Advertisment

ମାଲପୁଆ: ନିଜେ ବନାନ୍ତୁ,ପରିବାର ସହ ଖାଆନ୍ତୁ

ଭାରତୀୟମାନେ ବହୁତ ମିଠା ପ୍ରିୟ। ଭଳିକି ଭଳି ମିଠା ଖାଇବାକୁ ଭଲ ପାଇଥାନ୍ତି। ଖାସକରି ରସଗୋଲା, ଗୋଲାପଜାମ, ମାଲପୁଆ, ରସମଲେଇ, ବୁନ୍ଦି, ଦାନାଦର ଛେନାପୋଡ଼ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। ଦୋକାନରେ ମିଳୁଥିବା ଏହି ମିଠା ବନାଇବା ଏତେ ବି କଷ୍ଟ ନୁହେଁ। ଆପଣ ଚାହିଁଲେ ଘରେ ବି ଏହାକୁ ବନାଇ ପାରିବେ। ଆସନ୍ତୁ ଜାଣିବା ମାଲପୁଆ ପାଇଁ ଆବଶ୍ୟକ ଦ୍ରବ୍ୟ ଓ ଏହାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ। ଉପକରଣ ୧-ତେଲ ୨- ଲୁଣ ୩- […]

ଅଦ୍ୟତନ ହୋଇଛି
ମାଲପୁଆ: ନିଜେ ବନାନ୍ତୁ,ପରିବାର ସହ ଖାଆନ୍ତୁ
Advertisment

ଭାରତୀୟମାନେ ବହୁତ ମିଠା ପ୍ରିୟ। ଭଳିକି ଭଳି ମିଠା ଖାଇବାକୁ ଭଲ ପାଇଥାନ୍ତି। ଖାସକରି ରସଗୋଲା, ଗୋଲାପଜାମ, ମାଲପୁଆ, ରସମଲେଇ, ବୁନ୍ଦି, ଦାନାଦର ଛେନାପୋଡ଼ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। ଦୋକାନରେ ମିଳୁଥିବା ଏହି ମିଠା ବନାଇବା ଏତେ ବି କଷ୍ଟ ନୁହେଁ। ଆପଣ ଚାହିଁଲେ ଘରେ ବି ଏହାକୁ ବନାଇ ପାରିବେ। ଆସନ୍ତୁ ଜାଣିବା ମାଲପୁଆ ପାଇଁ ଆବଶ୍ୟକ ଦ୍ରବ୍ୟ ଓ ଏହାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ।

Advertisment

ଉପକରଣ

୧-ତେଲ

୨- ଲୁଣ

୩- ମଇଦା

୪- ପାନ ମଧୁରୀ

୫- ବାଦାମ

୪- କଦଳୀ

୬- ଚିନି

୭- ଖାଇବା ସୋଢ଼ା

୮- ଗୁଜରାତି ଗୁଣ୍ଡ

ପ୍ରସ୍ତୁତ ପ୍ରକ୍ରିୟା

ପ୍ରଥମେ କିଛି ମଇଦାକୁ ଗୋଟିଏ ପାତ୍ରରେ ପାଣିରେ ଗୋଳାନ୍ତୁ। ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଖାଇବା ସୋଢ଼ା ପକାନ୍ତୁ। ତାକୁ ଭଲ ଭାବରେ ଗୋଳାଇବା ପରେ କିଛି ସମୟ ରଖି ଦିଅନ୍ତୁ। ପାନ ମଧୁରୀ ଓ ବାଦାମ ପକାନ୍ତୁ। ଏହାସହ କିଛି କଦଳୀ ପକାଇ ଗୋଳାନ୍ତୁ। ପରେ  କଢେଇରେ ତେଲ ଗରମ କରନ୍ତୁ। ଏହି ପେଷ୍ଟକୁ ପିଠା କରିବା ଭଳି ପତଳା କରି ପକାନ୍ତୁ। ନାଲି ଅଂଶ ଆସିବ ଯାଏଁ ତାକୁ ଏପଟସେପଟ ଲେଉଟାନ୍ତୁ। ଉଭୟ ପାଖ ନାଲି ହୋଇଗଲା ପରେ ତାଙ୍କୁ ପ୍ଲେଟ୍‌ରେ କାଢ଼ି ଆଣନ୍ତୁ। ତାପରେ ଗୋଟିଏ ପାତ୍ରରେ ଚିନି ଶିରା କରନ୍ତୁ। ଚିନି ଶିରାରେ କିଛି ଗଜରାତି ଗୁଣ୍ଡ ପକାନ୍ତୁ। ପରେ ସେହି ଚିନି ଶିରାରେ ଛଣା ଯାଇଥିବା ମାଲପୁଆ ପକାନ୍ତୁ। ତାକୁ କିଛି ସମୟ ଶିରାରେ ବୁଡାଇ ରଖନ୍ତୁ। ତା’ରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ମାଲପୁଆ।

ସଜାଇବାକୁ ଚାହୁଁଥିଲେ  ବାଦାମ ଓ କାଜୁକୁ ପିସ୍‌ ପିସ୍‌ କରି ମାଲପୁଆରେ ରଖି ସଜାନ୍ତୁ।

Advertisment

.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe