Advertisment

ଦଶହରାରେ ଅତିଥିଙ୍କ ପାଇଁ ରାନ୍ଧନ୍ତୁ ସ୍ପେଶାଲ ‘ପାଏସ୍’: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଚାଲିଛି ପାର୍ବଣ ଋତୁ। ପୂଜାରେ ଘରକୁ ଅତିଥି ମାନଙ୍କ ଯିବା ଆସିବା ଲାଗି ରହିଥାଏ ପୂଜାରେ ଘରକୁ ଅତିଥି ଆସିଲେ ବାହାରୁ ମିଠା ନ ମଗାଇ ନିଜ ହାତରେ ପାଏସ ପ୍ରସ୍ତୁତ କରି ଅତିଥି ଚର୍ଚ୍ଚା କରନ୍ତୁ। ଆସନ୍ତୁ ଜାଣିବା ଅତି ସହଜରେ କେମିତି ପ୍ରସ୍ତୁତ କରିବେ ପାଏସ । ଆବଶ୍ୟକ ସାମଗ୍ରୀ: ବାସୁମତି ଚାଉଳ, କ୍ଷୀର,ଚିନି, ମିଲ୍କ ପାଉଡର, ଭଜା ହୋଇଥିବା କାଜୁ, କିସ୍‌ମିସ୍, ଗୋଲାପ ଜଳ,ଛୋଟ ଅଳେଇଚ ଖୁଆ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତି […]

ଅଦ୍ୟତନ ହୋଇଛି
ଦଶହରାରେ ଅତିଥିଙ୍କ ପାଇଁ ରାନ୍ଧନ୍ତୁ ସ୍ପେଶାଲ ‘ପାଏସ୍’: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
Advertisment

ଚାଲିଛି ପାର୍ବଣ ଋତୁ। ପୂଜାରେ ଘରକୁ ଅତିଥି ମାନଙ୍କ ଯିବା ଆସିବା ଲାଗି ରହିଥାଏ ପୂଜାରେ ଘରକୁ ଅତିଥି ଆସିଲେ ବାହାରୁ ମିଠା ନ ମଗାଇ ନିଜ ହାତରେ ପାଏସ ପ୍ରସ୍ତୁତ କରି ଅତିଥି ଚର୍ଚ୍ଚା କରନ୍ତୁ। ଆସନ୍ତୁ ଜାଣିବା ଅତି ସହଜରେ କେମିତି ପ୍ରସ୍ତୁତ କରିବେ ପାଏସ ।

Advertisment

ଆବଶ୍ୟକ ସାମଗ୍ରୀ: ବାସୁମତି ଚାଉଳ, କ୍ଷୀର,ଚିନି, ମିଲ୍କ ପାଉଡର, ଭଜା ହୋଇଥିବା କାଜୁ, କିସ୍‌ମିସ୍, ଗୋଲାପ ଜଳ,ଛୋଟ ଅଳେଇଚ ଖୁଆ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତି ଚାଉଳକୁ ଭଲ ଭାବେ ଧୋଇ ପାଣି ନିଗାଡ଼ି ଦିଅନ୍ତୁ। ପାଣି ଶୁଖିଯିବା ପରେ ଏହାକୁ ଖଦଡ଼ା କରି ବାଟି ଦିଅନ୍ତୁ। ଏହି ବଟା ଚାଉଳରେ ଦରକାର ଅନୁଯାୟୀ ପାଣି ଦେଇ ସିଝାଇ ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ କ୍ଷୀର ମିଲ୍କ ପାଉଡର ଓ ଚିନିକୁ ଏକାଠି ଫୁଟାଇ ଦିଅନ୍ତୁ। କ୍ଷୀର ବହଳିଆ ହୋଇଗଲେ ସିଝା ହୋଇଥିବା ଚାଉଳ ମିଶାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏବେ ଏଥିରେ ଅଳେଇଚ ଓ ଖୁଆ ପକାଇ ଦିଅନ୍ତୁ। ଏହାକୁ ଅଳ୍ପ ସମୟ ଫୁଟାଇ ଦିଅନ୍ତୁ ।  ଓହ୍ଲାଇବା ପୂର୍ବରୁ ଏଥିରେ ଗୋଲାପ ଜଳ ଓ ପୂର୍ବରୁ ଭଜା ହୋଇଥିବା କାଜୁ କିସ୍‌ମିସ୍‌ ପକାଇ ଦିଅନ୍ତୁ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe