Advertisment

ଘରେ ପ୍ରସ୍ତୁତ କରନ୍ତୁ ଦହି ବରା

ଆବଶ୍ୟକ ସାମଗ୍ରୀ- ଚୋପା ଛଡ଼ା ବିରି, ଭୃସଙ୍ଗ ପତ୍ର, ଦହି, ଲୁଣ, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ସୋରିଷ, ରିଫାଇନ୍ ତେଲ ପ୍ରସ୍ତୁତି ପ୍ରଣାଳୀ- ଚୋପା ଛଡ଼ା ବିରିକୁ ଗୋଟିଏ ଦିନ ପୂର୍ବରୁ ପାଣିରେ ଭିଜାନ୍ତୁ। ବତୁରି ଯାଇଥିବା ବିରିକୁ ପାଣିରୁ ଛାଣି ଗ୍ରାଇଣ୍ଡର ଅବା ଶିଳରେ ବାଟନ୍ତୁ।  ବଟା ବିରିରେ ଲୁଣ, ଲଙ୍କା ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଗୋଳାନ୍ତୁ। ତାକୁ କିଛି ସମୟ ରଖି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ […]

ଘରେ ପ୍ରସ୍ତୁତ କରନ୍ତୁ ଦହି ବରା

dahibara

Advertisment

ଆବଶ୍ୟକ ସାମଗ୍ରୀ- ଚୋପା ଛଡ଼ା ବିରି, ଭୃସଙ୍ଗ ପତ୍ର, ଦହି, ଲୁଣ, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ସୋରିଷ, ରିଫାଇନ୍ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ- ଚୋପା ଛଡ଼ା ବିରିକୁ ଗୋଟିଏ ଦିନ ପୂର୍ବରୁ ପାଣିରେ ଭିଜାନ୍ତୁ। ବତୁରି ଯାଇଥିବା ବିରିକୁ ପାଣିରୁ ଛାଣି ଗ୍ରାଇଣ୍ଡର ଅବା ଶିଳରେ ବାଟନ୍ତୁ।  ବଟା ବିରିରେ ଲୁଣ, ଲଙ୍କା ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଗୋଳାନ୍ତୁ। ତାକୁ କିଛି ସମୟ ରଖି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଗୋଳାଇ ରଖିଥିବା ବିରିକୁ ନିଜ ମନ ପସନ୍ଦର ଆକାରରେ ଛାଣନ୍ତୁ। ବରା ଲାଲ ହେବ ପର୍ଯ୍ୟନ୍ତ ଛାଣନ୍ତୁ। ପରେ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ।

ବରା ଛଣା ଶେଷ ହୋଇଯିବା ପରେ ଆଉ ଏକ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ କିଛି ସୋରିଷ ପକାନ୍ତୁ। ଭୃସଙ୍ଗ ପତ୍ର ଓ କଞ୍ଚା ଲଙ୍କା ମଧ୍ୟ ପକାନ୍ତୁ। ଏବେ ଏହାକୁ ଦହି (ଏହା ପୂରା ବହଳିଆ ହୋଇ ନଥିବା ଦରକାର, ଆବଶ୍ୟକ ହେଲେ ଆପଣ ସେଥିରେ ପାଣି ବି ମିଶାଇପାରିବେ) ରେ ପକାଇ ଘାଣ୍ଟି ଦିଅନ୍ତୁ। ଦହିରେ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଏବେ ସେଥିରେ ବରା ପକାନ୍ତୁ। ତା’ ଉପରେ ଅଳ୍ପ ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଛିଞ୍ଚି ଦିଅନ୍ତୁ। ଏଥିରେ ଧନିଆ ପତ୍ର ବି ପକାଇ ପାରିବେ। ତାକୁ କିଛି ସମୟ ରଖି ଦିଅନ୍ତୁ ଯେପରି ବରାରେ ଦହି ଭେଦିଯିବ। ପ୍ରସ୍ତୁତ ହୋଇଗଲା ଦହି ବରା।

Advertisment

ଯଦି ଆପଣ ମିଠା ଦହି ବରା ଖାଇବାକୁ ଚାହୁଁଛନ୍ତି, ତାହାହେଲେ ଦହିରେ ଚିନି ମିଶାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe