Advertisment

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ସାଲାଡ୍

ଆବଶ୍ୟକ ସାମଗ୍ରୀ ଚିକେନ୍‌, ଗୋଲମରିଚ, ତନ୍ଦୁରୀ ପେଷ୍ଟ୍‌, ସସ୍, ଲଙ୍କାଗୁଣ଼୍ଡ, ଧନିଆ ପାଉଡର୍, ଲେମ୍ବୁ ରସ, ଲୁଣ, ତେଲ ଓ ଭିନେଗାର୍, ଛୋଟ ସାଇଜ୍‌ରେ କଟା ହୋଇଥିବା ବନ୍ଧାକୋବି, ଟମାଟୋ, ପିଆଜ, ମୂଳା, ଗାଜର ଏବଂ ସିମ୍‌ଲା ଲଙ୍କା। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ଗୋଟିଏ ପାତ୍ରରେ ରଖନ୍ତୁ। ବର୍ତ୍ତମାନ ଚୁଲିରେ ପ୍ୟାନ୍ ଗରମ କରନ୍ତୁ। ଗୋଟିଏ ପାତ୍ରରେ ଗୋଟିଏ ବଡ଼ ଚାମଚ ଲେମ୍ବୁ ରସ, ହଟ୍ ସସ୍, ଅଧା ଚାମଚ ଭିନେଗାର୍, […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ସାଲାଡ୍

thaichicken

ଆବଶ୍ୟକ ସାମଗ୍ରୀ

ଚିକେନ୍‌, ଗୋଲମରିଚ, ତନ୍ଦୁରୀ ପେଷ୍ଟ୍‌, ସସ୍, ଲଙ୍କାଗୁଣ଼୍ଡ, ଧନିଆ ପାଉଡର୍, ଲେମ୍ବୁ ରସ, ଲୁଣ, ତେଲ ଓ ଭିନେଗାର୍, ଛୋଟ ସାଇଜ୍‌ରେ କଟା ହୋଇଥିବା ବନ୍ଧାକୋବି, ଟମାଟୋ, ପିଆଜ, ମୂଳା, ଗାଜର ଏବଂ ସିମ୍‌ଲା ଲଙ୍କା।

Advertisment

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ଗୋଟିଏ ପାତ୍ରରେ ରଖନ୍ତୁ। ବର୍ତ୍ତମାନ ଚୁଲିରେ ପ୍ୟାନ୍ ଗରମ କରନ୍ତୁ। ଗୋଟିଏ ପାତ୍ରରେ ଗୋଟିଏ ବଡ଼ ଚାମଚ ଲେମ୍ବୁ ରସ, ହଟ୍ ସସ୍, ଅଧା ଚାମଚ ଭିନେଗାର୍, ଲୁଣ ଓ ଗୋଲମରିଚ ପକାଇ ଗୋଳାଇ ଦିଅନ୍ତୁ। ଅନ୍ୟ ଗୋଟିଏ ପାତ୍ରରେ ତନ୍ଦୁର୍ ପେଷ୍ଟ୍, ସସ୍, ଲଙ୍କାଗୁଣ୍ଡ, ଧନିଆ ପାଉଡର୍, ‌ଭିନେଗାର୍, ଲେମ୍ବୁ ରସ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଚିକେନ୍ ଉପରେ ପ୍ରସ୍ତୁତ ହୋଇଥିବା ଦୁଇଟି ଯାକ ସସ୍‌ର ମିଶ୍ରଣ ଭଲ ଭାବରେ ଲଗାନ୍ତୁ। ଚିକେନ୍‌କୁ ପ୍ୟାନ୍‌ରେ ପକାଇ ଘାଣ୍ଟନ୍ତୁ। ଚିକେନ୍ ନରମ ହେବା କ୍ଷଣି ଏହାକୁ ବାହାର କରି ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଗୋଟିଏ ପାତ୍ରରେ ପୂର୍ବରୁ କଟା ଥିବା ବନ୍ଧାକୋବି, ଟମାଟୋ, ପିଆଜ, ମୂଳା, ଗାଜର ଓ ସିମ୍‌ଲା ଲଙ୍କାକୁ ନେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚିକେନ୍‌ ସାଲାଡ୍।