Advertisment

କେମିତି ତିଆରି କରିବେ ‘ପନିର ବଟର ମସଲା’

ସାଧା ଖାଉଥିବା ଲୋକମାନଙ୍କ ପାଇଁ ପନିରର ଯେକୌଣସି ଆଇଟମ୍‌ ନିଶ୍ଚିତ ଭାବରେ ମୁଖ୍ୟ ପସନ୍ଦ। କେବଳ ସାଧା ନୁହେଁ, ଆମିଷ ଖାଉଥିବା କିଛି ଲୋକ ମଧ୍ୟ ପନିର ଆଇଟମ୍‌କୁ ଭଲ ପାଆନ୍ତି। ସବୁଠୁ ବଡ଼ କଥା ହେଲା, ଯେଉଁ କିଛି  ଖାଦ୍ୟକୁ ନେଇ ସର୍ବାଧିକ ଆଇଟମ୍‌ ପ୍ରସ୍ତୁତି କରାଯାଇ ପାରେ । ତା’ ଭିତରେ  ଅଛି ପନିର। ଏହାକୁ ଅନ୍ୟ ସବୁ  ଖାଦ୍ୟ ସାମଗ୍ରୀରେ ମିଶାଇ ଗୁଡ଼ାଏ  ଆଇଟମ୍‌ ତିଆରି କରାଯାଏ। ତେବେ ଏସବୁ ଭିତରେ ବୋଧ […]

author-image
Rakesh Mallick
ଅଦ୍ୟତନ ହୋଇଛି
କେମିତି ତିଆରି କରିବେ ‘ପନିର ବଟର ମସଲା’

paneerr

ସାଧା ଖାଉଥିବା ଲୋକମାନଙ୍କ ପାଇଁ ପନିରର ଯେକୌଣସି ଆଇଟମ୍‌ ନିଶ୍ଚିତ ଭାବରେ ମୁଖ୍ୟ ପସନ୍ଦ। କେବଳ ସାଧା ନୁହେଁ, ଆମିଷ ଖାଉଥିବା କିଛି ଲୋକ ମଧ୍ୟ ପନିର ଆଇଟମ୍‌କୁ ଭଲ ପାଆନ୍ତି। ସବୁଠୁ ବଡ଼ କଥା ହେଲା, ଯେଉଁ କିଛି  ଖାଦ୍ୟକୁ ନେଇ ସର୍ବାଧିକ ଆଇଟମ୍‌ ପ୍ରସ୍ତୁତି କରାଯାଇ ପାରେ । ତା’ ଭିତରେ  ଅଛି ପନିର। ଏହାକୁ ଅନ୍ୟ ସବୁ  ଖାଦ୍ୟ ସାମଗ୍ରୀରେ ମିଶାଇ ଗୁଡ଼ାଏ  ଆଇଟମ୍‌ ତିଆରି କରାଯାଏ। ତେବେ ଏସବୁ ଭିତରେ ବୋଧ ହୁଏ ସବୁଠାରୁ ବେଶୀ ଲୋକପ୍ରିୟ ପନିର ବଟର ମସଲା। ଏହାକୁ ଆମେ ସବୁବେଳେ ରେଷ୍ଟୁରାଣ୍ଟରେ ହିଁ ଖାଇଥାନ୍ତି। ଭାବିଥାନ୍ତି ଯେ ଏହାକୁ ପ୍ରସ୍ତୁତ କରିବା କଷ୍ଟକର। କିନ୍ତ ତାହା ଭୁଲ। ଆପଣ ଚାହିଁଲେ ଏହାକୁ ଘରେ ବି ତିଆରି କରିପାରିବେ। ଯାହାର ସ୍ୱାଦ ରେଷ୍ଟୁରାଣ୍ଟ ପରି ହିଁ ଆସିବ। ଆସନ୍ତୁ ତିଆରି କରିବା ପନିର ବଟର ମସଲା।

Advertisment

ଆବଶ୍ୟକ ସାମଗ୍ରୀ: ପନିର, ତେଲ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପିଆଜ, ରସୁଣ ଓ ଅଦା ପେଷ୍ଟ, ଚାଇନିଜ୍‌ ସଲ୍ଟ, ବଟର, କଟା ପିଆଜ, କଞ୍ଚା ଲଙ୍କା, ଗ୍ରୀନ ମଟର, ଧନିଆ ପତ୍ର, ପନିର ମସଲା, କରି ପାଉଡର, ଗରମ ମସଲା, କଲର ମସଲା, କାଜୁ, ମଗଜ ପେଷ୍ଟ।

rPaneer-Butter-coverପ୍ରସ୍ତୁତ ପ୍ରଣାଳୀ:  କିଛି ପନିର ଆଣି ଛୋଟ ଛୋଟ କରି କାଟନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲରେ ପନିରକୁ ଛାଣନ୍ତୁ। ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସ୍ଲାଇଟ୍‌ ଚିନି ପକାନ୍ତୁ। ଚିନିଟି ତେଲରେ ଭୁରୁଭୁରୁ ନାଲି ହେବା ପରେ କଟା ହୋଇଥିବା ପିଆଜ ପକାନ୍ତୁ। ପରେ ପିଆଜକୁ ନାଲି ହେବା ଅଦା, ରସୁଣ ଓ ପିଆଜ ପେଷ୍ଟ ପକାଇ କଷନ୍ତୁ। ପରେ ସେଥିରେ ଧନିଆ, ଲଙ୍କା, ଜିରା ଗୁଣ୍ଡ ଓ ଚାଇନିଜ ସଲ୍ଟ ପକାଇ ଗୋଳାନ୍ତୁ। ସେଥିରେ କରି ପାଉଡର ପକାନ୍ତୁ। କିଛି ସମୟ ପରେ ସେଥିରେ ପନିର ମସଲା ପକାନ୍ତୁ। ତାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ କିଛି ଡାଲଚିନ ପାଉଡର, ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ଏହାପରେ କଷା ଯାଇଥିବା ମସଲାରେ ଅଳ୍ପ ପାଣି ଦିଅନ୍ତୁ। ସେଥିରେ କାଜୁ ଓ ମଗଜ ପେଷ୍ଟ ଦିଅନ୍ତୁ। ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ଛଣା ଯାଇଥିବା ପନିରକୁ ପକାନ୍ତୁ। ଆପଣ ଚାହିଁଲେ ଗ୍ରୀନ ମଟର ପକାଇ ପାରିବେ। କିଛି ସମୟ ତାକୁ ଫୁଟିବାକୁ ଦିଅନ୍ତୁ। ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ସେଥିରେ ଗରମ ମସଲା ପକାନ୍ତୁ। ଏହାପରେ ସେଥିରେ ବଟର ଓ ଧନିଆପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ପନିର ମସଲା।

Advertisment

ଏହାକୁ ରୁଟି, ପରଟା ଓ ନାନ ସହ ଖାଆନ୍ତୁ, ବହୁତ ଟେଷ୍ଟି ଲାଗିବ।