Advertisment

କେବେ ଖାଇଛନ୍ତି ଗହମ ଖିରି? ଆଜି ହିଁ ଘରେ ତିଆରି କରନ୍ତୁ

ଆବଶ୍ୟକ ସାମଗ୍ରୀ: ଗହମ, ଚିନି, ନଡ଼ିଆ କ୍ଷୀର, କ୍ଷୀର, ଅଳେଇଚ, ଲବଙ୍ଗ, ଘିଅ, କାଜୁ, କିସ୍‌ମିସ୍‌, ଆଲମଣ୍ଡ, ଗୁଡ଼ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗହମକୁ ଭଲ ଭାବେ ସଫା କରନ୍ତୁ। ପରେ ଏହାକୁ ରାତି ସାରା ବତୁରାଇ ରଖନ୍ତୁ। ପରଦିନ ଏହାକୁ ବାଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହା ଯେପରି ପୂରା ପ୍ଲେନ୍ ନହୁଏ। ଗହମ ବଟା ଟିକେ ଖଦଡ଼ା ରହିବ। ଏକ କଡ଼େଇରେ ଘିଅ ଗରମ କରି ସେଥିରେ ବଟା ହୋଇଠିବା ଗହମକୁ କମ୍ ଆଞ୍ଚରେ […]

କେବେ ଖାଇଛନ୍ତି ଗହମ ଖିରି? ଆଜି ହିଁ ଘରେ ତିଆରି କରନ୍ତୁ

gahamakhiri

Advertisment

ଆବଶ୍ୟକ ସାମଗ୍ରୀ: ଗହମ, ଚିନି, ନଡ଼ିଆ କ୍ଷୀର, କ୍ଷୀର, ଅଳେଇଚ, ଲବଙ୍ଗ, ଘିଅ, କାଜୁ, କିସ୍‌ମିସ୍‌, ଆଲମଣ୍ଡ, ଗୁଡ଼

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗହମକୁ ଭଲ ଭାବେ ସଫା କରନ୍ତୁ। ପରେ ଏହାକୁ ରାତି ସାରା ବତୁରାଇ ରଖନ୍ତୁ। ପରଦିନ ଏହାକୁ ବାଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହା ଯେପରି ପୂରା ପ୍ଲେନ୍ ନହୁଏ। ଗହମ ବଟା ଟିକେ ଖଦଡ଼ା ରହିବ। ଏକ କଡ଼େଇରେ ଘିଅ ଗରମ କରି ସେଥିରେ ବଟା ହୋଇଠିବା ଗହମକୁ କମ୍ ଆଞ୍ଚରେ ୧୦ ମିନିଟ୍ ଯାଏଁ ଭାଜନ୍ତୁ। ଏବେ ଏଥିରେ ନଡ଼ିଆ କ୍ଷୀର ଦିଅନ୍ତୁ। ନଡ଼ିଆ କ୍ଷୀର ସେଥିରେ ଭଲ ଭାବେ ମିଶିଯିବା ପରେ କ୍ଷୀର,ଚିନି,ଲବଙ୍ଗ ଓ ଅଳେଇଚ ମିଶାନ୍ତୁ। ଅଳ୍ପ ଟିକେ ଲୁଣ ପକାଇବାକୁ ଭୁଲିବେ ନାହିଁ। କିଛି ସମୟ ଫୁଟିବା ପରେ ସେଥିରେ ଭଜା କାଜୁ, କିସ୍‌ମିସ୍ ଓ ଅଳ୍ପ ଗୁଡ଼ ପକାନ୍ତୁ। ଖିରି ଟିକେ ବହଳିଆ ହୋଇଗଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ଲେଟ୍‌ରେ ଆଲମଣ୍ଡ ଓ କାଜୁରେ ସଜାଇ ସର୍ଭ କରନ୍ତୁ ସୁଆଦିଆ ଗହମ ଖିରି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe