Advertisment

ନିଜେ କରନ୍ତୁ ଚିଙ୍ଗୁଡ଼ି ମସଲା ଫ୍ରାଏ

ଆବଶ୍ୟକ ସାମଗ୍ରୀ- ବଡ଼ ଚିଙ୍ଗୁଡ଼ି, କଟା ପିଆଜ, ଅଦା,ରସୁଣ ଓ ପିଆଜ ପେଷ୍ଟ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଜିରା ପାଉଡର, ଧନିଆ ପତ୍ର, କଞ୍ଚା ଲଙ୍କା, ଚିକେନ୍‌ ପାଉଡର, ଡାଲଚିନ୍‌ ପାଉଡର, ଗରମ ମସଲା ପ୍ରସ୍ତୁତି ପ୍ରଣାଳୀ- ବଜାରରୁ କିଛି ବଡ଼ ଚିଙ୍ଗୁଡି ଆଣନ୍ତୁ। ତାକୁ ଭଲ ଭାବରେ ଧୋଇ ପ୍ଲେଟରେ ରଖନ୍ତୁ। ସେଥିରେ ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ପ୍ଲେଟରେ […]

ଅଦ୍ୟତନ ହୋଇଛି
ନିଜେ କରନ୍ତୁ ଚିଙ୍ଗୁଡ଼ି ମସଲା ଫ୍ରାଏ

prawn

Advertisment

ଆବଶ୍ୟକ ସାମଗ୍ରୀ- ବଡ଼ ଚିଙ୍ଗୁଡ଼ି, କଟା ପିଆଜ, ଅଦା,ରସୁଣ ଓ ପିଆଜ ପେଷ୍ଟ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଜିରା ପାଉଡର, ଧନିଆ ପତ୍ର, କଞ୍ଚା ଲଙ୍କା, ଚିକେନ୍‌ ପାଉଡର, ଡାଲଚିନ୍‌ ପାଉଡର, ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ- ବଜାରରୁ କିଛି ବଡ଼ ଚିଙ୍ଗୁଡି ଆଣନ୍ତୁ। ତାକୁ ଭଲ ଭାବରେ ଧୋଇ ପ୍ଲେଟରେ ରଖନ୍ତୁ। ସେଥିରେ ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ପ୍ଲେଟରେ ରଖିଥିବା ଚିଙ୍ଗୁଡ଼ିକୁ ଲାଲ୍ ହେବା ଯାଏଁ ଭାଜନ୍ତୁ। ଭାଜି ହୋଇଯିବା ପରେ ଚିଙ୍ଗୁଡ଼ିଗୁଡ଼ିକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।

ଏବେ କଡ଼େଇରେ ପୁଣି ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍ ହୋଇଯିବା ପରେ ଅଦା,ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ତାକୁ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଜିରା ପାଉଡର ପକାନ୍ତୁ। ଅଳ୍ପ ଚିକେନ୍‌ ପାଉଡର ମଧ୍ୟ ପକାନ୍ତୁ। ତାକୁ ଭଲ ଭାବରେ ଚଲାନ୍ତୁ। ମସଲା ଅଳ୍ପ କଷି ହୋଇଯିବା ପରେ କଟା ଟମାଟୋ ପକାନ୍ତୁ।  ଅଳ୍ପ ଡାଲଚିନ୍‌ ଗୁଣ୍ଡ  ମଧ୍ୟ ପକାନ୍ତୁ ଓ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ତା’ପରେ ଅଳ୍ପ ପାଣି ଦିଅନ୍ତୁ। ତାକୁ କିଛି ସମୟ ଢାଙ୍କି ଦିଅନ୍ତୁ। ପରେ ସେଥିରେ ଭଜା ଯାଇଥିବା ଚିଙ୍ଗୁଡ଼ି ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ। ଧ୍ୟାନ ଦେବେ ଯେପରି ପାଣି ପୂରା ମରିଯିବ। ପରେ ଗରମ ମସଲା ଓ ଧନିଆ ପାଉଡର ପକାଇ ଓହ୍ଲାଇ ଦିଅନ୍ତୁ। ଧନିଆପତ୍ରକୁ କାଟି ଏହା ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ମସଲା ଫ୍ରାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe