେ ଜାଣିଛନ୍ତି ଲାଉ ଏକ ସ୍ୱାସ୍ଥ୍ୟକାରୀ ପରିବା। କିଛି ସାଂଘାତିକ ରୋଗ ପାଇଁ ଆୟୁର୍ବେଦ ଡାକ୍ତରମାନେ ଲାଉ ଜୁସ୍ ପିଇବାକୁ କିମ୍ବା ତରକାରୀ କରି ଖାଇବାକୁ ପରାମର୍ଶ ଦେଉଛନ୍ତି। ଏହି ପରିସ୍ଥିତିରେ ଆସନ୍ତୁ ଜାଣିବା ଘରେ କେମିତି ତିଆରି କରିବେ ଲାଉ ଦହି କୁରୁମା।

Advertisment

ଆବଶ୍ୟକ ସାମଗ୍ରୀ: ୫୦୦ ଗ୍ରାମ ଲାଉ, ୫୦ ଗ୍ରାମ ବେସନ, ୨ଟି କଟା ପିଆଜ, ଫାଳେ କୋରା ନଡ଼ିଆ, ୬/୭ କୋଲା ରସୁଣ, ୧ ଚାମଚ ଗୋଟା ଜିରା, ୩/୪ଟି କଞ୍ଚା ଲଙ୍କା, ୧ କପ୍ ଦହି, ଗୋଟିଏ ଟମାଟୋ, ଅଳ୍ପ କଟା ଧଣିଆ ପତ୍ର, ୧ ଚାମଚ ଡାଲଚିନି ଗୁଣ୍ଡ, ଡାଲଚିନି ଗୁଣ୍ଡ, ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ଲାଉର ଚୋପା ଛଡ଼ାଇ କୋରି ଦିଅନ୍ତୁ।  ବେସନରେ କୋରା ଲାଉ, ଲୁଣ ଓ ଅଧା କଟା ପିଆଜ  ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି  ମିଶ୍ରଣକୁ ନେଇ ତେଲ କଡେଇରେ ଛୋଟଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏବେ କୋରା  ନଡିଆ, ଜିରା, ରସୁଣ ଓ କଞ୍ଚାଲଙ୍କା ଏକାଠି ମିଶାଇ ପେଷି ଦିଅନ୍ତୁ। ଏକ ପ୍ୟାନରେ ତେଲ ଗରମ କରି ବାକି ଥିବା ପିଆଜକୁ ଭାଜି ପରେ ଟମାଟୋ ପକାଇ ଅଳ୍ପ ସମୟ ଭଜିବା ପରେ ପେଷା ହୋଇଥିବା ମସଲା ମଧ୍ୟ ପକାନ୍ତୁ। ଏବେ ଏଥିରେ ଦହି, ଲୁଣ, ପାଣି ଓ ଛଣା  ହୋଇଥିବା ଗୁଳାକୁ ଏକାଠି ପକାନ୍ତୁ। ଏବେ ଆପଣଙ୍କ ଲାଉ ଦହି କୋରମା ପ୍ରସ୍ତୁତ। ଏବେ ଏହା ଉପରେ କଟା ଧନିଆ ପତ୍ର, ଡାଲଚିନି ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ଗୁଣ୍ଡସେଓ ପକାଇ ସଜାଇ ଦିଅନ୍ତୁ।

Advertisment

ଆହୁରି ମଧ୍ୟ ପଢନ୍ତୁ: ଘରେ କେମିତି ତିଆରି କରିବେ ଦେଶୀ ଖାସି ମାଂସ ଓ ମୁଢି