ଘରେ ତିଆରି କରନ୍ତୁ ଚିଙ୍ଗୁଡ଼ି ମଲାଇ

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ଲଙ୍କା, ନଡ଼ିଆ କ୍ଷୀର, ରାଇପେଷ୍ଟ, ହଳଦୀ, ଲୁଣ ଓ ସୋରିଷ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ଜିରା, ଲଙ୍କା ଓ ପିଆଜ ପକାନ୍ତୁ।  ପିଆଜ ଭଲ ଭାବେ ଭାଜି ହୋଇଗଲେ ରସୁଣ, ଲଙ୍କା ଓ ପିଆଜ ପେଷ୍ଟକୁ ପକାଇ ୪ […]

chingudimalai

chingudimalai

Rakesh Mallick
  • Published: Wednesday, 15 November 2017
  • Updated: 16 November 2017, 09:47 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ଲଙ୍କା, ନଡ଼ିଆ କ୍ଷୀର, ରାଇପେଷ୍ଟ, ହଳଦୀ, ଲୁଣ ଓ ସୋରିଷ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ଜିରା, ଲଙ୍କା ଓ ପିଆଜ ପକାନ୍ତୁ।  ପିଆଜ ଭଲ ଭାବେ ଭାଜି ହୋଇଗଲେ ରସୁଣ, ଲଙ୍କା ଓ ପିଆଜ ପେଷ୍ଟକୁ ପକାଇ ୪ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ପରେ ରାଇପେଷ୍ଟ, ଆବଶ୍ୟକ ଅନୁସାରେ ହଳଦୀ ଓ ଲୁଣ ଦେଇ କମ୍ ଆଞ୍ଚରେ କିଛି ସମୟ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ନଡ଼ିଆ କ୍ଷୀର ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଚିଙ୍ଗୁଡିକୁ ସେଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଘୋଡ଼ାଇ ଦିଅନ୍ତୁ। ୧୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଚିଙ୍ଗୁଡ଼ି ମଲାଇ।

ଆହୁରି ମଧ୍ୟ ପଢନ୍ତୁ: ଦହି ମାଛ ତରକାରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos