Advertisment

ଘରେ କିପରି ତିଆରି କରିବେ ‘ଚିଲି ମସରୁମ୍‌’

ଚିଲି ଆଇଟମ୍‌ ସମସ୍ତଙ୍କର ପସନ୍ଦ, ସେ ଭେଜ୍ ହେଉ ଅବା ନନ୍‌ଭେଜ୍‌। ଯେଉଁମାନେ ନନ୍‌ଭେଜ୍‌ ଖାଆନ୍ତି ନାହିଁ ସେମାନେ ଚିଲି କୋବି, ଚିଲି ମସ୍‌ରୁମ୍‌ ଓ ଚିଲି ପନିର ଇତ୍ୟାଦି ଖାଆନ୍ତି। ସାଧାରଣତଃ ହୋଟେଲ୍‌କୁ ଗଲେ ଆମେ ଏହି ଚିଲି ଆଇଟମ୍‌ଗୁଡ଼ିକୁ ଖାଉ। ଅନେକ ଘରେ ମଧ୍ୟ ଏଗୁଡ଼ିକୁ ତିଆରି କରି ଖାଆନ୍ତି। ତେବେ ଆଉ ଅନେକ ଭାବନ୍ତି ଏଗୁଡ଼ିକୁ ଘରେ ତିଆରି କରିବା ଭାରି କଠିନ କାର୍ଯ୍ୟ। ଏହା ଭୁଲ ଧାରଣା। ଘରେ ଅତିସହଜରେ ଏଗୁଡ଼ିକୁ […]

ଅଦ୍ୟତନ ହୋଇଛି
ଘରେ କିପରି ତିଆରି କରିବେ ‘ଚିଲି ମସରୁମ୍‌’
Advertisment

ଚିଲି ଆଇଟମ୍‌ ସମସ୍ତଙ୍କର ପସନ୍ଦ, ସେ ଭେଜ୍ ହେଉ ଅବା ନନ୍‌ଭେଜ୍‌। ଯେଉଁମାନେ ନନ୍‌ଭେଜ୍‌ ଖାଆନ୍ତି ନାହିଁ ସେମାନେ ଚିଲି କୋବି, ଚିଲି ମସ୍‌ରୁମ୍‌ ଓ ଚିଲି ପନିର ଇତ୍ୟାଦି ଖାଆନ୍ତି। ସାଧାରଣତଃ ହୋଟେଲ୍‌କୁ ଗଲେ ଆମେ ଏହି ଚିଲି ଆଇଟମ୍‌ଗୁଡ଼ିକୁ ଖାଉ। ଅନେକ ଘରେ ମଧ୍ୟ ଏଗୁଡ଼ିକୁ ତିଆରି କରି ଖାଆନ୍ତି। ତେବେ ଆଉ ଅନେକ ଭାବନ୍ତି ଏଗୁଡ଼ିକୁ ଘରେ ତିଆରି କରିବା ଭାରି କଠିନ କାର୍ଯ୍ୟ। ଏହା ଭୁଲ ଧାରଣା। ଘରେ ଅତିସହଜରେ ଏଗୁଡ଼ିକୁ କରି ହେବ। ତା’ହେଲେ ଆଜି ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଚିଲି ମସ୍‌ରୁମ୍‌।

Advertisment

ଆବଶ୍ୟକ ସାମଗ୍ରୀ-

ମସରୁମ, ତେଲ, କନଫ୍ଲୋର ପାଉଡର, ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌, ଚାଇନିଜ୍‌ ସଲ୍ଟ, ଲୁଣ, ହଳଦୀ, ଲଙ୍କା, ଜିରା ଓ ଧନିଆ ପାଉଡର, ଅଦା, ରସୁଣ ଓ ପିଆଜ ପେଷ୍ଟ, କଞ୍ଚା ଲଙ୍କା, କ୍ୟାପସିକମ୍‌, କଲର ପାଉଡର, ଧନିଆ ପାଉଡର, ମସରୁମ୍ ମସଲା, କରି ପାଉଡର, ଗରମ ମସଲା, ପିଆଜ ଓ ରସୁଣ କଟ୍‌ପିସ୍‌।

chilli-mushroomପ୍ରସ୍ତୁତି ପ୍ରଣାଳୀ- ବଜାରରୁ କିଛି ମସ୍‌ରୁମ୍‌ କିଣି ଆଣନ୍ତୁ। ମସ୍‌ରୁମ୍‌ର ନାଡ଼କୁ କାଢ଼ି ଦିଅନ୍ତୁ। ଏହା ପରେ ତାକୁ ହଳଦୀ ପାଣିରେ ଧୋଇ ପ୍ଲେଟ୍‌ରେ ରଖନ୍ତୁ। ଏକ ଗିନାରେ କନଫ୍ଲୋର ପାଉଡର ଆଣନ୍ତୁ। ସେଥିରେ ଅଦା,ରସୁଣ ଓ ପିଆଜର ପେଷ୍ଟ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।  ଲଙ୍କା, ଜିରା ଓ ଧନିଆ ପାଉଡର ପକାନ୍ତୁ। ଟମାଟୋ ସସ୍‌, ଚିଲି ସସ୍‌ ଓ ସୋୟା ସସ୍‌ ମଧ୍ୟ ପକାନ୍ତୁ। ପରେ ସେଥିରେ ଅଳ୍ପ ପାଣି  ଓ କଲର ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ। ଧ୍ୟାନ ଦେବେ ଏହି ମିଶ୍ରଣ ଯେପରି ପାଣିଆ ନ ହେବ। ପରେ ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ପେଷ୍ଟକୁ କିଛି ସମୟ ରଖି ଦିଅନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ। ଧୋଇ ରଖିଥିବା ମସ୍‌ରୁମ୍‌କୁ କନଫ୍ଲୋର ପେଷ୍ଟରେ ଗୋଳାଇ ଛାଣନ୍ତୁ। ଲାଲ୍‌ ହୋଇଯିବା ପରେ କନଫ୍ଲୋର ମସ୍‌ରୁମ୍‌କୁ କାଢ଼ି ଆଣନ୍ତୁ।

Advertisment

ଏହି କାମଟି ସରିଯିବା ପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସ୍ଲାଇଟ୍‌ ଚିନି ପକାନ୍ତୁ। ଚିନି ଲାଲା ହୋଇଆସିବା ବେଳକୁ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ (ପିଆଜଗୁଡ଼ିକୁ ବଡ଼ ବଡ଼ କରି କାଟିବେ)। ପିଆଜକୁ ଲାଲ କରନ୍ତୁ ନାହିଁ। ଏହା ଟିକେ କଞ୍ଚା ରହିବ। ସେଥିରେ ଅଦା ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ତାକୁ ଅଳ୍ପ ସମୟ ଚଲାନ୍ତୁ। ପରେ ସେଥିରେ ଛୋଟ ଛୋଟ ପିସ୍‌ ରସୁଣ ଓ ଲମ୍ବା ଲମ୍ବା ହୋଇ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। କଟା ହୋଇଥିବା କ୍ୟାପ୍‌ସିକମ୍‌ ମଧ୍ୟ ପକାନ୍ତୁ। ତା’ପରେ ମସ୍‌ରୁମ୍‌ ପାଉଡର ଓ କରି ମସଲାକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ ବେଶୀ ସମୟ ମସଲା କଷିବେ ନାହିଁ। ମସଲା ହୋଇ ଆସିବା ବେଳକୁ ଚାଇନିଜ ସଲ୍ଟ, ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍‌ ପକାନ୍ତୁ। ଧନିଆ ପାଉଡର, ଲଙ୍କା ପାଉଡର ଓ ଜିରା ପାଉଡର ପକାଇ ଭଲ ଭାବରେ ଗୋଳାନ୍ତୁ। ଅଳ୍ପ ଗରମ ମସଲା ମଧ୍ୟ ପକାନ୍ତୁ। ପରେ ଛଣା ଯାଇଥିବା ମସ୍‌ରୁମ୍‌କୁ ସେଥିରେ ପକାଇ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଅଳ୍ପ ସମୟ ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିଲି ମସରୁମ୍‌।

ଯଦି ପ୍ରସ୍ତୁତ ହୋଇଥିବା ଚିଲି ମସ୍‌ରୁମ୍‌ ପ୍ଲେଟ୍‌କୁ ଆପଣ ସଜାଇବାକୁ ଚାହୁଁଛନ୍ତି ତାହାହେଲେ ପିଆଜ ଓ ଟମାଟୋକୁ ଗୋଲ ଗୋଲ କରି କାଟନ୍ତୁ। ଏହା ସହ କଞ୍ଚା ଲଙ୍କାକୁ ଲମ୍ବା ଲମ୍ବା କରି କାଟନ୍ତୁ। ତା’ପରେ ଧନିଆ ପତ୍ର ଦେଇ ଏସବୁକୁ ଚିଲି ମସରୁମ୍‌ ପ୍ଲେଟ୍‌ରେ ମନପସନ୍ଦ ଅନୁଯାୟୀ ସଜାନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe