chingudimalai
ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ଲଙ୍କା, ନଡ଼ିଆ କ୍ଷୀର, ରାଇପେଷ୍ଟ, ହଳଦୀ, ଲୁଣ ଓ ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ଜିରା, ଲଙ୍କା ଓ ପିଆଜ ପକାନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ରସୁଣ, ଲଙ୍କା ଓ ପିଆଜ ପେଷ୍ଟକୁ ପକାଇ ୪ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ପରେ ରାଇପେଷ୍ଟ, ଆବଶ୍ୟକ ଅନୁସାରେ ହଳଦୀ ଓ ଲୁଣ ଦେଇ କମ୍ ଆଞ୍ଚରେ କିଛି ସମୟ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ନଡ଼ିଆ କ୍ଷୀର ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଚିଙ୍ଗୁଡିକୁ ସେଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଘୋଡ଼ାଇ ଦିଅନ୍ତୁ। ୧୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଚିଙ୍ଗୁଡ଼ି ମଲାଇ।
ଆହୁରି ମଧ୍ୟ ପଢନ୍ତୁ: ଦହି ମାଛ ତରକାରୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/11/chingudimalai.jpg)