Advertisment

ଘରେ ହିଁ କରନ୍ତୁ ମଟନ ତରକାରି

ଆମିଷ ପ୍ରିୟ ଲୋକଙ୍କ ମଧ୍ୟରେ ମଟନ ପ୍ରତି ରହିଛି ବିଶେଷ ଆକର୍ଷଣ। ଅନେକ ଲୋକ ଚିକେନ ଓ ମାଛ ଅପେକ୍ଷା ମଟନ୍‌ ଖାଇବାକୁ ଅଧିକ ପସନ୍ଦ କରନ୍ତି। ମଟନର ବିଭିନ୍ନ ଆଇଟମ୍‌ ରହିଛି। ତେବେ ତା’ ଭିତରେ ମଟନ ତରକାରିର ଟେଷ୍ଟ ଭାରି ନିଆରା। ଏହାକୁ ବିଭିନ୍ନ ଲୋକ ବିଭିନ୍ନ ଢ଼ଙ୍ଗରେ ପ୍ରସ୍ତୁତ କରନ୍ତି। ଆମେ ଆଜି ଆପଣମାନଙ୍କୁ ମଟନ ତରକାରି କରିବାର  ଏକ ସରଳ ଉପାୟ କହୁଛୁ। ଆବଶ୍ୟକ ସାମଗ୍ରୀ– କିଛି ମଟନ, କଟା ପିଆଜ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ହିଁ କରନ୍ତୁ ମଟନ ତରକାରି

ଆମିଷ ପ୍ରିୟ ଲୋକଙ୍କ ମଧ୍ୟରେ ମଟନ ପ୍ରତି ରହିଛି ବିଶେଷ ଆକର୍ଷଣ। ଅନେକ ଲୋକ ଚିକେନ ଓ ମାଛ ଅପେକ୍ଷା ମଟନ୍‌ ଖାଇବାକୁ ଅଧିକ ପସନ୍ଦ କରନ୍ତି। ମଟନର ବିଭିନ୍ନ ଆଇଟମ୍‌ ରହିଛି। ତେବେ ତା’ ଭିତରେ ମଟନ ତରକାରିର ଟେଷ୍ଟ ଭାରି ନିଆରା। ଏହାକୁ ବିଭିନ୍ନ ଲୋକ ବିଭିନ୍ନ ଢ଼ଙ୍ଗରେ ପ୍ରସ୍ତୁତ କରନ୍ତି। ଆମେ ଆଜି ଆପଣମାନଙ୍କୁ ମଟନ ତରକାରି କରିବାର  ଏକ ସରଳ ଉପାୟ କହୁଛୁ।

Advertisment

ଆବଶ୍ୟକ ସାମଗ୍ରୀ- କିଛି ମଟନ, କଟା ପିଆଜ, ଅଦା,ରସୁଣ ଓ ପିଆଜ ପେଷ୍ଟ, ଧନିଆଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟା ରସୁଣ, ଟମାଟୋ, ଲୁଣ, ହଳଦୀ, ସୋରିଷ ତେଲ, ଧନିଆ ପତ୍ର, ଡାଲଚିନ ଗୁଣ୍ଡ, ଗରମ ମସଲା, ମଟନ କରି ପାଉଡର

publive-imageପ୍ରସ୍ତୁତ ପ୍ରଣାଳୀ:ବଜାରରୁ ଆବଶ୍ୟକ ଅନୁଯାୟୀ ମଟନ କିଣି ଆଣନ୍ତୁ। ପରେ ତାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ  ଅଳ୍ପ ହଳଦୀ, ଲୁଣ, ସୋରିଷ ତେଲ ଓ ପିଆଜ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ କିଛି ସମୟ ରଖନ୍ତୁ। ପରେ

Advertisment

ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସ୍ଲାଇଟ୍ ଚିନି ପକାନ୍ତୁ। ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ପିଆଜ ପକାନ୍ତୁ।  ପିଆଜ ଲାଲ ହୋଇଆସିବା ପରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ଏହାକୁ ଭଲ ଭାବରେ କଷନ୍ତୁ। ପରେ ସେଥିରେ ଧନିଆଗୁଣ୍ଡ, ଜିରା ଗୁଣ୍ଡ  ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଟମାଟୋ ପକାଇ ପୁଣି ଭଲ ଭାବରେ  କଷନ୍ତୁ। ମସଲା ଭଲ ଭାବରେ କଷି ହୋଇଯିବା ପରେ ସେଥିରେ ମଟନ କରି ପାଉଡର ପକାନ୍ତୁ। ଏହା ପରେ ଡାଲଚିନ୍‌ ଗୁଣ୍ଡ ପକାଇ ତାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ ଅଳ୍ପ ପାଣି ଦିଅନ୍ତୁ।  କିଛି ଗୋଟା ରସୁଣ ପକାନ୍ତୁ। ଗୋଟା ରସୁଣ  ମଟନ ତରକାରି ଟେଷ୍ଟକୁ ଅଧିକ ବଢ଼ାଇଥାଏ  ଓ ତରକାରି ଖରାପ ହୋଇନଥାଏ। ଏହାପରେ  ମଟନକୁ ପକାନ୍ତୁ ଓ ମସଲା ସହିତ ଏହାକୁ ଭଲଭାବରେ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଏହାପରେ କଡ଼େଇକୁ ଢାଙ୍କି ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣି କାଢ଼ି ଏହାକୁ ଚଲାନ୍ତୁ। ନହେଲେ ମାଂସ ଲାଗି ଯାଇପାରେ। ଆଞ୍ଚକୁ ସିମ୍‌ ମଧ୍ୟ କରି ଦିଅନ୍ତୁ। ଯଦି ମଟନରୁ ପାଣି ବାହାରୁଛି ତା’ ହେଲେ ପାଣି ମରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହାପରେ ଏହାକୁ କିଛି ସମୟ କଷନ୍ତୁ। ତା’ପରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ମାଂସ ସିଝିଯିବା ପରେ ଏହାକୁ ନିଆଁରୁ ଓହ୍ଲାଇ ଆଣନ୍ତୁ। ଏହାପରେ ଏଥିରେ ଗରମ ମସଲା ଓ ଧନିଆ ପାଉଡର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ତରକାରି।

ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।