Advertisment

ଘରେ ରାନ୍ଧନ୍ତୁ ମାଟିହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, କଟା ପିଆଜ, ପିଆଜ ବଟା, ହଳଦୀ  ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌, ତେଲ, ଟମାଟୋ ପେଷ୍ଟ୍‌, ତେଜପତ୍ର, ଫୁଟଣ ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: କଙ୍କଡ଼ାକୁ ଗରମ ପାଣିରେ ନପକାଇ ଥଣ୍ଡା ପାଣିରେ ରଖି ଚିମୁଟାରେ ଖୋଳପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ପିଆଜ ପେଷ୍ଟ୍‌, […]

ଘରେ ରାନ୍ଧନ୍ତୁ ମାଟିହାଣ୍ଡି କଙ୍କଡ଼ା

crab masala

Advertisment

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, କଟା ପିଆଜ, ପିଆଜ ବଟା, ହଳଦୀ  ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌, ତେଲ, ଟମାଟୋ ପେଷ୍ଟ୍‌, ତେଜପତ୍ର, ଫୁଟଣ ଓ ଧନିଆ ପତ୍ର।

Advertisment

publive-imageପ୍ରସ୍ତୁତି ପ୍ରଣାଳୀ: କଙ୍କଡ଼ାକୁ ଗରମ ପାଣିରେ ନପକାଇ ଥଣ୍ଡା ପାଣିରେ ରଖି ଚିମୁଟାରେ ଖୋଳପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ପିଆଜ ପେଷ୍ଟ୍‌, ଅଦା ଓ ରସୁଣ ପେଷ୍ଟ୍‌ ଅଳ୍ପ ପକାଇ ଗୋଳାଇ ଦିଅନ୍ତୁ।

crab masalaଏହାପରେ ଚୁଲିରେ ଏକ ମାଟିହାଣ୍ଡି ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଫୁଟଣ ଓ ତେଜପତ୍ର ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ଓ ଲୁଣ ପକାଇ ଭାଜି ଦିଅନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ପିଆଜ ପେଷ୍ଟ୍‌, ଅଦା ଓ ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ ପାକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଳ୍ପ ପାଣି ଦେଇ କଷନ୍ତୁ। ମସଲା କଷି ହେବା ପରେ ସେଥିରେ କଙ୍କଡ଼ା, ଟମାଟୋ ପେଷ୍ଟ୍‌ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ତରକାରି ହୋଇଯିବା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି କଙ୍କଡ଼ା।

Advertisment

ଏହାକୁ ଏକ ପାତ୍ରକୁ କାଢ଼ି ସେଥିରେ ଧନିଆ ପତ୍ର ପକାଇ ପରଶନ୍ତୁ। ମନେ ରଖିବେ  ଆପଣ ତରକାରିରେ ଝୋଳ ରଖି ପାରିବେ, ନଚେତ୍‌ କଷିଲା ଭଳି କରି ଖାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe