Advertisment

ଘରେ କରି ଖାଆନ୍ତୁ ମସଲା ବିସ୍କୁଟ

ସାଧାରଣତଃ ବିସ୍କୁଟ ଖାଇବାକୁ ପିଲାଠୁ ବୁଢ଼ା ସମସ୍ତେ ଭଲ ପାଆନ୍ତି। ଅଧିକାଂଶ ଲୋକ ଚା’ ସହ ବିସ୍କୁଟ୍ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। ବିଭିନ୍ନ ଦାମ୍‌ର ଭିନ୍ନ ଭିନ୍ନ ଫ୍ଲେଭରର ବିସ୍କୁଟ ଦୋକାନରେ ଉପଲବ୍ଧ ହେଉଛି। ଆଜି ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ମସଲା ବିସ୍କୁଟ୍। ଆବଶ୍ୟକ ସାମଗ୍ରୀ-ମଇଦା, ମଖନ, ଲଙ୍କା ଗୁଣ୍ଡ, ଅଦା,ଜିରା,ବେକିଂ ପାଉଡର,ହେଙ୍ଗୁ,ଲୁଣ,ଚିନି ଓ ଆବଶ୍ୟକ ଅନୁସାରେ ପାଣି। ପ୍ରଣାଳୀ: ମସଲା ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ କରି ଖାଆନ୍ତୁ ମସଲା ବିସ୍କୁଟ

Masala-Biscuits

ସାଧାରଣତଃ ବିସ୍କୁଟ ଖାଇବାକୁ ପିଲାଠୁ ବୁଢ଼ା ସମସ୍ତେ ଭଲ ପାଆନ୍ତି। ଅଧିକାଂଶ ଲୋକ ଚା’ ସହ ବିସ୍କୁଟ୍ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। ବିଭିନ୍ନ ଦାମ୍‌ର ଭିନ୍ନ ଭିନ୍ନ ଫ୍ଲେଭରର ବିସ୍କୁଟ ଦୋକାନରେ ଉପଲବ୍ଧ ହେଉଛି। ଆଜି ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ମସଲା ବିସ୍କୁଟ୍।

Advertisment

ଆବଶ୍ୟକ ସାମଗ୍ରୀ-ମଇଦା, ମଖନ, ଲଙ୍କା ଗୁଣ୍ଡ, ଅଦା,ଜିରା,ବେକିଂ ପାଉଡର,ହେଙ୍ଗୁ,ଲୁଣ,ଚିନି ଓ ଆବଶ୍ୟକ ଅନୁସାରେ ପାଣି।

ପ୍ରଣାଳୀ: ମସଲା ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଉପରେ ଲେଖାଯାଇଥିବା ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହି ଚକଟାକୁ ଆଲୁମିନିୟମ ସିଟ୍‌ରେ ରୋଲ କରି ଦିଅନ୍ତୁ। ଏବେ ଏହାକୁ କୁକି କଟରରେ ତାକୁ ଗୋଲ ଗୋଲ କରି କାଟି ଦିଅନ୍ତୁ। ତାପରେ ସେ ଗୁଡ଼ିକୁ ଟ୍ରେରେ ରଖନ୍ତୁ। ୧୬୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ୧୫ରୁ ୨୦ ମିନିଟ୍ ଯାଏଁ ଏହି ଟ୍ରେକୁ ମାଇକ୍ରଓଭନରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମସଲା ବିସ୍କୁଟ୍‌। ଏହି ବସ୍କୁଟ୍‌କୁ ଏୟାର ଟାଇଟ୍‌ ଡବାରେ ରଖି ବହୁ ଦିନ ପର୍ଯ୍ୟନ୍ତ ଖାଇପାରିବେ।

Advertisment

ଖାଦ୍ୟ ଟିପ୍ସ: ଘରେ ପ୍ରସ୍ତୁତ କରନ୍ତୁ କର୍ଣ୍ଣ ସମୋସା