Advertisment

ଘରେ ହିଁ କରନ୍ତୁ ଚିଲି ଚିକେନ୍: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌ର ବିଭିନ୍ନ ପ୍ରକାର ଆଇଟମ୍‌ କରାଯାଏ। ସେଥିମଧ୍ୟରୁ ଚିଲି ଚିକେନ ପ୍ରାୟ ସମସ୍ତଙ୍କ ପସନ୍ଦ। ଆପଣମାନେ ହୋଟେଲରେ ଚିଲି ଚିକେନ ଖାଉଥିବେ। ତେବେ କେବେ ଘରେ ନିଜେ ବି ଏହାକୁ ତିଆରି  କରି ପାରିବେ। କେମିତି ରାନ୍ଧିବେ ଜାଣନ୍ତୁ କିଛି ଟିପ୍ସ।   ଆବଶ୍ୟକ ସାମଗ୍ରୀ- ୧-କୁକୁଡା ମାଂସ,୨-ତେଲ,୩-ଲଙ୍କା ପାଉଡର,୪-ଜିରା ପାଉଡର,୫-ଧନିଆ ପାଉଡର, ୬-କନଫ୍ଲୋର ପାଉଡର, ୭-ଗରମ ମସଲା,୮-ଚିକେନ୍‌ ପାଉଡର,୯-କଲର୍ ମସଲା,୧୦-ଦହି,୧୧-ଲୁଣ,୧୨-କ୍ୟାପସିକମ୍‌,୧୩-ରସୁଣ ଛୋଟ ଛୋଟ ପିସ୍‌,୧୪-ପିଆଜ କଟା,୧୫-ପିଆଜ,ରସୁଣ ଓ ଅଦା ପେଷ୍ଟ,୧୬-କଞ୍ଚା ଲଙ୍କା,୧୭-ଚାଇନିଜ ସଲ୍ଟ,୧୮-ହଳଦୀ ଗୁଣ୍ଡ,୧୯-ପାଣି,୨୦-ଟମାଟୋ ସସ୍‌,୨୧-ଚିଲି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ହିଁ କରନ୍ତୁ ଚିଲି ଚିକେନ୍: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌ର ବିଭିନ୍ନ ପ୍ରକାର ଆଇଟମ୍‌ କରାଯାଏ। ସେଥିମଧ୍ୟରୁ ଚିଲି ଚିକେନ ପ୍ରାୟ ସମସ୍ତଙ୍କ ପସନ୍ଦ। ଆପଣମାନେ ହୋଟେଲରେ ଚିଲି ଚିକେନ ଖାଉଥିବେ। ତେବେ କେବେ ଘରେ ନିଜେ ବି ଏହାକୁ ତିଆରି  କରି ପାରିବେ। କେମିତି ରାନ୍ଧିବେ ଜାଣନ୍ତୁ କିଛି ଟିପ୍ସ।  

Advertisment

ଆବଶ୍ୟକ ସାମଗ୍ରୀ-

୧-କୁକୁଡା ମାଂସ,୨-ତେଲ,୩-ଲଙ୍କା ପାଉଡର,୪-ଜିରା ପାଉଡର,୫-ଧନିଆ ପାଉଡର, ୬-କନଫ୍ଲୋର ପାଉଡର, ୭-ଗରମ ମସଲା,୮-ଚିକେନ୍‌ ପାଉଡର,୯-କଲର୍ ମସଲା,୧୦-ଦହି,୧୧-ଲୁଣ,୧୨-କ୍ୟାପସିକମ୍‌,୧୩-ରସୁଣ ଛୋଟ ଛୋଟ ପିସ୍‌,୧୪-ପିଆଜ କଟା,୧୫-ପିଆଜ,ରସୁଣ ଓ ଅଦା ପେଷ୍ଟ,୧୬-କଞ୍ଚା ଲଙ୍କା,୧୭-ଚାଇନିଜ ସଲ୍ଟ,୧୮-ହଳଦୀ ଗୁଣ୍ଡ,୧୯-ପାଣି,୨୦-ଟମାଟୋ ସସ୍‌,୨୧-ଚିଲି ସସ୍‌,୨୨-ସୋୟା ସସ୍‌,୨୩-ଧନିଆ ପତ୍ର

publive-imageପ୍ରସ୍ତୁତି ପ୍ରଣାଳୀ-

ଛୋଟ ଛୋଟ ପିସ୍‌ରେ କଟା ହୋଇଥିବା କିଛି କୁକୁଡା ମାଂସ ଆଣନ୍ତୁ। ତାକୁ ପାଣିରେ ଧୋଇ ଦିଅନ୍ତୁ। ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ। ତା’ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। କିଛି ଦହି ମଧ୍ୟ ପକାନ୍ତୁ। କନଫ୍ଲୋର ପାଉଡର ପକାନ୍ତୁ। ଚିଲି ସସ୍‌ ,ଟମାଟୋ ସସ୍‌ ,ସୋୟା ସସ୍‌ ପକାନ୍ତୁ । ତା’ପରେ ଏହାକୁ ଭଲଭାବେ ଗୋଳାନ୍ତୁ। ତାପରେ ସେଥିରେ ଧନିଆ ପାଉଡର, ଜିରା ପାଉଡର ଓ ଲଙ୍କା ପାଉଡର ପକାନ୍ତୁ।  କିଛି କଲର ପକାଇବା ସହ  ଅଳ୍ପ ଚାଇନିଜ୍‌ ସଲ୍ଟ ମଧ୍ୟ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାକୁ କିଛି ସମୟ ରଖି ଦିଅନ୍ତୁ।  ପରେ କଡ଼େଇରେ ତେଲ ଗରମ କରନ୍ତୁ।  ବିଭିନ୍ନ ପ୍ରକାର ମସଲାରେ ଗୋଳାଇ  ରଖାଯାଇଥିବା ଚିକେନ୍‌ ଗୁଡ଼ିକୁ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

Advertisment

କଡ଼େଇରେ କିଛି ତେଲ ପକାଇ ଗରମ କରନ୍ତୁ। ସେଥିରେ ସ୍ଲାଇଟ୍‌ ଚିନି ପକାନ୍ତୁ। ତା’ ପରେ କଟା ହୋଇଥିବା ପିଆଜ ପକାନ୍ତୁ। ପିଆଜ ଯେପରି ବଡ଼ ଖଣ୍ଡ ହୋଇଥିବା। ପିଆଜକୁ ଅଳ୍ପ ଭାଜନ୍ତୁ, ଯେପରି ତାହା ଟିକେ କଞ୍ଚା ରହିବ। ସେଥିରେ ଅଦା ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ।  ତାକୁ ଅଳ୍ପ ସମୟ ଚଲାନ୍ତୁ। ପରେ ଛୋଟ ଛୋଟ ପିସ୍‌ ରସୁଣ ଓ ଲମ୍ବା ଲମ୍ବା ହୋଇ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। ସେଥିରେ କଟା ହୋଇଥିବା କ୍ୟାପିସମ୍‌ ମଧ୍ୟ ପକାନ୍ତୁ। ସେଥିରେ ଚିକେନ୍ ପାଉଡର ପକାଇ ମସଲାକୁ ଭଲ ଭାବରେ ଗୋଳାନ୍ତୁ। ମନେ ରଖନ୍ତୁ ବେଶୀ ସମୟ ମସଲା କଷିବେ ନାହିଁ। ସେଥିରେ ଚାଇନିଜ ସଲ୍ଟ,, ଟମାଟୋ ସସ୍, ଚିଲି ସସ୍ ଓ ସୟା ସସ୍‌ ପକାନ୍ତୁ। ପରେ ସେଥିରେ ଧନିଆ ପାଉଡର, ଲଙ୍କା ପାଉଡର ଓ ଜିରା ପାଉଡର ପକାଇ ଭଲ ଭାବରେ ଗୋଳାନ୍ତୁ।  ଛଣା ହୋଇଥିବା ଚିକେନ୍‌କୁ ସେଥିରେ ପକାଇ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। କିଛିସମୟ ପରେ ତାକୁ ପ୍ଲେଟ୍‌କୁ କାଢ଼ନ୍ତୁ।  ପ୍ରସ୍ତୁତ ହୋଇଗଲା ଚିଲି ଚିକେନ୍‌।

ଯଦି ଏହାକୁ  ସଜାଇବାକୁ ଚାହୁଁଛନ୍ତି ତାହାହେଲେ ପିଆଜ ଓ ଟମାଟୋକୁ ଗୋଲ ଗୋଲ କରି କାଟନ୍ତୁ।  ଏହା ସହ କଞ୍ଚା ଲଙ୍କାକୁ ଲମ୍ବା ଲମ୍ବା କରି କାଟି ଧନିଆ ପତ୍ର ଦେଇ ଚିଲି ଚିକେନ ପ୍ଲେଟ୍‌କୁ ସଜାନ୍ତୁ।