Advertisment

ସନ୍ଧ୍ୟା ଆସରକୁ ଜମାଣିଆ କରିବାକୁ ଘରେ ତିଆରି କରନ୍ତୁ ‘ଦହି ଗୁପଚୁପ୍‌’

ଗୁପଚୁପ୍ ଏପରି ଜିନିଷ ଯାହାକୁ ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଖାସ୍‌ କରି ସାଙ୍ଗମାନଙ୍କ ସହ ଗୁପଚୁପ ଠେଲା ପାଖରେ ସନ୍ଧ୍ୟାରେ ଭିଡ ଜମାଇବା ଓ ଇଆଡୁ ସିଆଡୁ ଗପି ଗପି ଏହାକୁ ଖାଇବାର ମଜା ଅଲଗା। ଆମେ ଗୁପଚୁପ ଖାଇବା ବେଳେ ସବୁବେଳେ ଭାବିଥାନ୍ତି ଏହାକୁ କିପରି ତିଆରି କରୁଛନ୍ତି ଗୁପଚୁପ୍‌ ବାଲା। ବହୁତ ଟେଷ୍ଟି ଲାଗୁଛି। ହେଲେ ଆପଣ ଚାହିଁଲେ ଏହାକୁ ଘରେ […]

ଅଦ୍ୟତନ ହୋଇଛି
ସନ୍ଧ୍ୟା ଆସରକୁ ଜମାଣିଆ କରିବାକୁ ଘରେ ତିଆରି କରନ୍ତୁ ‘ଦହି ଗୁପଚୁପ୍‌’
Advertisment

ଗୁପଚୁପ୍ ଏପରି ଜିନିଷ ଯାହାକୁ ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଖାସ୍‌ କରି ସାଙ୍ଗମାନଙ୍କ ସହ ଗୁପଚୁପ ଠେଲା ପାଖରେ ସନ୍ଧ୍ୟାରେ ଭିଡ ଜମାଇବା ଓ ଇଆଡୁ ସିଆଡୁ ଗପି ଗପି ଏହାକୁ ଖାଇବାର ମଜା ଅଲଗା। ଆମେ ଗୁପଚୁପ ଖାଇବା ବେଳେ ସବୁବେଳେ ଭାବିଥାନ୍ତି ଏହାକୁ କିପରି ତିଆରି କରୁଛନ୍ତି ଗୁପଚୁପ୍‌ ବାଲା। ବହୁତ ଟେଷ୍ଟି ଲାଗୁଛି। ହେଲେ ଆପଣ ଚାହିଁଲେ ଏହାକୁ ଘରେ ବି ତିଆରି କରି ପାରିବେ। ଆସନ୍ତୁ ଜାଣିବା କିପରି ତିଆରି କରିବେ ଦହି ଗୁପଚୁପ୍‌।

Advertisment

ଆବଶ୍ୟକ ସାମଗ୍ରୀ- ବଜାରରେ ମିଳୁଥିବା ଶୁଖା ଗୁପଚୁପ,ଆଳୁ,ସିଝା ମଟର, ବାଦାମ,ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କଞ୍ଚା ଲଙ୍କା, କଟା ପିଆଜ, ବସାଦହି, ଟମାଟୋ ସସ୍, ଝୁରା ସେଉ, ଧନିଆ ପତ୍ର

nnnପ୍ରସ୍ତୁତ ପ୍ରଣାଳୀ- ବଜାରରୁ କିଛି ଆଳୁ ଆଳନ୍ତୁ। ତାକୁ ପାଣି ଗରମ କରି ସିଝାନ୍ତୁ। ଏହା ପରେ ଆଳୁରୁ ଚୋପା ଛଡ଼ାନ୍ତୁ। ତାକୁ ଭଲଭାବରେ ଚକଟନ୍ତୁ। ପରେ ସେଥିରେ  ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।  ଏହାପରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ଭଲ କରି ଗୋଳାନ୍ତୁ। ପରେ ସିଝା ମଟର,କଟା ପିଆଜ ଓ କଞ୍ଚା ଲଙ୍କା ପକାନ୍ତୁ। ଏହାସହ କିଛି ଭଜା ବାଦାମ ମଧ୍ୟ ପକାନ୍ତୁ।  ତାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ କିଛି ଧନିଆ ପତ୍ର ପକାନ୍ତୁ। ପ୍ରସ୍ତତ ହୋଇଗଲା ଗୁପଚୁପ ପାଇଁ ଆଳୁ ମସଲା।

Advertisment

ବଜାରରୁ ଆଣିଥିବା ଗୁପଚୁପ୍‌ ଖୋଳରେ ଆଳୁ ମସଲାକୁ ପୁରାନ୍ତୁ। ଏହା ଉପରେ ଅଳ୍ପ ଦହି ପକାନ୍ତୁ। ସେଥିରେ ଟମାଟୋ ସସ୍‌ ପକାନ୍ତୁ। ସେଥିରେ ଝୁରା ସେଓ କିଛି ପକାନ୍ତୁ। ଏହା ପରେ ସେଥିରେ ବିଟ୍ ଲୁଣ ଛିଞ୍ଚି ଦିଅନ୍ତୁ। ତାକୁ ଏକ ପ୍ଲେଟରେ ରଖନ୍ତୁ।  ପ୍ରସ୍ତୁତ ହୋଇଗଲା ଦହି ଗୁପଚୁପ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe