Advertisment

ଖାଆନ୍ତୁ ଗରମା ଗରମ୍ ଚିକେନ୍ ପପ୍‌କନ୍

ଚିକେନ୍ ପପ୍‌କନ୍ ଏପରି ଏକ ରେସିପି ଯାହାକୁ ଖାଇବା ପରେ ବଜାରରେ ମିଳୁଥିବା ଫ୍ରାଏଡ୍‌ ଚିକେନ୍ ଖାଇବା ପୂରା ଭୁଲି ଯିବେ। ଅନେକ ସମୟରେ ଲୋକଙ୍କୁ ଏପରି ଲାଗିଥାଏ ଚିକେନ୍‌ରେ ତିଆରି ସମସ୍ତ ଆଇଟମ୍ ତେଲ ଓ ମସଲାରେ ଭରି ରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଆଇଟମ୍‌ର ପ୍ରସ୍ତୁତି ଶିଖାଇବୁ ଏଥିପାଇଁ ଅତ୍ୟଧିକ ତେଲ ମସଲାର ଆବଶ୍ୟକ ନାହିଁ। ଏଥିରେ ପ୍ରୋଟିନ୍ ଭରପୂର ହୋଇ ରହିଛି। ସହଜରେ ଆପଣ ଘରେ ଏହାକୁ କରିପାରିବେ। ଏହାକୁ […]

ଖାଆନ୍ତୁ ଗରମା ଗରମ୍ ଚିକେନ୍ ପପ୍‌କନ୍
Advertisment

ଚିକେନ୍ ପପ୍‌କନ୍ ଏପରି ଏକ ରେସିପି ଯାହାକୁ ଖାଇବା ପରେ ବଜାରରେ ମିଳୁଥିବା ଫ୍ରାଏଡ୍‌ ଚିକେନ୍ ଖାଇବା ପୂରା ଭୁଲି ଯିବେ। ଅନେକ ସମୟରେ ଲୋକଙ୍କୁ ଏପରି ଲାଗିଥାଏ ଚିକେନ୍‌ରେ ତିଆରି ସମସ୍ତ ଆଇଟମ୍ ତେଲ ଓ ମସଲାରେ ଭରି ରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଆଇଟମ୍‌ର ପ୍ରସ୍ତୁତି ଶିଖାଇବୁ ଏଥିପାଇଁ ଅତ୍ୟଧିକ ତେଲ ମସଲାର ଆବଶ୍ୟକ ନାହିଁ। ଏଥିରେ ପ୍ରୋଟିନ୍ ଭରପୂର ହୋଇ ରହିଛି। ସହଜରେ ଆପଣ ଘରେ ଏହାକୁ କରିପାରିବେ। ଏହାକୁ ସ୍ନାକ୍ ଭଳି ଖାଇପାରିବେ ମଧ୍ୟ।

Advertisment

ଆବଶ୍ୟକ ସାମଗ୍ରୀ

ଚିକେନ୍, ମକା ଗୁଣ୍ଡ, ଅଣ୍ଡା, ବ୍ରେଡ୍‌ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ, ପିଆଜ ଗୁଣ୍ଡ, ଗରମ ମସଲା,ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ଏକ ପାତ୍ରରେ ୧୦ ମିନିଟ୍‌ ଯାଏଁ ରଖନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ, ଅଦା ଓ ରସୁଣ ପେଷ୍ଟ, ଗରମ ମସଲା ଓ ଲୁଣ ମିଶାନ୍ତୁ। ଏହାପରେ ଚିକେନ୍‌ରେ ଅଣ୍ଡା, ବ୍ରେଡ୍‌ ଗୁଣ୍ଡ ଓ ମକା ଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ  ରଖନ୍ତୁ। କିଛି ସମୟ ପରେ ଅଳ୍ପ ଆଞ୍ଚରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପ୍ରସ୍ତୁତ ରଖିଥିବା ଚିକେନ୍‌କୁ ଭଲ ଭାବରେ ଛାଣି ଦିଅନ୍ତୁ। ଚିକେନ୍ ଫ୍ରାଏ ହେବା ପରେ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ଆପଣଙ୍କ ସ୍ୱାଦିଷ୍ଟ ଚଟ୍‌ପଟି ଚିକେନ୍ ପୂରାପୂରି ପ୍ରସ୍ତୁତ ହୋଇଗଲା। ଏହାକୁ ଟୋମାଟ ସସ୍‌ ସହ ଗରମ ଗରମ ଖାଆନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe