Advertisment

ଘରେ ହିଁ ବନାନ୍ତୁ ଗରମା ଗରମ୍ ସୁଆଦିଆ ବିରିଚପ୍

ଆବଶ୍ୟକୀୟ ସାମଗ୍ରୀ: ବିରି, ସିଝା ଆଳୁ, ପିଆଜ, ରସୁଣ ପେଷ୍ଟ, ସୋରିଷ, ଜିରା ପାଉଡର, କଟା କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ସ୍ନାଦ ଅନୁୟାୟୀ ଲୁଣ ଓ ରିଫାଇନ୍ ତେଲ। ପ୍ରସ୍ତୁତି ପ୍ରଣାଳୀ: ୧. ପ୍ରଥମେ ବିରିକୁ ୩ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖନ୍ତୁ। ଏହାପରେ ପାଣିରୁ ବାହାର କରି ବିରିକୁ ବାଟି ଦିଅନ୍ତୁ। ୨. ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗଟୋ ସୋରିଷ, କଟା ପିଆଜ, କଟା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ହିଁ ବନାନ୍ତୁ ଗରମା ଗରମ୍ ସୁଆଦିଆ ବିରିଚପ୍

biri-chop

ଆବଶ୍ୟକୀୟ ସାମଗ୍ରୀ:

ବିରି, ସିଝା ଆଳୁ, ପିଆଜ, ରସୁଣ ପେଷ୍ଟ, ସୋରିଷ, ଜିରା ପାଉଡର, କଟା କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ସ୍ନାଦ ଅନୁୟାୟୀ ଲୁଣ ଓ ରିଫାଇନ୍ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ:

୧. ପ୍ରଥମେ ବିରିକୁ ୩ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖନ୍ତୁ। ଏହାପରେ ପାଣିରୁ ବାହାର କରି ବିରିକୁ ବାଟି ଦିଅନ୍ତୁ।

୨. ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗଟୋ ସୋରିଷ, କଟା ପିଆଜ, କଟା କଞ୍ଚାଲଙ୍କା ପକାଇ ଗୋଟେ ମିନିଟ୍ ଯାଏଁ ଭାଜନ୍ତୁ। ବର୍ତ୍ତମାନ ରସୁଣ ପେଷ୍ଟ ପକାଇ କଷନ୍ତୁ। ମସଲା କଷି ହୋଇଗଲେ ଏଥିରେ ସିଝା ଆଳୁକୁ ଚକଟି ପକାନ୍ତୁ। ଏଥିରେ ଜିରା ପାଉଡର ଓ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ବର୍ତ୍ତମାନ ଏହାକୁ ଦୁଇ ମିନିଟ୍ ଯାଏଁ କଷନ୍ତୁ। ଚପ୍‌ର ମସଲା ପ୍ରସ୍ତୁତ ହୋଇଗଲା। ବର୍ତ୍ତମାନ ଏହି ଆଳୁ ମସଲାକୁ ଛୋଟ ଛୋଟ ବଲ ଆକାରରେ ଗଢ଼ି ରଖନ୍ତୁ।

Advertisment

ଏବେ ଆଉ ଏକ କଡ଼େଇରେ ତେଲ ଗରମ କରନ୍ତୁ। ବଟା ହୋଇଥିବା ବିରିରେ ଭୃସୁଙ୍ଗ ପତ୍ର ଓ ସ୍ୱାଦ ଅନୁଯାୟୀ ଲୁଣ ମିଶାନ୍ତୁ ଏବଂ ଏଥିରେ ବଲ୍‌ ଆକାରରେ ଗଢ଼ାଯାଇଥିବା ଆଳୁକୁ ବୁଡାଇ ତେଲରେ ଛାଣନ୍ତୁ। ଦୁଇ ରୁ ତିନି ମିନିଟ୍ ଯାଏଁ ଏହାକୁ ଛାଣନ୍ତୁ। ହାଲକା ଲାଲ୍ ହୋଇ ଆସିଲେ କାଢ଼ି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଆପଣଙ୍କ ବିରି ଚପ୍। ଏହାକୁ ଟମାଟୋ ସସ୍ କିମ୍ବା ଚଟଣୀ ସହ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।